ଅଷ୍ଟ୍ରେଲିଆନ୍ ଓପନ୍‌: ଫାଇନାଲ୍‌ରେ ହାରିଲେ ସାନିଆ

ମେଲବୋର୍ଣ୍ଣ: ସପ୍ତମ ଗ୍ରାଣ୍ଡ୍‌ ସ୍ଲାମ୍ ଟ୍ରଫି ପାଇଁ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜାଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ। କାରଣ ସେ ଆଜି ଅଷ୍ଟ୍ରେଲିଆନ୍ ଓପନ୍‌ର ମିକ୍ସଡ୍ ଡବଲ୍ସ ଫାଇନାଲ୍‌ରେ ହାରି ଯାଇଛନ୍ତି। ଇଭାନ୍ ଡୋଡିଗ୍‌ଙ୍କୁ ସାଥୀ କରି ଖେଳୁ ଥିବା ସାନିଆ ୨-୬, ୪-୬ରେ ଆବିଜୈଲ ସ୍ପିୟରର୍ସ ଓ ଜୁଆନ୍ ସେବାସ୍ତିଆନ୍‌ଙ୍କଠାରୁ ହାରି ଯାଇଛନ୍ତି। ସାନିଆ ଓ ଡୋଡିଗ୍ ଯୋଡ଼ି ଦ୍ୱିତୀୟ ଥର ପାଇଁ ରନର୍ସଅପ୍ ହୋଇଛନ୍ତି। ଏହା ପୂର୍ବରୁ ୨୦୧୬ରେ ଫ୍ରେଞ୍ଚ୍ ଓପନ୍‌ […]

sania

Rakesh Mallick
  • Published: Sunday, 29 January 2017
  • , Updated: 29 January 2017, 05:14 PM IST

ମେଲବୋର୍ଣ୍ଣ: ସପ୍ତମ ଗ୍ରାଣ୍ଡ୍‌ ସ୍ଲାମ୍ ଟ୍ରଫି ପାଇଁ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜାଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ। କାରଣ ସେ ଆଜି ଅଷ୍ଟ୍ରେଲିଆନ୍ ଓପନ୍‌ର ମିକ୍ସଡ୍ ଡବଲ୍ସ ଫାଇନାଲ୍‌ରେ ହାରି ଯାଇଛନ୍ତି। ଇଭାନ୍ ଡୋଡିଗ୍‌ଙ୍କୁ ସାଥୀ କରି ଖେଳୁ ଥିବା ସାନିଆ ୨-୬, ୪-୬ରେ ଆବିଜୈଲ ସ୍ପିୟରର୍ସ ଓ ଜୁଆନ୍ ସେବାସ୍ତିଆନ୍‌ଙ୍କଠାରୁ ହାରି ଯାଇଛନ୍ତି।

ସାନିଆ ଓ ଡୋଡିଗ୍ ଯୋଡ଼ି ଦ୍ୱିତୀୟ ଥର ପାଇଁ ରନର୍ସଅପ୍ ହୋଇଛନ୍ତି। ଏହା ପୂର୍ବରୁ ୨୦୧୬ରେ ଫ୍ରେଞ୍ଚ୍ ଓପନ୍‌ ଫାଇନାଲ୍‌ରେ ଏହି ଯୋଡ଼ି ଲିଆଣ୍ଡର ପେସ୍ ଓ ମାର୍ଟିନା ହିଙ୍ଗିସ୍‌ଙ୍କ ଠାରୁ ହାରି ଯାଇଥିଲେ।

Related story