ବାଂଲାଦେଶ-ଦକ୍ଷିଣ ଆଫ୍ରିକା  ପ୍ରଥମ ଟେଷ୍ଟ ମ୍ୟାଚ୍ ଡ୍ର’

ଚିଟାଗଙ୍ଗ: ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ ଅମୀମାଂସିତ ଭାବେ ଶେଷ ହୋଇଛି। ବର୍ଷା ଯୋଗୁଁ ଆଜି ଏହି ମ୍ୟାଚର ପଞ୍ଚମ ଦିନର ଖେଳ ହୋଇପାରି ନଥିଲା। ଫଳରେ  ମ୍ୟାଚକୁ ଡ୍ର ଘୋଷଣା  କରାଯାଇଥିଲା। ବର୍ଷା ଯୋଗୁଁ ଗତକାଲି ମଧ୍ୟ ଖେଳ ହୋଇପାରିନଥିଲା। ପୂରା ଦିନଟି ବେକାର ଯାଇଥିଲା। ସେହିଭଳି ଦ୍ୱିତୀୟ ଓ ତୃତୀୟ ଦିବସରେ ବର୍ଷା ଯୋଗୁଁ ପ୍ରାୟ ୫୦ ଓଭର ଖେଳ ହୋଇପାରି ନଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ […]

CRICKET

Rakesh Mallick
  • Published: Saturday, 25 July 2015
  • , Updated: 25 July 2015, 01:31 PM IST

ଚିଟାଗଙ୍ଗ: ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ ଅମୀମାଂସିତ ଭାବେ ଶେଷ ହୋଇଛି। ବର୍ଷା ଯୋଗୁଁ ଆଜି ଏହି ମ୍ୟାଚର ପଞ୍ଚମ ଦିନର ଖେଳ ହୋଇପାରି ନଥିଲା। ଫଳରେ  ମ୍ୟାଚକୁ ଡ୍ର ଘୋଷଣା  କରାଯାଇଥିଲା। ବର୍ଷା ଯୋଗୁଁ ଗତକାଲି ମଧ୍ୟ ଖେଳ ହୋଇପାରିନଥିଲା। ପୂରା ଦିନଟି ବେକାର ଯାଇଥିଲା। ସେହିଭଳି ଦ୍ୱିତୀୟ ଓ ତୃତୀୟ ଦିବସରେ ବର୍ଷା ଯୋଗୁଁ ପ୍ରାୟ ୫୦ ଓଭର ଖେଳ ହୋଇପାରି ନଥିଲା।

ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୪୮ ରନ୍ କରିଥିଲା। ଏହାପରେ ଦଳ ବାଂଲାଦେଶକୁ  ୩୨୬ ରନରେ ଅଲଆଉଟ୍ କରି ଦେଇଥିଲା। ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ଦଳ କୌଣସି ୱିକେଟ୍ ନ ହରାଇ ୬୧ ରନ୍ କରିଥିଲା।

ପ୍ରଥମ ମ୍ୟାଚଟି ଡ୍ର ହୋଇଯାଇଥିବା ବେଳେ ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁଲାଇ ୩୦ ତାରିଖରେ ଖେଳାଯିବ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍।

Related story