ପୁଣି ହାରିଲା ବାଂଲାଦେଶ, ଦ୍ୱିତୀୟ ଦିନିକିଆ ବି ଜିତିଲା ଶ୍ରୀଲଙ୍କା

କଲମ୍ବୋ: ବୋଲରଙ୍କ ସଫଳ ପ୍ରଦର୍ଶନ ଏବଂ ଓପ୍ନର ଅଭିସ୍କା ଫର୍ଣ୍ଣାଣ୍ଡୋଙ୍କ ବିସ୍ଫୋରକ ବ୍ୟାଟିଂକୁ ଆଧାର ଶ୍ରୀଲଙ୍କା ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରି ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି। ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୩୮ ରନ୍ କରିଥିଲା। ଟିମ୍ ପକ୍ଷରୁ ମୁଶଫିକର ରହିମ୍ ଓ ମେହଦି ହାସନ୍ ମିରାଜଙ୍କୁ […]

srilanka

Ranjit Kumar Jena
  • Published: Sunday, 28 July 2019
  • , Updated: 28 July 2019, 10:18 PM IST

କଲମ୍ବୋ: ବୋଲରଙ୍କ ସଫଳ ପ୍ରଦର୍ଶନ ଏବଂ ଓପ୍ନର ଅଭିସ୍କା ଫର୍ଣ୍ଣାଣ୍ଡୋଙ୍କ ବିସ୍ଫୋରକ ବ୍ୟାଟିଂକୁ ଆଧାର ଶ୍ରୀଲଙ୍କା ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରି ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି।

ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୩୮ ରନ୍ କରିଥିଲା। ଟିମ୍ ପକ୍ଷରୁ ମୁଶଫିକର ରହିମ୍ ଓ ମେହଦି ହାସନ୍ ମିରାଜଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆଖିଦୃଶିଆ ବ୍ୟାଟିଂ ପ୍ରଦର୍ଶନ କରିନଥିଲେ। ଦୁହେଁ ସପ୍ତମ ୱିକେଟ୍ ପାଇଁ ୮୪ ରନର ଗୁରୁତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରି ବାଂଲାଦେଶକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ।

ରହିମ୍ ୧୧୦ ବଲରେ ୬ ଚୌକା ଓ ୧ ଛକା ସହ ୯୮ ରନ୍ କରି ଅପରାଜିତ ଥିବା ବେଳେ ମେହଦି ହାସନ୍ ୪୯ ବଲରେ ୬ ଚୌକା ସହ ୪୩ ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ତମିମ୍ ଇକବାଲ୍ ୧୯, ସୌମ୍ୟ ସରକାର ୧୧, ମହମ୍ମଦ ମିଥୁନ୍ ୧୨, ମହମଦୁଲ୍ଲା ୬, ସବିର୍ ରେହମାନ୍ ୧୧ ଓ ମୋସାଡେକ୍ ହୋସେନ୍ ୧୩ ରନ୍ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ନୁୱନ୍ ପ୍ରଦୀପ, ଇସୁରୁ ଉଦାନା ଓ ଅକିଲା ଧନଞ୍ଜୟ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ଜବାବରେ ଶ୍ରୀଲଙ୍କା ୪୪.୪ ଓଭରରେ ୩ ୱିକେଟ୍ ହରାଇ ୧୪୨ ରନ୍ କରି ମ୍ୟାଚକୁ ଜିତି ନେଇଥିଲା। ଟିମ୍ ପକ୍ଷରୁ ଫର୍ଣ୍ଣାଣ୍ଡେ ସର୍ବାଧିକ ୮୨ (୭୫ ବଲ୍, ୯ ଚୌକା, ୨ ଛକା) ରନ୍ କରିଥିବା ବେଳେ କ୍ୟାପଟେନ୍ ଦିମୁତ କରୁଣାରତ୍ନେ ୧୫ ଓ କୁଶଲ ପରେରା ୩୦ ରନ୍ କରି ଆଉଟ୍ ହୋଇଥିଲେ। କୁଶଲ ମେଣ୍ଡିସ୍ ୪୧ ଓ ଆଞ୍ଜେଲୋ ମାଥ୍ୟୁସ୍ ୫୨ ରନ୍ କରି ଅପରାଜିତ ଥିଲେ। ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର୍ ରେହମାନ୍ ୨ଟି ଓ ମେହଦି ହାସନ୍ ଗୋଟିଏ ୱିକେଟ୍ ହାସଲ କରିଥିଲେ।

Related story