ବାରବାଟୀ ଦିନିକିଆ: ଆସନ୍ତାକାଲିଠାରୁ କାଉଣ୍ଟରରେ ଟିକେଟ୍‌ ବିକ୍ରି

କଟକ: ଇଣ୍ଡିଆ-ଇଂଲଣ୍ଡ ବାରବାଟୀ ଦିନିକିଆ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ୩ ଦିନ ପରେ ମ୍ୟାଚ୍‌ ଆରମ୍ଭ ହେବାକୁ ଥିବା ବେଳେ ଓସିଏ ଅନୁବନ୍ଧିତ ବିଭିନ୍ନ ଅନୁଷ୍ଠାନ ସମେତ ସ୍କୁଲ, କଲେଜ ପାଇଁ ଟିକେଟ୍‌ ବିକ୍ରି ଜାରି ରହିଛି। ଆସନ୍ତାକାଲିଠାରୁ ସାଧାରଣ ଲୋକଙ୍କ ପାଇଁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହେବ। ଏହା ଦୁଇଦିନ ଧରି ଚାଲିବ। ଅନୁବନ୍ଧିତ ସ୍କୁଲ, କଲେଜ ପାଇଁ ୧୦,୩୬୨ ଟିକେଟ୍‌ ରଖାଯାଇଛି। ପ୍ରଥମ ଦିନରେ ୪,୮୪୪ ଟିକେଟ୍‌ ବିକ୍ରି ହୋଇଛି। ପ୍ରଥମ […]

barabati

Rakesh Mallick
  • Published: Sunday, 15 January 2017
  • , Updated: 15 January 2017, 09:46 AM IST

କଟକ: ଇଣ୍ଡିଆ-ଇଂଲଣ୍ଡ ବାରବାଟୀ ଦିନିକିଆ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ୩ ଦିନ ପରେ ମ୍ୟାଚ୍‌ ଆରମ୍ଭ ହେବାକୁ ଥିବା ବେଳେ ଓସିଏ ଅନୁବନ୍ଧିତ ବିଭିନ୍ନ ଅନୁଷ୍ଠାନ ସମେତ ସ୍କୁଲ, କଲେଜ ପାଇଁ ଟିକେଟ୍‌ ବିକ୍ରି ଜାରି ରହିଛି। ଆସନ୍ତାକାଲିଠାରୁ ସାଧାରଣ ଲୋକଙ୍କ ପାଇଁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହେବ। ଏହା ଦୁଇଦିନ ଧରି ଚାଲିବ।

ଅନୁବନ୍ଧିତ ସ୍କୁଲ, କଲେଜ ପାଇଁ ୧୦,୩୬୨ ଟିକେଟ୍‌ ରଖାଯାଇଛି। ପ୍ରଥମ ଦିନରେ ୪,୮୪୪ ଟିକେଟ୍‌ ବିକ୍ରି ହୋଇଛି।

ପ୍ରଥମ ଥର ପାଇଁ ଓସିଏ ପକ୍ଷରୁ କ୍ୟାସ୍‌ଲେସ୍‌ ଜରିଆରେ ଟିକେଟ୍‌ ବିକ୍ରି କରାଯାଉଛି। କ୍ରେଡିଟ କାର୍ଡ ଓ ଡ୍ରାଫଟ୍‌ ମାଧ୍ୟମରେ ଟିକେଟ ବିକ୍ରି ହେଉଛି।

Related story