ଆଇପିଏଲରେ ଲାଗୁ ହେବ ଏହି ବଡ଼ ନିୟମ!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଦ୍ୱାରା ଆୟୋଜିତ ବିଶ୍ୱର ସବୁଠାରୁ ବ୍ୟୟବହୁଳ କ୍ରିକେଟ୍ ଲିଗ୍ ଆଇପିଏଲରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଲିଗର ପରବର୍ତ୍ତୀ ସଂସ୍କରଣରେ ‘ପାୱାର୍ ପ୍ଲେୟର’ର ନିୟମ ଲାଗୁ କରିବାକୁ ବିସିସିଆଇ ଯୋଜନା କରୁଛି। ଏହି ନିୟମ ଆଧାରରେ ଗୋଟିଏ ଟିମ୍ ମ୍ୟାଚର କୌଣସି ମୁହୂର୍ତ୍ତରେ ୱିକେଟ୍ ପତନ କିମ୍ବା ଓଭର ଶେଷ ହେବା ପରେ ଖେଳାଳି ବଦଳାଇ ପାରିବେ। ବିସିସିଆଇର ଜଣେ ସିନିୟର ଅଧିକାରୀ ଏ ନେଇ କହିଛନ୍ତି, ଏହି […]

ipl

ipl

Ranjit Kumar Jena
  • Published: Monday, 04 November 2019
  • Updated: 04 November 2019, 08:16 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଦ୍ୱାରା ଆୟୋଜିତ ବିଶ୍ୱର ସବୁଠାରୁ ବ୍ୟୟବହୁଳ କ୍ରିକେଟ୍ ଲିଗ୍ ଆଇପିଏଲରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଲିଗର ପରବର୍ତ୍ତୀ ସଂସ୍କରଣରେ 'ପାୱାର୍ ପ୍ଲେୟର'ର ନିୟମ ଲାଗୁ କରିବାକୁ ବିସିସିଆଇ ଯୋଜନା କରୁଛି। ଏହି ନିୟମ ଆଧାରରେ ଗୋଟିଏ ଟିମ୍ ମ୍ୟାଚର କୌଣସି ମୁହୂର୍ତ୍ତରେ ୱିକେଟ୍ ପତନ କିମ୍ବା ଓଭର ଶେଷ ହେବା ପରେ ଖେଳାଳି ବଦଳାଇ ପାରିବେ। ବିସିସିଆଇର ଜଣେ ସିନିୟର ଅଧିକାରୀ ଏ ନେଇ କହିଛନ୍ତି, ଏହି ଯୋଜନାକୁ ମଞ୍ଜୁରି ମିଳିଯାଇଛି, କିନ୍ତୁ ଏହା ଉପରେ ମଙ୍ଗଳବାର ମୁମ୍ବାଇସ୍ଥିତ ବିସିସିଆଇ କାର୍ଯ୍ୟାଳୟରେ ହେବାକୁଥିବା ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ବିସ୍ତୃତ ଚର୍ଚ୍ଚା ହେବ।

ଅଧିକାରୀ ଜଣକ କହିଛନ୍ତି, "ଆମେ ଏଭଳି ଏକ ସ୍ଥିତି ଉପରେ ବିଚାର କରିବାକୁ ଯାଉଛୁ, ଯେଉଁଠାରେ ଟିମକୁ ଅନ୍ତିମ ଏକାଦଶ ବଦଳରେ ୧୫ଜଣ ଖେଳାଳିଙ୍କୁ ଚୟନ କରିବାକୁ ପଡ଼ିବ ଏବଂ ଜଣେ ଖେଳାଳିଙ୍କୁ ମ୍ୟାଚର କୌଣସି ୱିକେଟ୍ ପତନ ପରେ କିମ୍ବା ଓଭର ଶେଷ ହେବା ପରେ ବଦଳାଯାଇ ପାରିବ। ଆମେ ଏହାକୁ ଆଇପିଏଲରେ ପରୀକ୍ଷଣ କରିବାକୁ ଚିନ୍ତା କରୁଛୁ, କିନ୍ତୁ ଆଗାମୀ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଏହି ନିୟମକୁ ପରୀକ୍ଷଣ ଭାବେ ବ୍ୟବହାର କରାଯିବ।"

ଏହା ଦ୍ୱାରା ମ୍ୟାଚ୍ ଉପରେ କୌଣସି ପ୍ରଭାବ ପଡ଼ିବ କି ନାହିଁ, ତାହା ଉପରେ ଅଧିକାରୀ ଜଣକ କହିଛନ୍ତି, ଏହି ନିୟମ ମ୍ୟାଚର ଫଳାଫଳ ବଦଳାଇ ଦେଇପାରେ ଏବଂ ଦୁଇ ଟିମ୍ ଉପରେ ରଣନୀତି ପ୍ରସ୍ତୁତ କରିବା ପାଇଁ ଚାପ ରହିବ। ଭାବନ୍ତୁ, ଯଦି ଗୋଟିଏ ଟିମକୁ ଶେଷ ୬ ବଲରେ ୨୦ ରନ୍ ଆବଶ୍ୟକ ଅଛି ଏବଂ ଆନ୍ଦ୍ରେ ରସେଲ୍ ବାହାରେ ବସିଛନ୍ତି, କାରଣ ସେ ସମ୍ପୂର୍ଣ୍ଣ ଫିଟ୍ ନାହାନ୍ତି ଏବଂ ଅନ୍ତିମ ଏକାଦଶର ସଦସ୍ୟ ନାହାନ୍ତି। କିନ୍ତୁ ଏବେ ଏହି ନିୟମ ଲାଗୁ ହେବା ଦ୍ୱାରା ସେ ଏଭଳି ସ୍ଥିତିରେ ବ୍ୟାଟିଂ କରିବାକୁ ଆସିପାରିବେ ଏବଂ ବଡ଼ ଶଟ୍ ମାରି ମ୍ୟାଚର ଗତିପଥ ବଦଳାଇ ଦେଇପାରିବେ।

ଅଧିକାରୀ ଜଣକ ଆହୁରି କହିଛନ୍ତି, ଏହିପରି ଭାବେ ଯଦି ଗୋଟିଏ ଟିମକୁ ଶେଷ ଓଭରରେ ୬ ରନ୍ କରିବାକୁ ଅଛି ଏବଂ ଟିମ୍ ପାଖରେ ଯଶପ୍ରୀତ ବୁମ୍ରାଙ୍କ ଭଳି ଡଗ-ଆୁଟ୍ ଖେଳାଳି ଉପଲବ୍ଧ ଅଛନ୍ତି। ଏଭଳି ସ୍ଥିତିରେ ଜଣେ କ୍ୟାପଟେନ୍ କ'ଣ କରିବାକୁ ଚାହିଁବ। ୧୯ତମ ଓଭର ଶେଷ ହେବା ପରେ କ୍ୟାପଟେନ୍ ଜଣକ ବୁମ୍ରାଙ୍କୁ ବୋଲିଂ କରିବାକୁ ଦେବେ ଏବଂ ତା' ପରେ ଯାହା ହେବ, ତାହା ସମସ୍ତେ ଜାଣନ୍ତି। ତେଣୁ ଏହି ନିୟମ ମ୍ୟାଚକୁ ବଦଳାଇବା ସହ ଏହାକୁ ଅଧିକ ରୋମାଞ୍ଚକର ମଧ୍ୟ କରିବ।

ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ବୈଠକରେ ଏହି ନିୟମ ବ୍ୟତୀତ ସଦସ୍ୟମାନେ ୨୦୧୯ ଆଇପିଏଲର ସମୀକ୍ଷା ମଧ୍ୟ କରିବେ। ଏହା ସହ ପରବର୍ତ୍ତୀ ସଂସ୍କରଣକୁ କିପରି ଅଧିକ ଲୋକପ୍ରିୟ କରାଯାଇପାରିବ, ତାହା ଉପରେ ମଧ୍ୟ ଚର୍ଚ୍ଚା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story