ବାଂଲାଦେଶ ସିରିଜ୍ ପାଇଁ ୨୪ରେ ଟିମ୍ ଇଣ୍ଡିଆ ଚୟନ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟି-୨୦ ଏବଂ ଟେଷ୍ଟ ସିରିଜ୍ ପାଇଁ ଆସନ୍ତା ୨୪ ତାରିଖରେ ଭାରତୀୟ ଦଳର ଚୟନ ହେବ। ବାଂଲାଦେଶ ବିପକ୍ଷରେ ଭାରତ ତିନୋଟି ଟି-୨୦ ମ୍ୟାଚ୍ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ। ଆସନ୍ତା ୨୪ ତାରିଖରେ ବିସିସିଆଇ ଚୟନ କମିଟି ବୈଠକ ହେବ। ଏହି ବୈଠକରେ କ୍ୟାପଟେନ୍ ବିରାଟ୍ କୋହଲି ଆଗାମୀ ସିରିଜରେ ଖେଳିବେ କି ନାହିଁ, ତାହା ନିଷ୍ପତ୍ତି ନିଆଯିବ। ସେ ବିଶ୍ୱକପ୍ ପରେ ଲଗାତାର ଖେଳି ଆସୁଛନ୍ତି। କୋହଲିଙ୍କ ନେତୃତ୍ୱରେ […]

team-india

team-india

Ranjit Kumar Jena
  • Published: Tuesday, 22 October 2019
  • Updated: 22 October 2019, 08:50 PM IST

Sports

Latest News

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟି-୨୦ ଏବଂ ଟେଷ୍ଟ ସିରିଜ୍ ପାଇଁ ଆସନ୍ତା ୨୪ ତାରିଖରେ ଭାରତୀୟ ଦଳର ଚୟନ ହେବ। ବାଂଲାଦେଶ ବିପକ୍ଷରେ ଭାରତ ତିନୋଟି ଟି-୨୦ ମ୍ୟାଚ୍ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ। ଆସନ୍ତା ୨୪ ତାରିଖରେ ବିସିସିଆଇ ଚୟନ କମିଟି ବୈଠକ ହେବ। ଏହି ବୈଠକରେ କ୍ୟାପଟେନ୍ ବିରାଟ୍ କୋହଲି ଆଗାମୀ ସିରିଜରେ ଖେଳିବେ କି ନାହିଁ, ତାହା ନିଷ୍ପତ୍ତି ନିଆଯିବ। ସେ ବିଶ୍ୱକପ୍ ପରେ ଲଗାତାର ଖେଳି ଆସୁଛନ୍ତି।

କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ତା'ର ଶେଷ ୫୬ ଅନ୍ତର୍ଜାତୀୟ ମ୍ୟାଚରେ ୪୮ ମ୍ୟାଚ୍ ଜିତିଛି। ରାଞ୍ଚି ଟେଷ୍ଟ ସହ ଭାରତର ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ଶେଷ ହୋଇଛି। ଗୁରୁବାର ହେବାକୁଥିବା ଏହି ବୈଠକ ବେଶ୍ ମହତ୍ତ୍ୱପୂର୍ଣ୍ଣ ଏବଂ ବିସିସିଆଇର ସାଧାରଣ ବୈଠକ (ଏଜିଏମ୍‌)ର ଠିକ୍ ପରେ ହେବ। ଏହି ବୈଠକରେ ନବନିର୍ବାଚିତ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କୋହଲିଙ୍କ ସହ ଅଲଗା ଭାବେ ସାକ୍ଷାତ କରିପାରନ୍ତି। ବାଂଲାଦେଶ ଟିମ୍ ଇନ୍ଦୋର ଓ କୋଲାକାତାରେ ଟେଷ୍ଟ ମ୍ୟାଚ୍ ଖେଳିବ। ଏହା ପୂର୍ବରୁ ଉଭୟ ଦଳ ମଧ୍ୟରେ ଟି-୨୦ ସିରିଜ୍ ଖେଳାଯିବ।

ଅନ୍ୟପକ୍ଷରେ ବାଂଲାଦେଶ କ୍ରିକେଟ୍ ଟିମର ଭାରତ ଗସ୍ତ ନେଇ ଆଶଙ୍କା ଦେଖା ଦେଇଛି। ବାଂଲାଦେଶ କ୍ରିକେଟର୍ ସୋମବାର କ୍ରିକେଟକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନହୋଇଛି, ସେଯାଏ ସେମାନେ କୌଣସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos