ଆଜିଠାରୁ ରାଜ୍ୟ ପୋଲିସ ଆଥଲେଟିକ୍ ମିଟ୍
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହେଉଛି ରାଜ୍ୟ ପୋଲିସ ଆଥଲେଟିକ୍ ମିଟ୍। ୪ଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗିତାରେ ମୋଟ ୫୨ଟି ପୋଲିସ ଜିଲ୍ଲା, ବାଟାଲିୟନ ଓ ୟୁନିଟର ଏକ ହଜାର ଆଥଲେଟ୍ ଭାଗ ନେବେ। ସେମାନଙ୍କ ମଧ୍ୟରେ ୮ଶହ ପୁରୁଷ ଏବଂ ୨ଶହ ମହିଳା ଆଥଲେଟ ଅଛନ୍ତି। ଗତକାଲି ସଂଧ୍ୟାରେ ସପ୍ତମ ବଟାଲିୟନରରେ କ୍ରୀଡା ଗ୍ରାମ ଉଦଘାଟିତ ହୋଇଛି। ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି କ୍ରୀଡା ଗ୍ରାମକୁ […]
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହେଉଛି ରାଜ୍ୟ ପୋଲିସ ଆଥଲେଟିକ୍ ମିଟ୍। ୪ଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗିତାରେ ମୋଟ ୫୨ଟି ପୋଲିସ ଜିଲ୍ଲା, ବାଟାଲିୟନ ଓ ୟୁନିଟର ଏକ ହଜାର ଆଥଲେଟ୍ ଭାଗ ନେବେ। ସେମାନଙ୍କ ମଧ୍ୟରେ ୮ଶହ ପୁରୁଷ ଏବଂ ୨ଶହ ମହିଳା ଆଥଲେଟ ଅଛନ୍ତି। ଗତକାଲି ସଂଧ୍ୟାରେ ସପ୍ତମ ବଟାଲିୟନରରେ କ୍ରୀଡା ଗ୍ରାମ ଉଦଘାଟିତ ହୋଇଛି। ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି କ୍ରୀଡା ଗ୍ରାମକୁ ଉଦଘାଟନ କରିଛନ୍ତି।