ଅଷ୍ଟ୍ରେଲିଆନ୍ ଓପନ୍‌: ମହିଳା ସିଙ୍ଗଲ୍ସ ଟାଇଟଲ୍ ଲଢ଼େଇରେ ମୁଗୁରୁଜା ଓ କେନିନ୍‌

ମେଲବର୍ଣ୍ଣ: ଅଣସିଡ୍ ସ୍ପେନୀୟ ତାରକା ଗାର୍ବିନ୍ ମୁଗୁରୁଜା ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଚତୁର୍ଥ ସିଡ୍ ସିମୋନା ହାଲେପଙ୍କୁ ହରାଇ ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ମହିଳା ସିଙ୍ଗଲ୍ସର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଫାଇନାଲରେ ତାଙ୍କ ସାମ୍ନା ଆମେରିକାର ସୋଫିଆ କେନିନଙ୍କ ସହ ହେବ। ପ୍ରଥମଥର ଲାଗି ମେଲବର୍ଣ୍ଣ ଫାଇନାଲରେ ସ୍ଥାନ ହାସଲ କରିଥିବା ଦୁଇଥରର ଗ୍ରାଣ୍ଡସ୍ଲାମ୍ ବିଜେତା ମୁଗୁରୁଜା ୭-୬ (୧୦/୮), ୭-୫ ସେଟରେ ବିଜୟୀ ହୋଇଛନ୍ତି। ସେହିପରି ଅନ୍ୟ ଏକ ସେମିଫାଇନାଲରେ ୧୪ତମ କେନିନ୍ ବିଶ୍ୱର […]

aus-open

aus-open

Ranjit Kumar Jena
  • Published: Thursday, 30 January 2020
  • Updated: 30 January 2020, 06:39 PM IST

Sports

Latest News

ମେଲବର୍ଣ୍ଣ: ଅଣସିଡ୍ ସ୍ପେନୀୟ ତାରକା ଗାର୍ବିନ୍ ମୁଗୁରୁଜା ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଚତୁର୍ଥ ସିଡ୍ ସିମୋନା ହାଲେପଙ୍କୁ ହରାଇ ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ମହିଳା ସିଙ୍ଗଲ୍ସର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଫାଇନାଲରେ ତାଙ୍କ ସାମ୍ନା ଆମେରିକାର ସୋଫିଆ କେନିନଙ୍କ ସହ ହେବ। ପ୍ରଥମଥର ଲାଗି ମେଲବର୍ଣ୍ଣ ଫାଇନାଲରେ ସ୍ଥାନ ହାସଲ କରିଥିବା ଦୁଇଥରର ଗ୍ରାଣ୍ଡସ୍ଲାମ୍ ବିଜେତା ମୁଗୁରୁଜା ୭-୬ (୧୦/୮), ୭-୫ ସେଟରେ ବିଜୟୀ ହୋଇଛନ୍ତି।

ସେହିପରି ଅନ୍ୟ ଏକ ସେମିଫାଇନାଲରେ ୧୪ତମ କେନିନ୍ ବିଶ୍ୱର ଏକ ନମ୍ବର ଖେଳାଳି ଆଶଲେ ବାର୍ଟିଙ୍କୁ ୭-୬ (୮/୬), ୭-୫ ସେଟରେ ହରାଇ ପ୍ରଥମଥର କୌଣସି ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ମୁକାବିଲାରେ ପ୍ରବେଶ କରିଛନ୍ତି। ବାର୍ଟିଙ୍କୁ ହରାଇବା ପାଇଁ କେନିନ୍ ୧ ଘଣ୍ଟା ୪୫ ମିନିଟ୍ ସମୟ ନେଇଥିଲେ। ସେହିପରି ମୁଗୁରୁଜା ନିଜର ସେମି ମୁକାବିଲା ଜିତିବା ପାଇଁ ୨ ଘଣ୍ଟା ୫ ମିନିଟ୍ ସମୟ ନେଇଥିଲେ। ମୁଗୁରୁଜା ୨୦୧୬ରେ ଫ୍ରେଞ୍ଚ୍ ଓପନ୍ ଏବଂ ୨୦୧୭ରେ ୱିମ୍ବଲଡନ୍ ଓପନ୍ ଜିତିଥିଲେ।

କେନିନ୍ ଗତବର୍ଷ ତିନୋଟି ଡବ୍ଲ୍ୟୁଟିଏ ଟାଇଟଲ୍ ଜିତିଥିଲେ ଏବଂ ଏବେ ଆସନ୍ତା ସପ୍ତାହରେ ଜାରି ହେବାକୁଥିବା ଡବ୍ଲ୍ୟୁଟିଏ ରାଙ୍କିଙ୍ଗର ଟପ୍‌-୧୦ରେ ପ୍ରବେଶ କରିବେ। ୨୧ ବର୍ଷୀୟ କେନିନ୍ କେନିନ୍ ୱିଲିୟନ୍ସ ଭଗିନୀ (ସେରେନା ଓ ଭିନସ୍‌)ଙ୍କ ବ୍ୟତୀତ ୨୦୦୫ ପରେ ଅଷ୍ଟ୍ରେଲିଆନ୍ ଓପନର ଫାଇନାଲରେ ପହଞ୍ଚିବାରେ ପ୍ରଥମ ମହିଳା ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ଲିଣ୍ଡସେ ଡାଭେନପୋର୍ଟ ୨୦୦୫ ଫାଇନାଲରେ ପହଞ୍ଚିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos