ଭାରତ ବିପକ୍ଷ ଟି-୨୦ ସିରିଜରୁ ଓହରିଲେ ସୈଫୁଦ୍ଦିନ

ଢ଼ାକା: ଆସନ୍ତାମାସରେ ଭାରତ ବିପକ୍ଷ ଖେଳାଯିବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ପୂର୍ବରୁ ବାଂଲାଦେଶକୁ ବଡ଼ ଝଟକା ଲାଗିଛି। ଟିମର ଷ୍ଟାର୍ ଅଲରାଉଣ୍ଡର ମହମ୍ମଦ ସୈଫୁଦ୍ଦିନ ଆହତ କାରଣରୁ ଭାରତ ଗସ୍ତରୁ ଓହରିଯାଇଛନ୍ତି। ପିଠିଜନିତ ଆଘାତ ସମସ୍ୟା ସୈଫୁଦ୍ଦିନଙ୍କ ପାଇଁ କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ସେ ଅଧିକାଂଶ ସମୟରେ ଏହି ସମସ୍ୟା କାରଣରୁ ବିଭିନ୍ନ ବଡ଼ ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ଜୁନରେ ଇଂଲଣ୍ଡରେ ଆୟୋଜିତ ବିଶ୍ୱକପରେ ଆହତ କାରଣରୁ ସେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ […]

saifuddin

saifuddin

Ranjit Kumar Jena
  • Published: Thursday, 24 October 2019
  • Updated: 24 October 2019, 09:22 PM IST

Sports

Latest News

ଢ଼ାକା: ଆସନ୍ତାମାସରେ ଭାରତ ବିପକ୍ଷ ଖେଳାଯିବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ପୂର୍ବରୁ ବାଂଲାଦେଶକୁ ବଡ଼ ଝଟକା ଲାଗିଛି। ଟିମର ଷ୍ଟାର୍ ଅଲରାଉଣ୍ଡର ମହମ୍ମଦ ସୈଫୁଦ୍ଦିନ ଆହତ କାରଣରୁ ଭାରତ ଗସ୍ତରୁ ଓହରିଯାଇଛନ୍ତି। ପିଠିଜନିତ ଆଘାତ ସମସ୍ୟା ସୈଫୁଦ୍ଦିନଙ୍କ ପାଇଁ କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ସେ ଅଧିକାଂଶ ସମୟରେ ଏହି ସମସ୍ୟା କାରଣରୁ ବିଭିନ୍ନ ବଡ଼ ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ଜୁନରେ ଇଂଲଣ୍ଡରେ ଆୟୋଜିତ ବିଶ୍ୱକପରେ ଆହତ କାରଣରୁ ସେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଖେଳିପାରିନଥିଲେ।

ସେହିପରି ଶ୍ରୀଲଙ୍କା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରୁ ମଧ୍ୟ ବାଦ୍ ପଡ଼ିଥିବା ବେଳେ ଆଫଗାନିସ୍ତାନ ଓ ଜିମ୍ବାୱେକୁ ନେଇ ଆୟୋଜିତ ଟ୍ରାଇ-ସିରିଜକୁ ସେ ପ୍ରତ୍ୟାବର୍ତ୍ତନ କରିଥିଲେ। କିନ୍ତୁ ଏହି ୨୨ ବର୍ଷୀୟ ଅଲରାଉଣ୍ଡର ଜଣକ ସେପ୍ଟେମ୍ବର ୨୪ ତାରିଖରୁ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ୍ ଖେଳିନାହାନ୍ତି। ତାଙ୍କ ଦଳ ପାଇଁ ବଡ଼ ଝଟକା ବୋଲି ମୁଖ୍ୟ ଚୟନକର୍ତ୍ତା ହବିବୁଲ ବାସାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos