ଭାରତ-ବାଂଲାଦେଶ ଟେଷ୍ଟର ପ୍ରଥମ ଦିନ; ଧାୱନଙ୍କ ଧମାକା, ଭାରତ ୨୩୯/୦

ଢାକା: ଭାରତ ଓ ବାଂଲାଦେଶ ମଧ୍ୟରେ ଏକମାତ୍ର ଟେଷ୍ଟ୍ ମ୍ୟାଚ୍ ଆଜି ଠାରୁ ଫତୁଲ୍ଲା ଠାରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବର୍ଷା ବାଧା ସାଜିବାରୁ ମାତ୍ର ୫୬ ଓଭର ଖେଳ ହୋଇପାରିଥିଲା। ତେବେ ଏଥିରେ ଭାରତୀୟ ବ୍ୟାଟ୍ସମ୍ୟାନ ମାନଙ୍କ ଦବଦବା ଦେଖିବାକୁ ମିଳିଥିଲା। ଆଜି ଷ୍ଟମ୍ପ୍ ଅପସାରଣ ବେଳକୁ ଭାରତୀୟ ଦଳ ୫୬ ଓଭରରେ କୌଣସି ୱିକେଟ୍ ନହରାଇ ୨୩୯ ରନ୍ ସଂଗ୍ରହ କରିଛି। ଶିଖର ଧାୱନ ୧୫୦ ରନ୍ ସଂଗ୍ରହ କରିଥିବା ବେଳେ ମୂରଲୀ […]

shikhardhawan

shikhardhawan

Rakesh Mallick
  • Published: Wednesday, 10 June 2015
  • Updated: 10 June 2015, 01:08 PM IST

Sports

Latest News

ଢାକା: ଭାରତ ଓ ବାଂଲାଦେଶ ମଧ୍ୟରେ ଏକମାତ୍ର ଟେଷ୍ଟ୍ ମ୍ୟାଚ୍ ଆଜି ଠାରୁ ଫତୁଲ୍ଲା ଠାରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବର୍ଷା ବାଧା ସାଜିବାରୁ ମାତ୍ର ୫୬ ଓଭର ଖେଳ ହୋଇପାରିଥିଲା। ତେବେ ଏଥିରେ ଭାରତୀୟ ବ୍ୟାଟ୍ସମ୍ୟାନ ମାନଙ୍କ ଦବଦବା ଦେଖିବାକୁ ମିଳିଥିଲା। ଆଜି ଷ୍ଟମ୍ପ୍ ଅପସାରଣ ବେଳକୁ ଭାରତୀୟ ଦଳ ୫୬ ଓଭରରେ କୌଣସି ୱିକେଟ୍ ନହରାଇ ୨୩୯ ରନ୍ ସଂଗ୍ରହ କରିଛି। ଶିଖର ଧାୱନ ୧୫୦ ରନ୍ ସଂଗ୍ରହ କରିଥିବା ବେଳେ ମୂରଲୀ ବିଜୟ ୮୯ ରନ୍ କରି ଅପରାଜିତ ରହିଛନ୍ତି। ଧାୱନ ୧୫୮ଟି ବଲରୁ ୧୫୦ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୨୧ଟି ଚୌକା ସାମିଲ ଅଛି। ସେହିପରି ମୂରଲୀ ବିଜୟ ୧୭୮ ବଲ୍ ଖେଳି ୮୯ ରନ୍ ସଂଗ୍ରହ କରିଛନ୍ତି। ପୂରା ୫୬ ଓଭର ମଧ୍ୟରେ କୌଣସି ସମୟରେ ବି ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ସଂଘର୍ଷ କରିବାକୁ ପଡ଼ି ନଥିଲା। ଦୁହେଁ ବେଶ୍ ଆରାମରେ ଖେଳିଥିଲେ। ଆଉ ଦୁହେଁ ଦ୍ୱିତୀୟ ଥର ପାଇଁ ଦ୍ୱିଶତକୀୟ ଭାଗିଦାରୀ ଖେଳିଥିଲେ। ୨୦୧୩ରେ ମୋହାଲିରେ ଧାୱନ-ବିଜୟଙ୍କ ମଧ୍ୟରେ ୨୮୯ ରନର ପାର୍ଟନରସିପ୍ ହୋଇଥିଲା।

ଅଧିନାୟକ ବିରାଟ କୋହଲି ଟସ୍ ଜିତିବା ପରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।     ବାଂଲାଦେଶ ପକ୍ଷରୁ ତାଇଜୁଲ ୧୨ ଓଭରରେ ୫୫ ରନ୍ ଦେଇଥିବା ବେଳେ ମହମ୍ମଦ ଶାହିଦ ୧୨ ଓଭରରେ ୫୨ ରନ୍ ଦେଇଥିଲେ। ସେହିପରି ଲେଗ୍ ସ୍ପିନର ଜୁବୈର ହୁସେନ୍ ୭ ଓଭର ପକାଇ ୪୧ ରନ୍ ଦେଇଥିଲେ। ଶୁଭଗତ ହୋମ୍ ୧୩ ଓଭରରେ ୪୭ ରନ୍ ଦେଇଥିଲେ। କୌଣସି ବୋଲରଙ୍କୁ ୱିକେଟ୍ ମିଳି ନଥିଲା।

ଆସନ୍ତାକାଲି ଏହି ଧାୱନ ୨୦୦ ଓ ବିଜୟ ୧୦୦ ରନ୍ ପୂର୍ଣ୍ଣ କରିବେ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos