ସାକିବ୍ ଅଲ୍ ହାସନ୍ ଦୁଇ ବର୍ଷ ବାସନ୍ଦ

ଦୁବାଇ: ଦୁର୍ନୀତି ସମ୍ବନ୍ଧିତ ଘଟଣା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)କୁ ଅବଗତ ନକରାଇବା ବାଂଲାଦେଶ ଟିମର ଷ୍ଟାର୍ ଅଲରାଉଣ୍ଡର ସାକିବ୍ ଅଲ୍ ହାସନଙ୍କୁ ମହଙ୍ଗା ପଡ଼ିଛି। ଯେଉଁ କାରଣରୁ ଆଇସିସି ତାଙ୍କୁ ଦୁଇବର୍ଷ ପାଇଁ ବାସନ୍ଦ କରିଛି। ଆସନ୍ତାକାଲି ବାଂଲାଦେଶ ଟିମ୍ ଭାରତ ଗସ୍ତରେ ଆସିବ। ତେଣୁ ଏହା ପୂର୍ବରୁ ବାଂଲାଦେଶ ପାଇଁ ଏହା ସବୁଠାରୁ ବଡ଼ ଝଟକା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଗସ୍ତରେ ବାଂଲାଦେଶ ତିନୋଟି ଟି-୨୦ ମ୍ୟାଚ୍ ଏବଂ ଦୁଇଟି ଟେଷ୍ଟ […]

sakib

sakib

Ranjit Kumar Jena
  • Published: Tuesday, 29 October 2019
  • Updated: 29 October 2019, 08:27 PM IST

Sports

Latest News

ଦୁବାଇ: ଦୁର୍ନୀତି ସମ୍ବନ୍ଧିତ ଘଟଣା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)କୁ ଅବଗତ ନକରାଇବା ବାଂଲାଦେଶ ଟିମର ଷ୍ଟାର୍ ଅଲରାଉଣ୍ଡର ସାକିବ୍ ଅଲ୍ ହାସନଙ୍କୁ ମହଙ୍ଗା ପଡ଼ିଛି। ଯେଉଁ କାରଣରୁ ଆଇସିସି ତାଙ୍କୁ ଦୁଇବର୍ଷ ପାଇଁ ବାସନ୍ଦ କରିଛି। ଆସନ୍ତାକାଲି ବାଂଲାଦେଶ ଟିମ୍ ଭାରତ ଗସ୍ତରେ ଆସିବ। ତେଣୁ ଏହା ପୂର୍ବରୁ ବାଂଲାଦେଶ ପାଇଁ ଏହା ସବୁଠାରୁ ବଡ଼ ଝଟକା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଗସ୍ତରେ ବାଂଲାଦେଶ ତିନୋଟି ଟି-୨୦ ମ୍ୟାଚ୍ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ। ଏହି ପ୍ରତିବନ୍ଧ ଲାଗିବା ପରେ ସାକିବଙ୍କ କ୍ରିକେଟ୍ କ୍ୟାରିୟର ବିପଦରେ ପଡ଼ିଯାଇଛି। ସାକିବ କ୍ରିକେଟର କୌଣସି ଫର୍ମାଟରେ ଖେଳିପାରିବେ ନାହିଁ। ଏହା ସହ ସାକିବଙ୍କ ଏହି ଗୋଟିଏ ଭୁଲ୍ ବାଂଲାଦେଶ କ୍ରିକେଟକୁ ମଧ୍ୟ କଳଙ୍କିତ କରିଛି।

ବାଂଲାଦେଶ ଟେଷ୍ଟ ଓ ଟି-୨୦ କ୍ୟାପଟେନ୍ ସାକିବଙ୍କ ଉପରେ ଦୁଇବର୍ଷର ବାସନ୍ଦାଦେଶ ମଧ୍ୟରେ ବର୍ଷକର ନିଲମ୍ବନ ସାମିଲ୍ ଅଛି। ସେ ଆଇସିସି ଆଣ୍ଟି କରପସନ୍ କୋଡର ଉଲ୍ଲଙ୍ଘନ କରିବାର ତିନୋଟି ଅଭିଯୋଗକୁ ସ୍ୱୀକାର କରିଛନ୍ତି। ଏହି ପ୍ରତିବନ୍ଧ ସବୁ ଫର୍ମାଟରେ ଲାଗୁ ହେବ। ସେ ୨୯ ଅକ୍ଟୋବର, ୨୦୨୦ ପର୍ଯ୍ୟନ୍ତ ବାଂଲାଦେଶ ଟିମର ଚୟନ ପାଇଁ ଉପଲବ୍ଧ ହେବେ ନାହିଁ। ବାସନ୍ଦାଦେଶ ଲାଗିବା ଦ୍ୱାରା ସାକିବ୍ ଆସନ୍ତାବର୍ଷ ଆଇପିଏଲରେ ମଧ୍ୟ ଖେଳିପାରିବେ ନାହିଁ।

୩୨ ବର୍ଷୀୟ ସାକିବ୍ କହିଛନ୍ତି, "ଯେଉଁ ଖେଳକୁ ମୁଁ ସବୁଠାରୁ ଅଧିକ ଭଲ ପାଏ, ତାହା ଉପରେ ଏବେ ପ୍ରତିବନ୍ଧ ଲାଗିଛି। ଦୁର୍ନୀତି ସମ୍ବନ୍ଧିତ କୌଣସି ସୂଚନା ଆଇସିସିକୁ ନଦେବାର ଭୁଲକୁ ମୁଁ ସ୍ୱୀକାର କରୁଛି। ଆଇସିସିର ଆଣ୍ଟି କରପସନ୍ ୟୁନିଟ୍ (ଏସିୟୁ) କ୍ରିକେଟରେ ଦୁର୍ନୀତି ବିପକ୍ଷରେ ଲଢ଼େଇକୁ ନେଇ ବହୁତ କଠୋର ନୀତି ଆପଣାଇଛି ଏବଂ ମୁଁ ମୋ ଦାୟିତ୍ୱକୁ ଠିକ୍ ଭାବେ ପାଳନ କରିପାରି ନାହିଁ।"

ଧାରା ୨.୪.୪ ଅନୁଯାୟୀ ସାକିବଙ୍କ ଉପରେ ଅଭିଯୋଗ ଲାଗିଛି। ୨୦୧୮ରେ ବାଂଲାଦେଶ, ଶ୍ରୀଲଙ୍କା ଏବଂ ଜିମ୍ବାୱେକୁ ନେଇ ଆୟୋଜିତ ତ୍ରିରାଷ୍ଟ୍ରୀୟ ସିରିଜ୍ ଏବଂ ୨୦୧୮ ଆଇପିଏଲ୍ ବେଳେ ସାକିବଙ୍କ ସହ ବୁକି ଯୋଗାଯୋଗ କରିଥିଲେ। ବୁକି ସାକିବଙ୍କୁ ମ୍ୟାଚ୍ ଫିକ୍ସିଂ କରିବା ପାଇଁ ଅଫର୍ ଦେଇଥିଲେ କିନ୍ତୁ ସେ ଏହାର ସୂଚନା ଆଇସିସିର ଆଣ୍ଟି କରପସନ୍ ଏବଂ ସିକ୍ୟୁରିଟି (ଏସିଏସୟୁ)କୁ ଦେଇନଥିଲେ। ତେଣୁ ସାକିବଙ୍କ ଉପରେ ବୁକିଙ୍କ ଦ୍ୱାରା ତାଙ୍କୁ ଯୋଗାଯୋଗ କରାଯାଇଥିବାର ସୂଚନାକୁ ଲୁଚାଇବାର ଅଭିଯୋଗ ଥିଲା। ଏ ନେଇ ଆଇସିସି ସାକିବଙ୍କ ଉପରେ ଖପ୍ପା ଥିଲା ଏବଂ ତାଙ୍କୁ ଅଭ୍ୟାସ ସେସନରୁ ଦୂରେଇ ରଖିବା ପାଇଁ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)କୁ କଡ଼ା ନିର୍ଦ୍ଦେଶ ଦେଇଥିଲା।

ଆଇସିସି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ସାକିବ ଜଣେ ସିନିୟର ଖେଳାଳି ଏବଂ ସେ ଆଇସିସି ଏସିୟୁ ଦ୍ୱାରା ଆୟୋଜିତ ଅନେକ ସେମିନାରରେ ଭାଗ ନେଇଥିଲେ। ଏଥିପାଇଁ ସେ ଭଲଭାବେ ଜାଣିଛନ୍ତି ଯେ ବୁକିଙ୍କ ସହ ଯୋଗାଯୋଗ କରିବା ପରେ ତାଙ୍କୁ କ'ଣ କରିବାର ଥିଲା। କିନ୍ତୁ ସେ ନିୟମ ଜାଣିକି ବି ଆଇସିସିକୁ ଏହାର ଅବଗତ କରାଇନଥିଲେ, ଏଥିପାଇଁ ତାଙ୍କ ଉପରେ ବାସନ୍ଦାଦେଶ ଲଗାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story