ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିୟନସିପ୍‌: ଫାଇନାଲ୍‌ରେ ଜାପାନର ନୋଜୋମିଙ୍କୁ ଭେଟିବେ ସିନ୍ଧୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ବିଶ୍ୱ ବ୍ୟାଡମିଣ୍ଟନ ଫାଇନାଲରେ ଭାରତୀୟ ଷ୍ଟାର ଖେଳାଳି ପିଭି ସିନ୍ଧୁ। ସ୍କଟ୍‌ଲ୍ୟାଣ୍ଡର ଗ୍ଲାସ୍‌ଗୋ ଚାଲିଥିବା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ ସେମି ଫାଇନାଲ ମ୍ୟାଚରେ ସିନ୍ଧୁ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଛନ୍ତି। ପ୍ରଥମ ସେଟ୍‌ରେ ପୁରା ପ୍ରଭାବ ବିସ୍ତାର କରି ଖେଳିଥିଲେ ସିନ୍ଧୁ। ତାଙ୍କ ଫର୍ମ ଆଗରେ ହାର ମାନିଥିଲେ ଚୀନର ଚେନ୍ ୟୁଫେଇ। ଦ୍ୱିତୀୟ ସେଟରେ ମଧ୍ୟ ସିନ୍ଧୁଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଥିଲା। ଏହି ମ୍ୟାଚରେ  ସିନ୍ଧୁ ୨୧-୧୦ ଓ […]

Rakesh Mallick
  • Published: Sunday, 27 August 2017
  • , Updated: 27 August 2017, 04:34 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ବିଶ୍ୱ ବ୍ୟାଡମିଣ୍ଟନ ଫାଇନାଲରେ ଭାରତୀୟ ଷ୍ଟାର ଖେଳାଳି ପିଭି ସିନ୍ଧୁ। ସ୍କଟ୍‌ଲ୍ୟାଣ୍ଡର ଗ୍ଲାସ୍‌ଗୋ ଚାଲିଥିବା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ ସେମି ଫାଇନାଲ ମ୍ୟାଚରେ ସିନ୍ଧୁ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଛନ୍ତି। ପ୍ରଥମ ସେଟ୍‌ରେ ପୁରା ପ୍ରଭାବ ବିସ୍ତାର କରି ଖେଳିଥିଲେ ସିନ୍ଧୁ। ତାଙ୍କ ଫର୍ମ ଆଗରେ ହାର ମାନିଥିଲେ ଚୀନର ଚେନ୍ ୟୁଫେଇ। ଦ୍ୱିତୀୟ ସେଟରେ ମଧ୍ୟ ସିନ୍ଧୁଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଥିଲା। ଏହି ମ୍ୟାଚରେ  ସିନ୍ଧୁ ୨୧-୧୦ ଓ ୨୧-୧୩ରେ ବିଜୟୀ ହୋଇଥିଲେ।

ଫାଇନାଲ୍ ମ୍ୟାଚ୍‌ରେ ସିନ୍ଧୁ ଜାପାନର ନୋଜୋମିଙ୍କୁ ଭେଟିବେ। ଏହାପୂର୍ବରୁ ଚଳିତ ବର୍ଷ ଏପ୍ରିଲ ମାସରେ ସିଙ୍ଗାପୁର ଓପନରେ ଏହି ଦୁଇଜଣଙ୍କ ମଧ୍ୟରେ ଟକ୍କର ଦେଖିବାକୁ ମିଳିଥିଲା। ଯେଉଁଥିରେ ସିନ୍ଧୁ ୧୦-୨୧, ୨୧-୧୫, ୨୨-୨୦ ସେଟ୍‌ରେ ମ୍ୟାଚ୍‌କୁ ଜିତିନେଇଥିଲେ।

Related story