ଏସିଆନ କ୍ରିକେଟ ପରିଷଦର ସଭାପତି ହେଲେ ଜୟ ଶାହ

ନୂଆଦିଲ୍ଲୀ: ବିସିସିଆଇ ସମ୍ପାଦକ ଜୟ ଶାହଙ୍କୁ ମିଳିଛି ବଡ଼ ସଫଳତା। ସେ ଆଜି ସର୍ବସମ୍ମତିକ୍ରମେ ଏସିଆନ କ୍ରିକେଟ ପରିଷଦ (ଏସିସି)ର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ଏସିସିର ସଭାପତି ଭାବେ ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ମୁଖ୍ୟ ନଜମୁଲ ହାସନ ପାପୋନ କାର୍ଯ୍ୟ କରୁଥିଲେ। ହେଲେ ଆଜି ଶାହଙ୍କୁ ଏହି ପଦ ପାଇଁ ମନୋନୀତ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶ୍ରୀ ଶାହ ସବୁଠାରୁ କନିଷ୍ଠ ବ୍ୟକ୍ତି ଭାବେ ଏସିସି ସଭାପତି ହେବାର ଗୌରବ ହାସଲ […]

fds

Hemant Lenka
  • Published: Saturday, 30 January 2021
  • , Updated: 30 January 2021, 09:39 PM IST

ନୂଆଦିଲ୍ଲୀ: ବିସିସିଆଇ ସମ୍ପାଦକ ଜୟ ଶାହଙ୍କୁ ମିଳିଛି ବଡ଼ ସଫଳତା। ସେ ଆଜି ସର୍ବସମ୍ମତିକ୍ରମେ ଏସିଆନ କ୍ରିକେଟ ପରିଷଦ (ଏସିସି)ର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ଏସିସିର ସଭାପତି ଭାବେ ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ମୁଖ୍ୟ ନଜମୁଲ ହାସନ ପାପୋନ କାର୍ଯ୍ୟ କରୁଥିଲେ।

ହେଲେ ଆଜି ଶାହଙ୍କୁ ଏହି ପଦ ପାଇଁ ମନୋନୀତ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶ୍ରୀ ଶାହ ସବୁଠାରୁ କନିଷ୍ଠ ବ୍ୟକ୍ତି ଭାବେ ଏସିସି ସଭାପତି ହେବାର ଗୌରବ ହାସଲ କରିଛନ୍ତି। ଏ ସମ୍ପର୍କରେ ଏସିସି ଟ୍ୱିଟ କରି ସୂଚନା ଦେଇଛି।


ଏସିସି ହେଉଛି ଏସିଆ ମହାଦେଶର ପ୍ରଶାସନିକ ସଂସ୍ଥା। ଏହି ଆସୋସିଏସନରେ ୨୪ ଜଣ ସଦସ୍ୟ ରହିଛନ୍ତି। ଏସିସି ହିଁ ଏସିଆ କପ୍‌ ଆୟୋଜନ କରିଥାଏ। ୨୦୨୦ ଜୁନ୍‌ ମାସରେ ଏସିଆ କପ୍‌ ହେବାର ଥିଲା। କିନ୍ତୁ କରୋନା ଯୋଗୁ ଏହାକୁ ସ୍ଥଗିତ ରଖାଯାଇଛି। ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ଥିଲା। ହେଲେ ଏବେ ଶ୍ରୀଲଙ୍କା କିମ୍ବା ବାଂଲାଦେଶରେ ଏହାର ଆୟୋଜନ କରାଯିବ ବୋଲି ଜଣାପଡ଼ିଛି।

Related story