ଓଡ଼ିଶାରେ ହେବ ୨୦୨୩ ପୁରୁଷ ହକି ବିଶ୍ୱକପ୍‌

ଦେଶର ହକି ହବ୍ ଭାବେ ପରିଚିତ ଓଡ଼ିଶା ରାଜ୍ୟବାସୀଙ୍କ ପାଇଁ ଆଉ ଏକ ବଡ଼ ଖୁସି ଖବର ଆଣିଛି। କ୍ରମାଗତ ୨ୟଥର ଲାଗି ଓଡ଼ିଶାକୁ ବିଶ୍ୱକପ୍ ଭଳି ମେଗା ଟୁର୍ଣ୍ଣାମେଣ୍ଟର ଆୟୋଜନ ଦାୟିତ୍ୱ ମିଳିଛି। ଚାରବର୍ଷ ପରେ ଅର୍ଥାତ୍ ୨୦୨୩ରେ ପୁରୁଷ ହକି ବିଶ୍ୱକପର ୧୫ଶ ସଂସ୍କରଣ ଓଡ଼ିଶାରେ ଆୟୋଜିତ ହେବ। ୨୦୧୮ ବିଶ୍ୱକପ୍ ହକି ଉଦଘାଟନର ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍)ର ସଭାପତି […]

hockey

Ranjit Kumar Jena
  • Published: Wednesday, 27 November 2019
  • , Updated: 27 November 2019, 09:15 PM IST

ଦେଶର ହକି ହବ୍ ଭାବେ ପରିଚିତ ଓଡ଼ିଶା ରାଜ୍ୟବାସୀଙ୍କ ପାଇଁ ଆଉ ଏକ ବଡ଼ ଖୁସି ଖବର ଆଣିଛି। କ୍ରମାଗତ ୨ୟଥର ଲାଗି ଓଡ଼ିଶାକୁ ବିଶ୍ୱକପ୍ ଭଳି ମେଗା ଟୁର୍ଣ୍ଣାମେଣ୍ଟର ଆୟୋଜନ ଦାୟିତ୍ୱ ମିଳିଛି। ଚାରବର୍ଷ ପରେ ଅର୍ଥାତ୍ ୨୦୨୩ରେ ପୁରୁଷ ହକି ବିଶ୍ୱକପର ୧୫ଶ ସଂସ୍କରଣ ଓଡ଼ିଶାରେ ଆୟୋଜିତ ହେବ।

୨୦୧୮ ବିଶ୍ୱକପ୍ ହକି ଉଦଘାଟନର ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍)ର ସଭାପତି ନରିନ୍ଦର ବାତ୍ରାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ତେବେ ଏଥର କେବଳ ଭୁବନେଶ୍ୱର ନୁହେଁ, ରାଜ୍ୟର ହକି ଏନ୍ତୁଡ଼ିଶାଳ ଭାବେ ପରିଚିତ ସୁନ୍ଦରଗଡ଼କୁ ବ୍ୟାପିବ ବିଶ୍ୱକପ୍ ହକି ଫିଭର୍। କାରଣ କଳିଙ୍ଗ ଷ୍ଟାଡିୟମ ସହ ରାଉରକେଲାରେ ମଧ୍ୟ ବିଶ୍ୱକପ୍  ଖେଳାଯିବ।

ଗତବର୍ଷ ନଭେମ୍ବର ୨୭ ଠିକ୍ ଆଜିର ଦିନରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୨୦୧୮ ହକି ବିଶ୍ୱକପର ଉଦଘାଟନ କରାଯାଇଥିଲା। ଏହାର ବର୍ଷ ପୂର୍ତ୍ତି ଅବସରରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରି ପୁଣି କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛନ୍ତି। ସେପଟେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୭ଟି ଆଷ୍ଟ୍ରୋଟର୍ଫ ହକି ଷ୍ଟାଡିୟମ ତିଆରି କରାଯିବ। ଏହାସହ କଳିଙ୍ଗ ଷ୍ଟାଡିୟମରେ ଏକ ହାଇ ପର୍ଫରମାନ୍ସ ସେଣ୍ଟର ପ୍ରତିଷ୍ଠା କରାଯିବ।

୨୦୧୮ରେ କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ ଆୟୋଜନ ବିପୁଳ ସଫଳତା ଅର୍ଜନ କରିଥିଲା। ଏଥିରେ ବେଲଜିୟମ ଟିମ୍ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଥିଲା। ଏହା ପୂର୍ବରୁ ମଧ୍ୟ ଏଠାରେ ଆଉ କିଛି ବଡ଼ ଅନ୍ତର୍ଜାତୀୟ ଇଭେଣ୍ଟର ସଫଳ ଆୟୋଜନ ହୋଇସାରିଛି। ଯେପରିକି ୨୦୧୭ରେ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପ୍, ୨୦୧୭ରେ ଏଫଆଇଏଚ୍ ହକି ବିଶ୍ୱ ଲିଗ୍ ଫାଇନାଲ୍ସ, ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସ ଏବଂ ନିକଟରେ ଏଫଆଇଏଚ୍ ଅଲିମ୍ପିକ୍ କ୍ୱାଲିଫାୟର୍ ମଧ୍ୟ ଆୟୋଜିତ ହୋଇଥିଲା। ସେହିପରି ଆସନ୍ତାବର୍ଷ ହକି ପ୍ରୋ-ଲିଗ୍ ପାଇଁ କଳିଙ୍ଗ ଷ୍ଟାଡିୟମକୁ ଭାରତର ହୋମ୍ ଭେନ୍ୟୁ ଭାବେ ବଛା ପାଇଛି, ଯେଉଁଠାରେ ସାତୋଟି ମ୍ୟାଚ୍ ଖେଳାଯିବ। ଏହାବାଦ୍ ୨୦୨୦ରେ ଫିଫା ଅଣ୍ଡର୍-୧୭ ବିଶ୍ୱକପର ଅନ୍ୟତମ ଭେନ୍ୟୁ ଭାବେ କଳିଙ୍ଗ ଷ୍ଟାଡିୟମକୁ ମନୋନୀତ କରାଯାଇଛି।

ବୁଧବାର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଆନୁଷ୍ଠାନିକ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଓ ନରିନ୍ଦର ବାତ୍ରାଙ୍କ ସମେତ ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ୍ ଅହମ୍ମଦ, ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଲ ଦେବ, କ୍ରୀଡ଼ା ନିର୍ଦ୍ଦେଶକ ଭିନୀଲ କ୍ରିଷ୍ଣା, ପାଇଭ୍‌-ଟି ସଚିନ ଭିକେ ପାଣ୍ଡିଆନ୍ ଉପସ୍ଥିତ ଥିଲେ।

Related story