ମୁଖ୍ୟ କୋଚ୍ ପଦ ପାଇଁ ପୁଣି ଆବେଦନ କରିବେ ଶାସ୍ତ୍ରୀ

ନୂଆଦିଲ୍ଲୀ: ବିସିସିଆଇ ଟିମ୍ ଇଣ୍ଡିଆ ପାଇଁ ମୁଖ୍ୟ କୋଚ୍ ସମେତ ସହଯୋଗୀ ଷ୍ଟାଫ୍ ପାଇଁ ଶୀଘ୍ର ନୂଆ ଆବେଦନ ପ୍ରକ୍ରିୟା ଆରମ୍ଭ କରିବ। ଏହିପରି ଭାବେ ମୁଖ୍ୟ କୋଚ୍ ଶାସ୍ତ୍ରୀଙ୍କୁ ପୁଣିଥରେ ଆବେଦନ କରିବାକୁ ପଡ଼ିବ, କାରଣ ତାଙ୍କ ଚୁକ୍ତି ଆସନ୍ତାମାସରେ ୱେଷ୍ଟଇଣ୍ଡିଜ୍ ଗସ୍ତ ପରେ ଶେଷ ହୋଇଯିବ। ଶାସ୍ତ୍ରୀଙ୍କ ସହଯୋଗୀ ଷ୍ଟାଫରେ, ବୋଲିଂ କୋଚ୍ ଭରତ ଅରୁଣ, ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର ଓ ଫିଲ୍ଡିଂ କୋଚ୍ ଆର୍ ଶ୍ରୀଧର ଅଛନ୍ତି। ସୂଚନାଯୋଗ୍ୟ, ବିଶ୍ୱକପରେ ଟିମର […]

bcci

Hemant Lenka
  • Published: Monday, 15 July 2019
  • , Updated: 15 July 2019, 09:51 PM IST

ନୂଆଦିଲ୍ଲୀ: ବିସିସିଆଇ ଟିମ୍ ଇଣ୍ଡିଆ ପାଇଁ ମୁଖ୍ୟ କୋଚ୍ ସମେତ ସହଯୋଗୀ ଷ୍ଟାଫ୍ ପାଇଁ ଶୀଘ୍ର ନୂଆ ଆବେଦନ ପ୍ରକ୍ରିୟା ଆରମ୍ଭ କରିବ। ଏହିପରି ଭାବେ ମୁଖ୍ୟ କୋଚ୍ ଶାସ୍ତ୍ରୀଙ୍କୁ ପୁଣିଥରେ ଆବେଦନ କରିବାକୁ ପଡ଼ିବ, କାରଣ ତାଙ୍କ ଚୁକ୍ତି ଆସନ୍ତାମାସରେ ୱେଷ୍ଟଇଣ୍ଡିଜ୍ ଗସ୍ତ ପରେ ଶେଷ ହୋଇଯିବ।

ଶାସ୍ତ୍ରୀଙ୍କ ସହଯୋଗୀ ଷ୍ଟାଫରେ, ବୋଲିଂ କୋଚ୍ ଭରତ ଅରୁଣ, ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର ଓ ଫିଲ୍ଡିଂ କୋଚ୍ ଆର୍ ଶ୍ରୀଧର ଅଛନ୍ତି। ସୂଚନାଯୋଗ୍ୟ, ବିଶ୍ୱକପରେ ଟିମର ଖରାପ ପ୍ରଦର୍ଶନ ପରେ ପ୍ରଶାସନିକ କମିଟି (ସିଓଏ) କ୍ୟାପଟେନ୍ ଓ କୋଚଙ୍କ ସହ ଟିମର ପ୍ରଦର୍ଶନ ନେଇ ଜେରା କରିବ।

ୱେଷ୍ଟଇଣ୍ଡିଜ୍ ଗସ୍ତ ଯୋଗୁ ସହଯୋଗୀ ଷ୍ଟାଫଙ୍କ କାର୍ଯ୍ୟକାଳ ୪୫ ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏ ସମସ୍ତ ଷ୍ଟାଫ୍ ନୂଆ ଭାବେ ଆବେଦନ କରିପାରନ୍ତି, କିନ୍ତୁ ଟିମକୁ ନୂଆ ଟ୍ରେନର ଓ ଫିଜିଓ ମିଳିବା ଏକପ୍ରକାର ନିଶ୍ଚିତ, କାରଣ ଶଙ୍କର ବାସୁ ଓ ପ୍ୟାଟ୍ରିକ୍ ଫରହାର୍ଟ ଭାରତର ବିଶ୍ୱକପ୍ ସେମିଫାଇନାଲ୍ ପରାଜୟ ସହ ସହଯୋଗୀ ଷ୍ଟାଫରୁ ହଟିଯାଇଥିଲେ।

ୱେଷ୍ଟଇଣ୍ଡିଜ୍ ଗସ୍ତ ପରେ ଭାରତର ଘରୋଇ ସିରିଜ୍ ସେପ୍ଟେମ୍ବର ୧୫ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ଆରମ୍ଭ ହେବ। ଶାସ୍ତ୍ରୀଙ୍କୁ ୨୦୧୭ରେ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଥିଲା। ୫୭ ବର୍ଷୀୟ ଏହି ପୂର୍ବତନ କ୍ୟାପଟେନ୍ ଅଗଷ୍ଟ ୨୦୧୪ରୁ ଜୁନ୍ ୨୦୧୬ ପର୍ଯ୍ୟନ୍ତ ଭାରତୀୟ ଟିମର ନିର୍ଦ୍ଦେଶକ ମଧ୍ୟ ରହିଥିଲେ। ତେବେ ତାଙ୍କ ମାର୍ଗଦର୍ଶନରେ ଭାରତ ଆଇସିସିର କୌଣସି ବଡ଼ ଟୁର୍ଣ୍ଣାମେଣ୍ଟ ଜିତିପାରି ନାହିଁ। ତେବେ ଚଳିତ ବର୍ଷ ଆରମ୍ଭରୁ ଭାରତ ଅଷ୍ଟ୍ରେଲିଆରେ ପ୍ରଥମଥର ଟେଷ୍ଟ ସିରିଜ୍ ଜିତି ଇତିହାସ ରଚିଥିଲା।

Related story