ସାକ୍ଷାତକାର ଦେଉଥିବା ବେଳେ ମୁଣ୍ଡରେ ବାଜିଲା ବଲ୍‌, ଚିନ୍ତାରେ ଟିମ୍‌

ନୂଆଦିଲ୍ଲୀ: ଚଳିତ କ୍ରିକେଟ୍‌ ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ର ଦୁଇ ଜଣ ଖେଳାଳି ଆହତ ହୋଇଥିବା ବେଳେ ଅନ୍ୟ କିଛି ଟିମ୍‌ର ଖେଳାଳି ବି ଏହି ସମସ୍ୟାରେ ପଡ଼ିଛନ୍ତି। ଆଉ ୟା ଭିତରେ ଗତକାଲି ଆଉ ଜଣେ ଖେଳାଳି ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ବଲ୍‌ ବାଜିଛି। ତେବେ ତାଙ୍କ ଆଘାତ କେତେ ଗମ୍ଭୀର ତାହା ଜଣାପଡ଼ିନି। ଏହି ଖେଳାଳି ଜଣଙ୍କ ହେଉଛନ୍ତି ବାଂଲାଦେଶର ସ୍ପିନ୍ ବୋଲର ମେହଦୀ ହସନ। ଗତକାଲି ଦଳର ସଦସ୍ୟମାନେ ନେଟ ଅଭ୍ୟାସ କରୁଥିବା […]

banglateam

Jitendra Garnayak
  • Published: Monday, 24 June 2019
  • , Updated: 24 June 2019, 10:35 AM IST

ନୂଆଦିଲ୍ଲୀ: ଚଳିତ କ୍ରିକେଟ୍‌ ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ର ଦୁଇ ଜଣ ଖେଳାଳି ଆହତ ହୋଇଥିବା ବେଳେ ଅନ୍ୟ କିଛି ଟିମ୍‌ର ଖେଳାଳି ବି ଏହି ସମସ୍ୟାରେ ପଡ଼ିଛନ୍ତି। ଆଉ ୟା ଭିତରେ ଗତକାଲି ଆଉ ଜଣେ ଖେଳାଳି ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ବଲ୍‌ ବାଜିଛି। ତେବେ ତାଙ୍କ ଆଘାତ କେତେ ଗମ୍ଭୀର ତାହା ଜଣାପଡ଼ିନି। ଏହି ଖେଳାଳି ଜଣଙ୍କ ହେଉଛନ୍ତି ବାଂଲାଦେଶର ସ୍ପିନ୍ ବୋଲର ମେହଦୀ ହସନ।

ଗତକାଲି ଦଳର ସଦସ୍ୟମାନେ ନେଟ ଅଭ୍ୟାସ କରୁଥିବା ବେଳେ ସେ ଏକ ସାକ୍ଷାତକାର ଦେଉଥିଲେ। ଏହି ସମୟରେ ହଠାତ୍ ଏକ ବଲ୍ ଆସି ତାଙ୍କ ମୁଣ୍ଡରେ ବାଜିଥିଲା। ଏହା ସତ୍ତ୍ୱେ ସେ ଅଭ୍ୟାସ କରିବା ପାଇଁ ଚାହୁଁଥିଲେ। କିନ୍ତୁ ଟିମ୍ ପରିଚାଳନା କର୍ତ୍ତୃପକ୍ଷ ତାଙ୍କୁ ଏଥିପାଇଁ ଅନୁମତି ଦେଇ ନଥିଲେ।

[caption id="attachment_397694" align="aligncenter" width="750"] ମେହଦୀ ହସନ[/caption]

ବାଂଲାଦେଶ ଆଜି ଆଫ୍‌ଗାନିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ଥିବା ବେଳେ ଏହାର ଏକାଧିକ ଖେଳାଳି ଆହତ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ମହମ୍ମଦ ସୈଫୁଦ୍ଦିନ ଓ ମୋସଦ୍ଦେକ ହୁସେନ ଆହତ ହୋଇଥିଲେ। ମୁଶଫିକୁର ରହିମ୍‌, ତମିମ ଇକ୍‌ବାଲ୍ ଓ ମଶରଫେ ମୁର୍ତଜା ବି ଆହତ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି।

ଚଳିତ ବିଶ୍ୱକପ୍‌ରେ ବାଂଲାଦେଶ ଏଯାବତ ୬ଟି ମ୍ୟାଚ୍ ଖେଳିଥିବା ବେଳେ ୨ଟିରେ ଜିତିଛି, ୩ଟିରେ ହାରିଛି ଓ ଗୋଟିଏ ମ୍ୟାଚ୍ ବାତିଲ ହୋଇଯାଇଛି।

Related story