ଋଣ ପରିଶୋଧ କରୁଛନ୍ତି ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ବାସ୍କେଟବଲ ଖେଳାଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରୁ ପ୍ରଥମଥର ପାଇଁ ଅନ୍ତର୍ଜାତୀୟସ୍ତରରେ  ବାସ୍କେଟବଲ ଖେଳି ରାଜ୍ୟକୁ ଗୌରବାନ୍ୱତ କରିଥିବା ସୀତାମଣି ଟୁଡୁଙ୍କ ମହାନତା ଏବେ ସାମ୍ନାକୁ ଆସିଛି। ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲ ଯୋଗୁ ସେ ଆଜି ଅନ୍ତର୍ଜାତୀୟ ଖେଳାଳୀ ହୋଇଥିବାରୁ, ସେ ଏହାର ଋଣ ପରିଶୋଧ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ତେଣୁ ହଷ୍ଟେଲରେ ରହୁଥିବା ଜୁନିୟର ବାସ୍କେଟବଲ ଖେଳାଳିଙ୍କୁ ସୀତାମଣି ଅନ୍ତର୍ଜାତୀୟ ସ୍ତରରେ ହାସଲ କରିଥିବା ଅଭିଜ୍ଞତା ବାବଦରେ ପ୍ରଶିକ୍ଷଣ ଦେଉଛନ୍ତି। ମୟୂରଭଂଜ ବାହଲଦା ବ୍ଲକ ବିଞ୍ଛୁଆ ଅଞ୍ଚଳର ସୀତାମଣି ଭୁବନେଶ୍ୱର […]

we

Hemant Lenka
  • Published: Tuesday, 12 November 2019
  • , Updated: 12 November 2019, 09:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରୁ ପ୍ରଥମଥର ପାଇଁ ଅନ୍ତର୍ଜାତୀୟସ୍ତରରେ  ବାସ୍କେଟବଲ ଖେଳି ରାଜ୍ୟକୁ ଗୌରବାନ୍ୱତ କରିଥିବା ସୀତାମଣି ଟୁଡୁଙ୍କ ମହାନତା ଏବେ ସାମ୍ନାକୁ ଆସିଛି। ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲ ଯୋଗୁ ସେ ଆଜି ଅନ୍ତର୍ଜାତୀୟ ଖେଳାଳୀ ହୋଇଥିବାରୁ, ସେ ଏହାର ଋଣ ପରିଶୋଧ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ତେଣୁ ହଷ୍ଟେଲରେ ରହୁଥିବା ଜୁନିୟର ବାସ୍କେଟବଲ ଖେଳାଳିଙ୍କୁ ସୀତାମଣି ଅନ୍ତର୍ଜାତୀୟ ସ୍ତରରେ ହାସଲ କରିଥିବା ଅଭିଜ୍ଞତା ବାବଦରେ ପ୍ରଶିକ୍ଷଣ ଦେଉଛନ୍ତି।

ମୟୂରଭଂଜ ବାହଲଦା ବ୍ଲକ ବିଞ୍ଛୁଆ ଅଞ୍ଚଳର ସୀତାମଣି ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲରେ ଏଭଳି ଋଣ ପରିଶୋଧ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ଏଠାରେ ସେ ତାଙ୍କ ଜୁନିୟରମାନଙ୍କୁ ବାସ୍କେଟବଲ ଖେଳିବାର ପ୍ରଶିକ୍ଷଣ ଦେଉଛନ୍ତି।

୨୦୦୬ରେ ସୀତାମଣି ବାସ୍କେଟବଲ୍ ପ୍ରତିଭା ଭାବେ ଚିହ୍ନଟ ହୋଇ ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲରେ ଅନ୍ତେବାସିନୀ ହୋଇଥିଲେ। ଏଠାରେ ୭ବର୍ଷ ଧରି ପରିଶ୍ରମ କରିବା ସହ ନିଜ ଭିତରେ ଥିବା ପ୍ରତିଭା ଦେଖାଇ ସେ ଇଣ୍ଡିଆନ୍ ରେଲୱେ ବାସ୍କେଟବଲ ଦଳରେ ସ୍ଥାନ ପାଇଥିଲେ। ଏହାପରେ ସେ ଦକ୍ଷିଣ ପୂର୍ବ ରେଳବାଇ କୋଲକାତାରେ ନିଯୁକ୍ତି ପାଇଥିଲେ।

ଏଥିଯୋଗୁ ସେ ୨୦୧୩ରେ ସ୍ପୋର୍ଟସ ହଷ୍ଟେଲ ଛାଡ଼ିଥିଲେ। ସୀତାମଣି ସର୍ବ-ଭାରତୀୟ ରେଲୱେ ଟିମ୍‌ରେ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ମହିଳା ବାସ୍କେଟବଲ ଦଳରେ ନିଜ ସ୍ଥାନ ହାସଲ କରିଥିଲେ। ଏପରି କି ସେ ରେଲୱେ ଟିମ୍‌ରେ କ୍ୟାପଟେନ ଭାବେ ଦାୟିତ୍ୱ ମଧ୍ୟ ତୁଲାଇଥିଲେ।

ଏବେ ସେଠାରୁ ହାସଲ କରୁଥିବା ଅଭିଜ୍ଞତାକୁ ସେ ନିଜର ଜୁନିୟରମାନଙ୍କ ମଧ୍ୟରେ ବାଣ୍ଟୁଛନ୍ତି। ସେ ସ୍ପୋର୍ଟସ ହଷ୍ଟେଲ ଖେଳାଳିଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି। ସୀତାମଣି ଭାରତୀୟ ବାସ୍କେଟବଲ ଦଳର ଫରଓ୍ୱାର୍ଡ ଲାଇନ ସମ୍ଭାଳୁଛନ୍ତି।

Related story