IPLରେ ୧୦ ସବୁଠୁ ବଡ଼ ଇଂନିସ: ଆଜି ବି ସେହୱାଗଙ୍କ ରେକର୍ଡ ଅତୁଟ 

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏପ୍ରିଲ ୭ ତାରିଖ ଠାରୁ ଫଟାଫଟ୍‌ କ୍ରିକେଟ୍‌ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ୍‌ର ୧୧ତମ ସିଜିନରେ ନିଜ ପସନ୍ଦର କ୍ରିକେଟର୍‌ଙ୍କ ବ୍ୟାଟ୍‌ରୁ ଛକା ଚୌକା ଦେଖିବାକୁ ଅପେକ୍ଷାରେ ପ୍ରଶଂସକ। ୨୦୧୮ ଆଇପିଏଲରେ ଅନେକ ରେକର୍ଡ ତିଆରି ହେବା ସହ ଅନେକ ରେକର୍ଡ ଭାଙ୍ଗିବାକୁ ଯାଉଛି। ଏହି ପ୍ରତିଯୋଗିତା ପାଖାପାଖି ଦୁଇ ମାସ ଧରି କ୍ରୀଡ଼ାପ୍ରେମୀଙ୍କୁ ମନରଞ୍ଜନର ଖୋରାକ ଯୋଗାଇବ। ଆଇପିଏଲରେ ପୂର୍ବ ରେକର୍ଡକୁ ଯଦି ଲକ୍ଷ୍ୟ କରାଯାଏ ତେବେ ଗୋଟିଏ ଇଂନିସରେ ସର୍ବାଧିକ ରନ […]

sehwag_0404ipl_875

Rakesh Mallick
  • Published: Sunday, 01 April 2018
  • , Updated: 01 April 2018, 07:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏପ୍ରିଲ ୭ ତାରିଖ ଠାରୁ ଫଟାଫଟ୍‌ କ୍ରିକେଟ୍‌ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ୍‌ର ୧୧ତମ ସିଜିନରେ ନିଜ ପସନ୍ଦର କ୍ରିକେଟର୍‌ଙ୍କ ବ୍ୟାଟ୍‌ରୁ ଛକା ଚୌକା ଦେଖିବାକୁ ଅପେକ୍ଷାରେ ପ୍ରଶଂସକ। ୨୦୧୮ ଆଇପିଏଲରେ ଅନେକ ରେକର୍ଡ ତିଆରି ହେବା ସହ ଅନେକ ରେକର୍ଡ ଭାଙ୍ଗିବାକୁ ଯାଉଛି। ଏହି ପ୍ରତିଯୋଗିତା ପାଖାପାଖି ଦୁଇ ମାସ ଧରି କ୍ରୀଡ଼ାପ୍ରେମୀଙ୍କୁ ମନରଞ୍ଜନର ଖୋରାକ ଯୋଗାଇବ।

ଆଇପିଏଲରେ ପୂର୍ବ ରେକର୍ଡକୁ ଯଦି ଲକ୍ଷ୍ୟ କରାଯାଏ ତେବେ ଗୋଟିଏ ଇଂନିସରେ ସର୍ବାଧିକ ରନ କରିଥିବା ବ୍ୟାଟ୍ସମ୍ୟାନ୍‌ଙ୍କ ତାଲିକାରେ ବିରେନ୍ଦ୍ର ସେହୱାଗଙ୍କ ନାଁ ରହିଛି। ଆଇପିଏଲରେ ଗୋଟିଏ ଇଂନିସରେ ସର୍ବାଧିକ ସ୍କୋର କରିଥିବା ଟପ୍‌-10  କ୍ରିକେଟର୍‌ଙ୍କ ମଧ୍ୟରେ ବିରେନ୍ଦ୍ର ସେହୱାଗଙ୍କ ନାଁ ଦୁଇଥର ରହିଛି। ଏହି ତାଲିକାରେ ସେହୱାଗ ୮ମ ଓ ୧୦ମ ସ୍ଥାନରେ ରହିଛନ୍ତି। କ୍ରିକେଟ୍‌ରୁ ଅବସର ନେଇସାରିଥିବା ସେହୱାଗଙ୍କ ନାଁରେ ଏବେ ବିଏହି ରେକର୍ଡ ଅତୁଟ ହୋଇ ରହିଛି।

୨୦୧୧ ଆଇପିଏଲ୍‌ରେ ଦିଲ୍ଲୀ ପକ୍ଷରୁ ବ୍ୟାଟିଂ କରି ୫୬ ବଲରୁ ୧୧୯ ରନ କରି ଟପ୍-୧୦ ତାଲିକାରେ ୧୦ମ ସ୍ଥାନରେ ନିଜ ନାଁକୁ ରଖିପାରିଛନ୍ତି ବିରୁ। ସେହିପରି ୨୦୧୪ରେ ପଞ୍ଜାବ ପକ୍ଷରୁ ବ୍ୟାଟିଂ କରି ସେହୱାଗ ୫୮ ବଲରୁ ୧୨୨ ରନ କରି ତାଲିକାରେ ୮ମ ସ୍ଥାନରେ ନିଜ ନାଁ ରଖିପାରିଛନ୍ତି।ଆଇପିଏଲରେ ଗୋଟିଏ ଇଂନିସରେ ସର୍ବାଧିକ ସ୍କୋର କରିଥିବା ଖେଳାଳିଙ୍କ ମଧ୍ୟରୁ ଗେଲ୍‌ ପ୍ରଥମ ସ୍ଥାନରେ ଅଛନ୍ତି। ସେ ୨୦୧୩ରେ ଆର୍‌ସିବି ପକ୍ଷରୁ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୬୬ ବଲରେ ୧୭୫ ରନ କରିଥିଲେ। ଦ୍ୱିତୀୟରେ ନିଜ୍ୟୁଲାଣ୍ଡର ବ୍ରାଣ୍ଡମ ମ୍ୟାକୁଲମ ଅଛନ୍ତି। ସେ ୨୦୦୮ରେ କୋଲକାତା ପକ୍ଷରୁ ବ୍ୟାଟିଂ କରି ୭୩ ବଲରୁ ୧୫୮ ରନ କରିଥିଲେ। ଏହି ତାଲିକାରେ ଗେଲ୍‌ , ଡିବିଲିୟର୍ସ ଓ ସେହୱାଗଙ୍କ ନାଁ ଦୁଇ ଦୁଇ ଥର ରହିଛି।

Related story