ଅଲିମ୍ପିକ୍‌ରେ ଭଲ ପ୍ରଦର୍ଶନ କରି ନ ଥିବାରୁ କ୍ଷମା ମାଗିଲେ ବିକାଶ

ରିଓ ଡି ଜେନେରିଓ: “୭୫ କେଜି ବକ୍ସିଂ ବର୍ଗର କ୍ୱାର୍ଟରଫାଇନାଲରେ ଭଲ ପ୍ରଦର୍ଶନ କରି ନ ଥିବାରୁ ମୁଁ ଦେଶ ବାସୀଙ୍କ ଠାରୁ କ୍ଷମା ଚାହୁଁଛି। ” ଆଜି ଏହା କହିଛନ୍ତି ଭାରତୀୟ ବକ୍ସର ବିକାଶ କିଶନ ଯାଦବ। ୭୫ କେଜି ବକ୍ସିଂ ବର୍ଗର କ୍ୱାର୍ଟରଫାଇନାଲରେ ଉଜ୍‌ବେକିସ୍ଥାନର ବେକ୍ତେମିର ମେଲିଜିଭ୍‌ଙ୍କ ଠାରୁ ପରାସ୍ତ ହୋଇ ବିକାଶ ରିଓ ଅଲିମ୍ପିକ୍‌ରୁ ବାଦ୍‌ ପଡିଛନ୍ତି। ଉଜ୍‌ବେକିସ୍ଥାନ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୩-୦ରେ ପରାସ୍ତ ହେବା ପରେ ଶେଷ ହୋଇଛି ତାଙ୍କର ଅଭିଯାନ। […]

bikash kisan

Rakesh Mallick
  • Published: Tuesday, 16 August 2016
  • , Updated: 16 August 2016, 06:16 PM IST

ରିଓ ଡି ଜେନେରିଓ: “୭୫ କେଜି ବକ୍ସିଂ ବର୍ଗର କ୍ୱାର୍ଟରଫାଇନାଲରେ ଭଲ ପ୍ରଦର୍ଶନ କରି ନ ଥିବାରୁ ମୁଁ ଦେଶ ବାସୀଙ୍କ ଠାରୁ କ୍ଷମା ଚାହୁଁଛି। ” ଆଜି ଏହା କହିଛନ୍ତି ଭାରତୀୟ ବକ୍ସର ବିକାଶ କିଶନ ଯାଦବ।

୭୫ କେଜି ବକ୍ସିଂ ବର୍ଗର କ୍ୱାର୍ଟରଫାଇନାଲରେ ଉଜ୍‌ବେକିସ୍ଥାନର ବେକ୍ତେମିର ମେଲିଜିଭ୍‌ଙ୍କ ଠାରୁ ପରାସ୍ତ ହୋଇ ବିକାଶ ରିଓ ଅଲିମ୍ପିକ୍‌ରୁ ବାଦ୍‌ ପଡିଛନ୍ତି। ଉଜ୍‌ବେକିସ୍ଥାନ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୩-୦ରେ ପରାସ୍ତ ହେବା ପରେ ଶେଷ ହୋଇଛି ତାଙ୍କର ଅଭିଯାନ। ଭାରତ ମେଡାଲ ପାଇଁ ଆଉ ଗୋଟିଏ ପାଦ ପଛରେ ଥିବା ବେଳେ ତାଙ୍କ ପରାଜୟ ଭାରତୀୟଙ୍କୁ ନିରାଶ କରିଛି।

ସେ କହିଛନ୍ତି,“ମୁଁ ଭଲ ପ୍ରଦର୍ଶନ କରି ନ ପାରି ଥିବାରୁ କ୍ଷମା ମାଗୁଛି। ମୁଁ ପ୍ରଥମ ରାଉଣ୍ଡରେ ଭଲ ପ୍ରଦର୍ଶନ କରି ବିଜୟୀ ହୋଇଥିଲେ ମଧ୍ୟ ଶେଷ ପର୍ଯ୍ୟାୟରେ ହାରି ଯାଇଥିଲି। ବିଜୟକୁ ଫେରିବା କଷ୍ଟକର ଥିଲା। ମୁଁ ହାରିବା ନିଶ୍ଚିତ ହୋଇଯାଇଥିଲା। ମୁଁ ସ୍ୱାଧୀନତା ଦିବସରେ ଭାରତ ପାଇଁ ପଦକ ଦେବାକୁ ଚେଷ୍ଟା କରିଥିଲି କିନ୍ତୁ ଅସଫଳ ହେଲି। ମୁଁ ଦୁଃଖିତ।”

Related story