ଭୁବନେଶ୍ୱର ହାଫ୍‌ ମାରାଥନ୍‌ରେ ଭାଗ ନେଲେ ୩୦୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ

ଭୁବନେଶ୍ୱର: ଟାଟାଷ୍ଟିଲ ଓ ଓଡ଼ିଶା ସରକାରଙ୍କ ମିଳିତ ଆନୁକୁଲ୍ୟରେ ଆଜି ଭୁବନେଶ୍ୱର ହାଫ୍‌ ମାରାଥନ୍‌ ଅନୁଷ୍ଠିତ ହୋଇଯାଇଛି। ୩ଟି ବିଭାଗରେ ହୋଇଥିବା ଏହି ମାରାଥନ୍‌ରେ ୩୦୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। କଳିଙ୍ଗ ଷ୍ଟାଡିୟମରୁ ଖଣ୍ଡଗିରି ମଧ୍ୟରେ ଏହି ମାରାଥନ୍‌ ହୋଇଥିଲା। ସବୁ ବିଭାଗରେ ପୁରୁଷ ଓ ମହିଳା ବର୍ଗରୁ ୩୦ ଜଣ ପ୍ରତିଯୋଗୀଙ୍କୁ ୯ ଲକ୍ଷ ଟଙ୍କାର ଅର୍ଥରାଶି ପୁରସ୍କାର ବାବଦକୁ ପ୍ରଦାନ କରାଯାଇଥିଲା। କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କୃତ କରିଥିଲେ। ମାରାଥନ୍‌ରେ […]

marathon

Rakesh Mallick
  • Published: Sunday, 08 January 2017
  • , Updated: 08 January 2017, 05:47 PM IST

ଭୁବନେଶ୍ୱର: ଟାଟାଷ୍ଟିଲ ଓ ଓଡ଼ିଶା ସରକାରଙ୍କ ମିଳିତ ଆନୁକୁଲ୍ୟରେ ଆଜି ଭୁବନେଶ୍ୱର ହାଫ୍‌ ମାରାଥନ୍‌ ଅନୁଷ୍ଠିତ ହୋଇଯାଇଛି। ୩ଟି ବିଭାଗରେ ହୋଇଥିବା ଏହି ମାରାଥନ୍‌ରେ ୩୦୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। କଳିଙ୍ଗ ଷ୍ଟାଡିୟମରୁ ଖଣ୍ଡଗିରି ମଧ୍ୟରେ ଏହି ମାରାଥନ୍‌ ହୋଇଥିଲା।

ସବୁ ବିଭାଗରେ ପୁରୁଷ ଓ ମହିଳା ବର୍ଗରୁ ୩୦ ଜଣ ପ୍ରତିଯୋଗୀଙ୍କୁ ୯ ଲକ୍ଷ ଟଙ୍କାର ଅର୍ଥରାଶି ପୁରସ୍କାର ବାବଦକୁ ପ୍ରଦାନ କରାଯାଇଥିଲା। କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କୃତ କରିଥିଲେ।

ମାରାଥନ୍‌ରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ବିଜୟ ମହାନ୍ତି, ପୋଲିସ ଡିଜି କେ.ବି. ସିଂହ, କ୍ରୀଡ଼ା ସଚିବ ବିଶାଲ ଦେବ, ଟାଟାଷ୍ଟିର ଚିଫ୍‌ ରେସିଡେଣ୍ଟ ଏକଜିକ୍ୟୁଟିଭ ମଣିକାନ୍ତ ନାୟକ, ଓଲିଉଡ ତାରକା ସବ୍ୟସାଚୀ ଓ ଅର୍ଚ୍ଚିତା ପ୍ରମୁଖ ଉପସ୍ଥିତ ଥିଲେ।

ମାରାଥନ୍‌ ପରେ କଳିଙ୍ଗ ଷ୍ଟାଡିୟମରେ ରକ୍‌ ବ୍ୟାଣ୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Related story