ବାଂଲାଦେଶ ଖେଳାଳିଙ୍କୁ କଡ଼ା ଶବ୍ଦରେ ସମାଲୋଚନା କଲେ ଭାରତ କ୍ୟାପଟେନ୍‌

ନୂଆଦିଲ୍ଲୀ: ଅଣ୍ଡର୍‌-୧୯ ବିଶ୍ୱକପ୍ ଫାଇନାଲରେ ନିଜ ଖେଳାଳିଙ୍କ ଦୁର୍ବ୍ୟବହାର ପାଇଁ ଆଜି ସାରା ବିଶ୍ୱରେ ବାଂଲାଦେଶକୁ ନିନ୍ଦା କରାଯାଉଛି। ନିଜ ଖେଳାଳିଙ୍କ ଏପରି ଅଯଥା ଆକ୍ରମଣାତ୍ମକ ଏବଂ ନକାରାତ୍ମକ ବ୍ୟବହାର ପାଇଁ ବାଂଲାଦେଶ ଯୁବ ଟିମର କ୍ୟାପଟେନ୍ ଆକବର୍ ଅଲୀ କ୍ଷମା ମାଗିଛନ୍ତି। ତେବେ ଭାରତୀୟ ଦଳର କ୍ୟାପଟେନ୍ ପ୍ରିୟମ ଗର୍ଗ ବାଂଲାଦେଶ ଖେଳାଳିଙ୍କ ଏପରି ବ୍ୟବହାରକୁ ‘ଡାର୍ଟି’ ଅର୍ଥାତ୍ ‘ଅଶାଳୀନ’ ବୋଲି କହିଛନ୍ତି। ଗର୍ଗ କହିଛନ୍ତି, ଏଭଳି ଖରାପ ବ୍ୟବହାର ପାଇଁ ବାଂଲାଦେଶ ଖେଳାଳିମାନେ ହିଁ […]

garg

garg

Ranjit Kumar Jena
  • Published: Monday, 10 February 2020
  • Updated: 10 February 2020, 06:03 PM IST

Sports

Latest News

ନୂଆଦିଲ୍ଲୀ: ଅଣ୍ଡର୍‌-୧୯ ବିଶ୍ୱକପ୍ ଫାଇନାଲରେ ନିଜ ଖେଳାଳିଙ୍କ ଦୁର୍ବ୍ୟବହାର ପାଇଁ ଆଜି ସାରା ବିଶ୍ୱରେ ବାଂଲାଦେଶକୁ ନିନ୍ଦା କରାଯାଉଛି। ନିଜ ଖେଳାଳିଙ୍କ ଏପରି ଅଯଥା ଆକ୍ରମଣାତ୍ମକ ଏବଂ ନକାରାତ୍ମକ ବ୍ୟବହାର ପାଇଁ ବାଂଲାଦେଶ ଯୁବ ଟିମର କ୍ୟାପଟେନ୍ ଆକବର୍ ଅଲୀ କ୍ଷମା ମାଗିଛନ୍ତି। ତେବେ ଭାରତୀୟ ଦଳର କ୍ୟାପଟେନ୍ ପ୍ରିୟମ ଗର୍ଗ ବାଂଲାଦେଶ ଖେଳାଳିଙ୍କ ଏପରି ବ୍ୟବହାରକୁ 'ଡାର୍ଟି' ଅର୍ଥାତ୍ 'ଅଶାଳୀନ' ବୋଲି କହିଛନ୍ତି।

ଗର୍ଗ କହିଛନ୍ତି, ଏଭଳି ଖରାପ ବ୍ୟବହାର ପାଇଁ ବାଂଲାଦେଶ ଖେଳାଳିମାନେ ହିଁ ଦାୟୀ ଏବଂ ସେମାନେ ମ୍ୟାଚ୍ ଚାଲିଥିବା ବେଳେ ମଧ୍ୟ ବିରୋଧୀ ଦଳର ଖେଳାଳିଙ୍କୁ ଖରାପ ବ୍ୟବହାର କରିଥିଲେ। ଆମେ ପୂରା ରିଲାକ୍ସ ଥିଲୁ। ଆମେ ଭାବିଲୁ ଯେ ଏହା ଖେଳର ଏକ ଅଂଶ। ଖେଳରେ ହାର୍‌-ଜିତ୍ ଲାଗି ରହିଥାଏ। କିନ୍ତୁ ବାଂଲାଦେଶ ଖେଳାଳିମାନେ ଯେଉଁଭଳି ଭାବେ ବ୍ୟବହାର କଲେ, ତାହା ସମ୍ପୂର୍ଣ୍ଣ ଅଶାଳୀନ ଥିଲା। ମୁଁ ଜାଣିଛି ଯେ ଏଭଳି ହେବାର ନଥିଲା, କିନ୍ତୁ ଯାହା ହେଲା ତାହା ଏବେ ଅତୀତ। ଖେଳରେ ଏଭଳି ହେବା ସ୍ୱାଭାବିକ। ଆଶା କରୁଛି ଆଗାମୀ ଦିନରେ ଯେପରି ଏହାର ପୁନରାବୃତ୍ତି ନହୁଏ।

ସୂଚନାଯୋଗ୍ୟ, ଆଇସିସି ଏହି ମାମଲାକୁ ନେଇ ପୂରା ସିରିୟସ୍ ଅଛି । ଆଇସିସି ସୋମବାର ଏହା ଉପରେ ତା'ର ନୀତି ସ୍ପଷ୍ଟ କରିବ। ଏ ନେଇ ଆଇସିସି ମ୍ୟାଚ୍ ରେଫରୀ ଗ୍ରୀମ୍ ଲେବୟଙ୍କଠାରୁ ରିପୋର୍ଟ ମଧ୍ୟ ମାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos