ଅଷ୍ଟ୍ରେଲିଆନ୍ ଓପନ୍‌ ଜିତିଲେ ଫେଡେରର

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆନ୍ ଓପନ୍‌ର ପୁରୁଷ ଏକକ ବର୍ଗରେ ଚାମ୍ପିଅନ୍ ହୋଇଛନ୍ତି ୩୫ ବର୍ଷୀୟ ରୋଜର ଫେଡେରର। ଆଜି ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ସେ ୧୪ ଥର ଗ୍ରାଣ୍ଡସ୍ଲାମ୍ ବିଜୟୀ ରାଫେଲ୍ ନାଡାଲଙ୍କୁ ହରାଇ ଏହି ଟାଇଟଲ୍ ହାସଲ କରିଛନ୍ତି। ଫେଡେରର ପଞ୍ଚମ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନ୍ ଜିତିଛନ୍ତି। ଏହା ସହିତ ସେ ୧୮ ଥର ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିଛନ୍ତି। ଅଷ୍ଟ୍ରେଲିଆନ୍ ଓପନ୍‌ରେ ନାଦାଲଙ୍କ ସହ ୪ ଥର ମୁହାଁମୁହିଁ ହୋଇଥିବା ଫେଡେରରଙ୍କର ଏହା ପ୍ରଥମ ବିଜୟ। […]

federara

Rakesh Mallick
  • Published: Sunday, 29 January 2017
  • , Updated: 29 January 2017, 07:01 PM IST

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆନ୍ ଓପନ୍‌ର ପୁରୁଷ ଏକକ ବର୍ଗରେ ଚାମ୍ପିଅନ୍ ହୋଇଛନ୍ତି ୩୫ ବର୍ଷୀୟ ରୋଜର ଫେଡେରର। ଆଜି ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ସେ ୧୪ ଥର ଗ୍ରାଣ୍ଡସ୍ଲାମ୍ ବିଜୟୀ ରାଫେଲ୍ ନାଡାଲଙ୍କୁ ହରାଇ ଏହି ଟାଇଟଲ୍ ହାସଲ କରିଛନ୍ତି। ଫେଡେରର ପଞ୍ଚମ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନ୍ ଜିତିଛନ୍ତି। ଏହା ସହିତ ସେ ୧୮ ଥର ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିଛନ୍ତି। ଅଷ୍ଟ୍ରେଲିଆନ୍ ଓପନ୍‌ରେ ନାଦାଲଙ୍କ ସହ ୪ ଥର ମୁହାଁମୁହିଁ ହୋଇଥିବା ଫେଡେରରଙ୍କର ଏହା ପ୍ରଥମ ବିଜୟ।

ଆଜି ମ୍ୟାଚ୍ ଅଢ଼େଇ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ଫେଡେରର ୬-୪, ୩-୬, ୬-୧, ୩-୬, ୬-୩ରେ ନାଦାଲଙ୍କୁ ପରାଜିତ କରିଥିଲେ।

Related story