ବାପା ହେଲେ ସାମି

କୋଲକାତା: ଭାରତର ପେସ୍ ବୋଲର ମହମ୍ମଦ ସାମିଙ୍କ ପାଇଁ ପବିତ୍ର ‘ଇଦ୍’ ଆଣି ଦେଇଛି ଡବଲ୍ ଖୁସି। ଏକ କନ୍ୟା ସନ୍ତାନର ବାପା ହୋଇଛନ୍ତି ସାମି। ଗତକାଲି ଅପରାହ୍ନ ପ୍ରାୟ ୨ଟା ୪୦ ମିନିଟରେ ତାଙ୍କ ପତ୍ନୀ ହାସିନ୍ ଜାହାନ ଏହି କନ୍ୟା ସନ୍ତାନକୁ ପ୍ରସବ କରିଥିଲେ। ଉଭୟ ମା’ ଓ ଝିଅ ସୁସ୍ଥ ଅଛନ୍ତି ବୋଲି ସାମି କହିଛନ୍ତି। ଆଣ୍ଠୁରେ ଆଘାତ ଯୋଗୁ ତିନି ମାସ ହେଲାଣି ସାମି ଟିମରୁ ବାହାରେ ଅଛନ୍ତି। ବେଙ୍ଗଲୁରୁରେ ତାଙ୍କ […]

msami

Rakesh Mallick
  • Published: Saturday, 18 July 2015
  • , Updated: 18 July 2015, 10:25 AM IST

କୋଲକାତା: ଭାରତର ପେସ୍ ବୋଲର ମହମ୍ମଦ ସାମିଙ୍କ ପାଇଁ ପବିତ୍ର ‘ଇଦ୍’ ଆଣି ଦେଇଛି ଡବଲ୍ ଖୁସି। ଏକ କନ୍ୟା ସନ୍ତାନର ବାପା ହୋଇଛନ୍ତି ସାମି। ଗତକାଲି ଅପରାହ୍ନ ପ୍ରାୟ ୨ଟା ୪୦ ମିନିଟରେ ତାଙ୍କ ପତ୍ନୀ ହାସିନ୍ ଜାହାନ ଏହି କନ୍ୟା ସନ୍ତାନକୁ ପ୍ରସବ କରିଥିଲେ। ଉଭୟ ମା’ ଓ ଝିଅ ସୁସ୍ଥ ଅଛନ୍ତି ବୋଲି ସାମି କହିଛନ୍ତି।

ଆଣ୍ଠୁରେ ଆଘାତ ଯୋଗୁ ତିନି ମାସ ହେଲାଣି ସାମି ଟିମରୁ ବାହାରେ ଅଛନ୍ତି। ବେଙ୍ଗଲୁରୁରେ ତାଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଥିଲେ। ସାମି କହିଛନ୍ତି ଯେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଆଉ କିଛି ଦିନ ପରେ ସେ ପୂରା ଫିଟ୍ ହୋଇଯିବେ।

ଅନ୍ୟପକ୍ଷରେ ଆସନ୍ତା ମାସରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ  ଥିବା ଟେଷ୍ଟ୍ ସିରିଜରେ ସାମି ଖେଳିବା ନେଇ କିଛି ସ୍ପଷ୍ଟ ହୋଇନାହିଁ। ତେବେ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ଭାରତରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ସିରିଜରେ ସେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି।

Related story