ବାର୍ସିଲୋନା: ଭାରତର ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ସାଇନା ନେହ୍ୱାଲ ଚଳିତ ବାର୍ସିଲୋନା ସ୍ପେନ୍ ମାଷ୍ଟର୍ସ ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ତେବେ ଭାରତର ଅନ୍ୟତମ ତାରକା ଏଚଏସ୍ ପ୍ରଣୟ ପ୍ରଥମ ରାଉଣ୍ଡରେ ହାରି ବିଦାୟ ନେଇଛନ୍ତି।
ସାଇନା ମହିଳା ସିଙ୍ଗଲ୍ସର ପ୍ରଥମ ରାଉଣ୍ଡରେ ଜର୍ମାନୀର ୟୋଗନୀ ଲି'ଙ୍କୁ ସିଧାସଳଖ ୨୧-୧୬, ୨୧-୧୪ ଗେମରେ ପରାସ୍ତ କରିଛନ୍ତି। ଏହି ମୁକାବିଲାକୁ ଜିତିବା ପାଇଁ ସାଇନା ମାତ୍ର ୩୫ ମିନିଟ୍ ସମୟ ନେଇଥିଲେ। ସେହିପରି ପ୍ରଣୟ ପୁରୁଷ ସିଙ୍ଗଲ୍ସର ପ୍ରଥମ ରାଉଣ୍ଡରେ ମ୍ୟାଲେସିୟାର ଡାରେନ୍ ଲିଉଙ୍କ ନିକଟରୁ ୧୮-୨୧, ୧୫-୨୧ ଗେମରେ ହାରିଯାଇଛନ୍ତି।
ଭାରତର ମିକ୍ସଡ୍ ଡବଲ୍ସ ଯୋଡ଼ି ପ୍ରଣବ ଜେରି ଚୋପ୍ରା ଓ ଏନ୍ ସିକ୍କି ରେଡ୍ଡି ପ୍ରଥମ ରାଉଣ୍ଡରେ ଡେନମାର୍କର ମାଥିଆସ୍ ଖ୍ରୀଷ୍ଟିଆନସେନ୍ ଓ ଆଲେକଜାଣ୍ଡ୍ରା ବୋଜେଙ୍କୁ ୧୦-୨୧, ୨୧-୧୬, ୨୧-୧୭ ଗେମରେ ହରାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଘାଟି ତଳକୁ ଖସି ପଡ଼ିଲା ସେନା ଟ୍ରକ୍; ୪ ଯବାନ ମୃତ, ୫ ଆହତ
ଆହତ ଯବାନମାନଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି।
National
ଦିଲ୍ଲୀ ନିର୍ବାଚନ: ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଜାରି; ଜାଣନ୍ତୁ, କେଜ୍ରିୱାଲଙ୍କ ବିରୋଧରେ କାହାକୁ ଟିକେଟ ଦେଲା
ଗାନ୍ଧୀ ନଗର ବିଧାୟକ ଅନୀଲ ବାଜପେୟୀଙ୍କୁ ଏଥର ଟିକେଟ ଦେଇନି ବିଜେପି। ତାଙ୍କ ବଦଳରେ ପୂର୍ବତନ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲୀଙ୍କୁ ଦଳ ଟିକେଟ ଦେଇଛି।
Guest Column
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଗ୍ରଗତି, ଊର୍ଦ୍ଧ୍ୱଗତି ଓ ରାଷ୍ଟ୍ରଭକ୍ତି
ଚଳିତ ବର୍ଷ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ୧୦୦ ବର୍ଷ ପୂରଣ କରୁଛି। ବ୍ରିଟିଶ୍ ଶାସନ ସମୟରେ ଯେତେବେଳେ ଦେଶରେ ସ୍ୱାଧୀନତା ସଂଗ୍ରାମ ପାଇଁ ସଜବାଜ ବ୍ୟାପକ ହେଉଥିଲା ସେହି ସମୟରେ ୧୯୨୫ରେ ହିନ୍ଦୁ ସାଂସ୍କୃତିକ ଓ ସାମାଜିକ ସଂଗଠନଗୁଡ଼ିକୁ ନୂଆରୂପ ଦେବା ପାଇଁ ଆରଏସଏସର ସ୍ଥାପନା କରାଯାଇଥିଲା।
National
୧୮ ବର୍ଷରୁ କମ୍ ପିଲାଙ୍କୁ କଟକଣା, ସୋଶାଲ ମିଡିଆ ଆକାଉଣ୍ଟ ପାଇଁ ଆବଶ୍ୟକ ପଡ଼ିବ ଅନୁମତି
ଏ ନେଇ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ଡିଜିଟାଲ ପର୍ସୋନାଲ ଡାଟା ପ୍ରୋଟେକ୍ସନ ଆକ୍ଟ ୨୦୨୫। ଏ ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଇନଫର୍ମେଶନ ଟେକନୋଲଜି ମନ୍ତ୍ରାଳୟ ପକ୍ଷରୁ ଡ୍ରାଫ୍ଟ ରୁଲ୍ ବିଜ୍ଞପ୍ତି ପ୍ରକାଶ ପାଇଛି।
National
ମଣିପୁରରେ ପୁଣି ହିଂସା: DCP ଅଫିସ ଉପରେ ଆକ୍ରମଣ
ଆକ୍ରମଣରେ ଜଣେ ପୁଲିସ୍ ଅଧିକାରୀ ଆହତ ହୋଇଛନ୍ତି। ସେହିପରି ଡିସିପି ଅଫିସ ନିକଟରେ ରହିଥିବା ଏକାଧିକ ପୁଲିସ୍ ଗାଡ଼ିକୁ ଲୋକମାନେ ଭାଙ୍ଗି ଦେଇଛନ୍ତି।