ଏହି କାମ କରି ସମସ୍ତଙ୍କ ହୃଦୟ ଜିଣିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

କ୍ୟାନବେରା: ଖେଳ ମଇଦାନରେ ଏମିତି କିଛି ଘଟିଥାଏ, ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଯାଏ ଏବଂ ଏହା ବର୍ଷ ବର୍ଷ ଧରି ମନରୁ ଲିଭେ ନାହିଁ। ଏମିତି ଏକ ସ୍ମରଣୀୟ ଘଟଣା ଅଷ୍ଟ୍ରେଲିଆ କ୍ରିକେଟ୍ ମଇଦାନରେ ଦେଖିବାକୁ ମିଳିଛି, ଯାହା ଦର୍ଶକଙ୍କ ହୃଦୟକୁ ସ୍ପର୍ଶ କରିଛି। ଏଠାକାର ମାନୁକା ଓଭାଲ ମଇଦାନରେ ଏକ ମ୍ୟାଚରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଦ୍ୱାଦଶ ଖେଳାଳି ଭାବେ ନିଜ ଖେଳାଳିଙ୍କୁ ସ୍ୱୟଂ ପାଣି ପିଆଇଛନ୍ତି। ସୋଶାଲ ମିଡିଆରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କର ଏହି […]

aus-pm

aus-pm

Ranjit Kumar Jena
  • Published: Friday, 25 October 2019
  • Updated: 25 October 2019, 05:17 PM IST

Sports

Latest News

କ୍ୟାନବେରା: ଖେଳ ମଇଦାନରେ ଏମିତି କିଛି ଘଟିଥାଏ, ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଯାଏ ଏବଂ ଏହା ବର୍ଷ ବର୍ଷ ଧରି ମନରୁ ଲିଭେ ନାହିଁ। ଏମିତି ଏକ ସ୍ମରଣୀୟ ଘଟଣା ଅଷ୍ଟ୍ରେଲିଆ କ୍ରିକେଟ୍ ମଇଦାନରେ ଦେଖିବାକୁ ମିଳିଛି, ଯାହା ଦର୍ଶକଙ୍କ ହୃଦୟକୁ ସ୍ପର୍ଶ କରିଛି। ଏଠାକାର ମାନୁକା ଓଭାଲ ମଇଦାନରେ ଏକ ମ୍ୟାଚରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଦ୍ୱାଦଶ ଖେଳାଳି ଭାବେ ନିଜ ଖେଳାଳିଙ୍କୁ ସ୍ୱୟଂ ପାଣି ପିଆଇଛନ୍ତି।

ସୋଶାଲ ମିଡିଆରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କର ଏହି ଖେଳ ଭାବନାକୁ ଖୁବ୍ ପ୍ରଶଂସା କରାଯାଉଛି। ମଇଦାନରେ କେହି ବଡ଼ କିମ୍ବା ଛୋଟ ନୁହନ୍ତି, ତାହା ଖେଳ ଭାବନା ଦ୍ୱାରା ଖେଳାଳିଙ୍କୁ ଶିଖାଯାଏ। ଗୁରୁବାର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଯେତେବେଳେ ଖେଳାଳିଙ୍କ ପାଇଁ ଡ୍ରିଙ୍କସ୍ ନେଇ ମଇଦାନକୁ ଓହ୍ଲାଇଲେ, ସେହି ସମୟରେ ସେ ଖେଳର ଏହି ଶିକ୍ଷାକୁ ପୁଣିଥରେ ଉଜାଗର କରିଛନ୍ତି।


ବର୍ତ୍ତମାନ ଶ୍ରୀଲଙ୍କା କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଗୁରୁବାର ମାନୁକା ଓଭାଲରେ ଭ୍ରମଣକାରୀ ଟିମ୍ ପ୍ରଧାନମନ୍ତ୍ରୀ ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳିଥିଲା। ଏହି ଟି-୨୦ ମ୍ୟାଚରେ ପ୍ରଧାନମନ୍ତ୍ରୀ ମୋରିସନ୍ ୱାଟରବୟ ସାଜିଥିଲେ। ଡ୍ରିଙ୍କସ୍ ବ୍ରେକ୍ ସମୟରେ ମୋରିସନ୍ କ୍ରାଟ୍ ଯୋଗେ ଗ୍ରାଉଣ୍ଡ ଭିତରକୁ ପାଣି ନେଇ ଯାଇଥିଲେ। ଏହା ଦେଖି ଖେଳାଳିଙ୍କ ସମେତ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ।


ଏପରିକି କୌଣସି ଦେଶର ପ୍ରଧାନମନ୍ତ୍ରୀଙ୍କୁ ନିଜ ଖେଳାଳିଙ୍କ ପାଇଁ ଡ୍ରିଙ୍କସ୍ ନେଇ ମଇଦାନକୁ ଏପରି ଦୌଡ଼ି ଦୌଡ଼ି ଆସୁଥିବାର ଦେଖିବା ଟିଭି କ୍ୟାମେରା ଏବଂ ସ୍ପୋର୍ଟ୍ସ ଉପସ୍ଥାପକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ମୋରିସନଙ୍କ ଏହି କାମ ପାଇଁ ତାଙ୍କୁ ଭୁରି ଭୁରି ପ୍ରଶଂସା କରାଯାଉଛି। ଉଭୟ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଟିମର ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ।

ଏଠାରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ପ୍ରଧାନମନ୍ତ୍ରୀ ଏକାଦଶ ଶ୍ରୀଲଙ୍କାକୁ ୧ ୱିକେଟରେ ପରାସ୍ତ କରିଥିଲା। ଏହି ମ୍ୟାଚରେ ଶ୍ରୀଲଙ୍କା ଟିମ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ୍ ହରାଇ ୧୩୦ ରନ୍ କରିଥିଲା। ଜବାବରେ ପ୍ରଧାନମନ୍ତ୍ରୀ ଏକାଦଶ ୯ ୱିକେଟ୍ ହରାଇ ଏହି ଲକ୍ଷ୍ୟକୁ ହାସଲ କରିନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos