ଅଷ୍ଟ୍ରେଲିଆ ଓପନରେ ବିପର୍ଯ୍ୟୟ: ବିଦା ହେଲେ ବିଶ୍ୱର ଦୁଇ ନମ୍ବର ଖେଳାଳି

ମେଲବର୍ଣ୍ଣ: ଶୁକ୍ରବାର ଭଳି ଶନିବାର ମଧ୍ୟ ଅଷ୍ଟ୍ରେଲିଆ ଓପନରେ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବିଶ୍ୱର ଦୁଇ ନମ୍ବର ମହିଳା ଟେନିସ ଖେଳାଳି କାରୋଲିନା ପ୍ଲିସ୍କୋଭା ତୃତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ତାଙ୍କୁ ନିମ୍ନ ମାନ୍ୟତା ଖେଳାଳି ଆନାଷ୍ଟାସିଆ ପାଭଲିୟୁଚେନକୋଭା ପରାସ୍ତ କରି ବାହାର ରାସ୍ତା ଦେଖାଇଛନ୍ତି। ଗତକାଲି ସେରେନା ୱିଲିୟମ୍ସ ଓ ଡିଫେଣ୍ଡିଂ ଚାମ୍ପିୟନ ନାଓମି ଓସାକା ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲେ। ଆଜି ଚେକ ଗଣରାଜ୍ୟର କାରୋଲିନା ଓ ରୁଷର ଆନାଷ୍ଟାସିଆଙ୍କ ମଧ୍ୟରେ ଜୋରଦାର ଟକ୍କର ଦେବାକୁ […]

dd

Hemant Lenka
  • Published: Saturday, 25 January 2020
  • , Updated: 25 January 2020, 03:51 PM IST

ମେଲବର୍ଣ୍ଣ: ଶୁକ୍ରବାର ଭଳି ଶନିବାର ମଧ୍ୟ ଅଷ୍ଟ୍ରେଲିଆ ଓପନରେ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବିଶ୍ୱର ଦୁଇ ନମ୍ବର ମହିଳା ଟେନିସ ଖେଳାଳି କାରୋଲିନା ପ୍ଲିସ୍କୋଭା ତୃତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ତାଙ୍କୁ ନିମ୍ନ ମାନ୍ୟତା ଖେଳାଳି ଆନାଷ୍ଟାସିଆ ପାଭଲିୟୁଚେନକୋଭା ପରାସ୍ତ କରି ବାହାର ରାସ୍ତା ଦେଖାଇଛନ୍ତି। ଗତକାଲି ସେରେନା ୱିଲିୟମ୍ସ ଓ ଡିଫେଣ୍ଡିଂ ଚାମ୍ପିୟନ ନାଓମି ଓସାକା ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲେ।

ଆଜି ଚେକ ଗଣରାଜ୍ୟର କାରୋଲିନା ଓ ରୁଷର ଆନାଷ୍ଟାସିଆଙ୍କ ମଧ୍ୟରେ ଜୋରଦାର ଟକ୍କର ଦେବାକୁ ମିଳିଥିଲା। ପ୍ରଥମ ସେଟକୁ ଆନାଷ୍ଟାସିଆ ୭-୬(୭-୪) ଜିତି ନେଇଥିଲେ। ଦ୍ୱିତୀୟ ସେଟରେ ମଧ୍ୟ କଡ଼ା ଟକ୍କର ହୋଇଥିଲା। ହେଲେ ଆନାଷ୍ଟାସିଆ ପୁଣିଥରେ ୭-୬(୭-୩)ରେ କାରୋଲିନାଙ୍କୁ ହରାଇ ବଡ଼ ବିଜୟ ହାସଲ କରିଥିଲେ।

ପ୍ରଥମଥର ପାଇଁ ଆନାଷ୍ଟାସିଆ ଦ୍ୱିତୀୟ ନମ୍ବର ଖେଳାଳି କାରୋଲିନାଙ୍କୁ ପରାସ୍ତ କରିଛନ୍ତି। ଟ୍ରାଇ ବ୍ରେକରେ ଏହି ମ୍ୟାଚ୍‌ର ଫଳାଫଳ ବାହାରିଥିଲା। ଏଥିପାଇଁ ଦୁଇ ଖେଳାଳିଙ୍କୁ ଦୀର୍ଘ ୨ ଘଣ୍ଟା ୨୫ ମିନିଟ ଧରି ପରସ୍ପର ସହ ଲଢ଼େଇ କରିବାକୁ ପଡ଼ିଥିଲା। ଏବେ ଆନାଷ୍ଟାସିଆ ପୂର୍ବତନ ଚାମ୍ପିୟନ ଆଙ୍ଗେଲକ୍ୟୁ କେରବେରଙ୍କୁ ରାଉଣ୍ଡ ୧୬ରେ ଭେଟିବେ।

Related story