ସାକିବଙ୍କୁ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମର୍ଥନ

ନୂଆଦିଲ୍ଲୀ: ଆଇସିସି ଦ୍ୱାରା ଦୁଇବର୍ଷ ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ ହୋଇଥିବା ବାଂଲାଦେଶର ଷ୍ଟାର୍ ଅଲରାଉଣ୍ଡର ସାକିବ୍ ଅଲ୍ ହାସନଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ସମର୍ଥନ କରିଛନ୍ତି। ସାକିବଙ୍କୁ ସମର୍ଥନ ଜଣାଇ ପ୍ରଧାମମନ୍ତ୍ରୀ ଶେଖ ହସିନା କହିଛନ୍ତି, “ସାକିବ୍ ଯାହା କରିଛନ୍ତି ତାହା ଭୁଲ୍। ସାକିବ୍ ମଧ୍ୟ ନିଜ ଭୁଲକୁ ସ୍ୱୀକାର କରିଛନ୍ତି। କିନ୍ତୁ ସେ ବାସନ୍ଦାଦେଶ କାଟିବା ପରେ ନିଶ୍ଚିତ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ। ଆଇସିସିର ନିଷ୍ପତ୍ତି ବିରୋଧରେ ଆମ ସରକାର କିଛି […]

hasina

hasina

Ranjit Kumar Jena
  • Published: Wednesday, 30 October 2019
  • Updated: 30 October 2019, 06:12 PM IST

Sports

Latest News

ନୂଆଦିଲ୍ଲୀ: ଆଇସିସି ଦ୍ୱାରା ଦୁଇବର୍ଷ ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ ହୋଇଥିବା ବାଂଲାଦେଶର ଷ୍ଟାର୍ ଅଲରାଉଣ୍ଡର ସାକିବ୍ ଅଲ୍ ହାସନଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ସମର୍ଥନ କରିଛନ୍ତି। ସାକିବଙ୍କୁ ସମର୍ଥନ ଜଣାଇ ପ୍ରଧାମମନ୍ତ୍ରୀ ଶେଖ ହସିନା କହିଛନ୍ତି, "ସାକିବ୍ ଯାହା କରିଛନ୍ତି ତାହା ଭୁଲ୍। ସାକିବ୍ ମଧ୍ୟ ନିଜ ଭୁଲକୁ ସ୍ୱୀକାର କରିଛନ୍ତି। କିନ୍ତୁ ସେ ବାସନ୍ଦାଦେଶ କାଟିବା ପରେ ନିଶ୍ଚିତ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ। ଆଇସିସିର ନିଷ୍ପତ୍ତି ବିରୋଧରେ ଆମ ସରକାର କିଛି ଖାସ୍ କରିପାରିବ ନାହିଁ, କିନ୍ତୁ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ତାଙ୍କ ସହ ଅଛି।"

ସେହିପରି ବିସିବି ପକ୍ଷରୁ କୁହାଯାଇଛି, "ଆମର ବିଶ୍ୱାସ ଯେ ସାକିବ ଜଣେ ଉନ୍ନତ ଏବଂ ପରିପକ୍ୱ କ୍ରିକେଟର୍ ଭାବେ ପ୍ରତ୍ୟାବର୍ତ୍ତନ କରିବେ ଏବଂ ପ୍ରତିବନ୍ଧ ପୂରଣ ହେବା ପରେ ବାଂଲାଦେଶ କ୍ରିକେଟକୁ ଆହୁରି କିଛି ବର୍ଷ ନିଜର ସେବା ଦେବେ। ନିଲମ୍ବନ ବେଳେ ବିସିବି ତାଙ୍କ ପ୍ରତ୍ୟାବର୍ତ୍ତନ ବାଟରେ ସବୁ ପ୍ରକାରର ସହାୟତା କରିବ। ଆମେ ଆଇସିସିର ନିଷ୍ପତ୍ତିକୁ ସମର୍ଥନ କରୁଛୁ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos