ବାରବାଟୀ ଭିତରକୁ ଯାଇପାରିଲେନି ଅନ୍ଲାଇନ୍ ଟିକେଟଧାରୀ
କଟକ(ଓଡ଼ିଶା ରିପୋର୍ଟର): କିଛି ସମୟ ପରେ ବାରବାଟୀରେ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ। ଏହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ମାତ୍ର ଅନ୍ଲାଇନ୍ରେ ଟିକେଟ କରିଥିବା ଦର୍ଶକମାନେ ଏବେ ଭିତରକୁ ଯାଇପାରୁନାହାନ୍ତି। ଏହି ଟିକଟରେ ନମ୍ବର କି ଡିସିପିଙ୍କ ଦସ୍ତଖତ ନାହିଁ। ତେଣୁ ସୁରକ୍ଷା କର୍ମୀ ଷ୍ଟାଡିୟମ ଭିତରକୁ ଅନ୍ଲାଇନ୍ ଟିକେଟଧାରୀଙ୍କୁ ଛାଡ଼ୁ ନାହାନ୍ତି। ଏହାକୁ ନେଇ ଗେଟ୍ ସାମ୍ନାରେ ଉତ୍ତେଜନା ପ୍ରକାଶ ପାଇବା ସହ ହୋହଲ୍ଲା କରିଛନ୍ତି। ପରେ କେତେକ ଦର୍ଶନ ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।