ପୁଅର ମ୍ୟାଚ୍ ଦେଖୁଥିବା ବେଳେ ବାପା ହେଲେ ଅଚେତ୍, ଆଉ ତା'ପରେ...

କଲମ୍ବୋ: କଲମ୍ବୋର ପ୍ରେମସାଦା ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଶ୍ରୀଲଙ୍କା ୭ ୱିକେଟରେ ବାଂଲାଦେଶକୁ ହରାଇ ୪୪ ମାସ ପରେ ନିଜ ମାଟିରେ ଦିନିକିଆ ସିରିଜ୍ ଜିତିଛି। ଶ୍ରୀଲଙ୍କାର ଏହି ବିଜୟରେ ମୁଖ୍ୟ ଭୂମିକା ବହନ କରିଥିଲେ ଓପନିଂ ବ୍ୟାଟ୍ସମ୍ୟାନ୍ ଅଭିସ୍କା ଫର୍ଣ୍ଣାଣ୍ଡୋ, ଯିଏ ୮୨ ରନର ବିସ୍ଫୋରକ ଇନିଂସ୍ ଖେଳିଥିଲେ। ଏହି ବ୍ୟାଟିଂ ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା। ତେବେ ମ୍ୟାଚ୍ ବେଳେ ଫର୍ଣ୍ଣାଣ୍ଡୋଙ୍କ ସହ ଏକ […]

aa

Ranjit Kumar Jena
  • Published: Monday, 29 July 2019
  • , Updated: 29 July 2019, 07:10 PM IST

କଲମ୍ବୋ: କଲମ୍ବୋର ପ୍ରେମସାଦା ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଶ୍ରୀଲଙ୍କା ୭ ୱିକେଟରେ ବାଂଲାଦେଶକୁ ହରାଇ ୪୪ ମାସ ପରେ ନିଜ ମାଟିରେ ଦିନିକିଆ ସିରିଜ୍ ଜିତିଛି। ଶ୍ରୀଲଙ୍କାର ଏହି ବିଜୟରେ ମୁଖ୍ୟ ଭୂମିକା ବହନ କରିଥିଲେ ଓପନିଂ ବ୍ୟାଟ୍ସମ୍ୟାନ୍ ଅଭିସ୍କା ଫର୍ଣ୍ଣାଣ୍ଡୋ, ଯିଏ ୮୨ ରନର ବିସ୍ଫୋରକ ଇନିଂସ୍ ଖେଳିଥିଲେ। ଏହି ବ୍ୟାଟିଂ ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା।

ତେବେ ମ୍ୟାଚ୍ ବେଳେ ଫର୍ଣ୍ଣାଣ୍ଡୋଙ୍କ ସହ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଅଭିସ୍କାଙ୍କ ବାପା ନିଜ ପୁଅର ବ୍ୟାଟିଂ ଦେଖିବା ପାଇଁ ଷ୍ଟାଡିୟମ ପହଞ୍ଚିଥିଲେ, ଯେଉଁଠାରେ ସେ ମ୍ୟାଚ୍ ଅଧାରେ ବୋହେସ ହୋଇ ପଡ଼ିଥିଲେ। ଅଭିସ୍କାଙ୍କ ବାପାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଦ୍ୱାରା ହସ୍ପିଟାଲ୍ ନିଆଯାଇଥିଲା।

ବଡ଼ କଥା ହେଉଛି ଅଭିସ୍କା ଯେଉଁ ସମୟରେ ବ୍ୟାଟିଂ କରୁଥିଲେ, ସେହି ସମୟରେ ଏହି ଘଟଣା ଘଟିଥିଲା। ଶ୍ରୀଲଙ୍କା ଟିମର କୌଣସି ଖେଳାଳି ଏହାର ସୂଚନା ଅଭିସ୍କାଙ୍କୁ ଦେଇନଥିଲେ। ତେବେ ଅଭିସ୍କା ଯେତେବେଳେ ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରିଲେ, ସେତେବେଳେ ସେ ଏ ବିଷୟରେ ଜାଣିବାକୁ ପାଇଥିଲେ। ବର୍ତ୍ତମାନ ଅଭିସ୍କାଙ୍କ ବାପା ଠିକ୍ ଅଛନ୍ତି। ଅଭିସ୍କାଙ୍କ ବାପାଙ୍କୁ ଡାଇବେଟିସ୍ ଅଛି, ଯେଉଁକାରଣୁ ସେ ବେହୋସ୍ ହୋଇଯାଇଥିଲେ।

ମ୍ୟାଚ୍ ପରେ ଅଭିସ୍କା କହିଥିଲେ ଯେ, "ବାପାଙ୍କ ସ୍ୱାସ୍ଥ୍ୟ ଖରାପ ଥିବାର ସୂଚନା ମୋତେ ମିଳିନଥିଲା । ମୁଁ କ୍ରିଜରେ ଥିଲି ଏବଂ ମୁଁ ଜାଣିନଥିଲି ଯେ ମୋ ବାପା ବେହୋସ ହୋଇଛନ୍ତି। ଆଉଟ୍ ହେବା ପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିବା ଜାଣିବାକୁ ପାଇଲି। ଏବେ ସେ ସୁସ୍ଥ ଅଛନ୍ତି।"

ସୂଚନାଯୋଗ୍ୟ, ଦ୍ୱିତୀୟ ଦିନିକିଆରେ ଶ୍ରୀଲଙ୍କା ୭ ୱିକେଟରେ ବିଜୟୀ ହୋଇ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି। ଏହି ମୁକାବିଲାରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ୱିକେଟ୍ ହରାଇ ୨୩୮ ରନ୍ କରିଥିଲା। ଜବାବରେ ଶ୍ରୀଲଙ୍କା ୪୪.୪ ଓଭରରେ ୩ ୱିକେଟ୍ ହରାଇ ଆବଶ୍ୟକ ରନ୍ ହାସଲ କରିନେଇଥିଲା।

Related story