ବିଲ୍ଲି ବାଉଡେନ୍‌ ଆଇସିସି ଏଲିଟ୍‌ ପ୍ୟାନେଲ୍‌ରୁ ବାଦ୍‌

ୱେଲିଂଟନ୍‌: ଶେଷ ହେବାକୁ ଯାଉଛି ନ୍ୟୁଜିଲାଣ୍ଡର ବରିଷ୍ଠ ଅମ୍ପାୟାର ବିଲ୍ଲି ବାଓଡେନ୍‌ଙ୍କ ଅମ୍ପାୟରିଂ ଜୀବନ। ତାଙ୍କୁ ଆଜି ନ୍ୟୁଜିଲାଣ୍ଡ କ୍ରିକେଟର ଅନ୍ତର୍ଜାତୀୟ ପ୍ୟାନେଲ୍‌ରୁ ବାଦ ଦିଆଯାଇଛି।

୫୩ ବର୍ଷୀୟ ଏହି ମ୍ୟାଚ୍‌ ପରିଚାଳକ ଜଣକ ଗତ ୨୧ ବର୍ଷ ଧରି ୮୪ଟି ଟେଷ୍ଟ(୨୦୦୦-୨୦୧୫) ଓ ୨୦୦ଟି ଦିନିକିଆ (୧୯୯୫-୨୦୧୬) ଓ ୨୪ଟି ଟି-୨୦ (୨୦୦୫-୨୦୧୬)ରେ ସଫଳତାର ସହ  ଖେଳ ପରିଚାଳନା କରିଛନ୍ତି। ପରିଚାଳନା ସହ ତାଙ୍କ ବିଚିତ୍ର ହାତ ସିଗ୍‌ନାଲ୍‌ ଯୋଗୁଁ ବେଶ୍‌ ପ୍ରସିଦ୍ଧି ଲାଭ କରିଛନ୍ତି। ସେ ୪, ୬ ଓ ଆଉଟ୍‌ ପରି ସୂଚନା ଦେଲା ବେଳେ କେତେବେଳେ ଆଙ୍ଗୁଠିକୁ ସାମାନ୍ୟ ମୋଡି ତ କେତେବେଳେ ଗୋଡ ଟେକି ସିଗ୍‌ନାଲ ଦେଇଥାନ୍ତି ଯହା ଦର୍ଶକଙ୍କୁ ବେଶ୍‌ ଆମୋଦିତ କରିଥାଏ।

୨୦୧୩ରେ ସେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ଏଲିଟ୍‌ ପ୍ୟାନେଲରୁ ବାଦ୍ ପଡିଥିଲେ ମଧ୍ୟ ତା’ ପରବର୍ଷ ଅର୍ଥାତ୍‌ ୨୦୧୪ରେ ଏଲିଟ୍‌ ପ୍ୟାନେଲ୍‌କୁ ଫେରିଥିଲେ। ୨୦୧୫ ମେ’ରେ ବାର୍ବୋଡୋସ୍‌ରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍‌ ଓ ଇଂଲଣ୍ଡ  ମ୍ୟାଚ୍‌ରେ ପରିଚାଳନା କରିବା ପରେ ତାଙ୍କୁ ପୁଣି ଥରେ ଆଇସିସି ଏଲିଟ୍‌ ପ୍ୟାନେଲ୍‌ରୁ ବାଦ୍‌ ଦିଆଯାଇଥିଲା।

ଗତ ଫେବୃଆରୀରେ ୱେଲିଂଟନ୍‌ରେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ସେ ନିଜର ୨୦୦ତମ ଦିନିକିଆରେ ଅମ୍ପାୟରିଂ କରିଥିଲେ।

ଆହୁରି ପଢ଼ନ୍ତୁ

ଘରୋଇ ଦଳକୁ ଧୂଳି ଚଟାଇଲା ୱେଷ୍ଟଇଣ୍ଡିଜ୍

ପୁଣି ଭଉଣୀଙ୍କ ନାମରେ ଅଭିଯୋଗ ଆଣିଲେ ଦୂତୀ, କହିଲେ ଭାଇ-ଭାଉଜଙ୍କୁ ଘରେ ପୂରାଇ ଦେଉନାହାନ୍ତି ସରସ୍ୱତୀ

ସମଲିଙ୍ଗୀ ସମ୍ପର୍କକୁ ନେଇ ସାଂଘାତିକ୍‌ ଅଭିଯୋଗ ଆଣିଲେ ଦୂତୀ

ଫେସବୁକରୁ ବିଏମଡବ୍ଲୁ ପୋଷ୍ଟ ଡିଲିଟ୍ କଲେ ଦୂତୀ

ପ୍ରଥମ ଟେଷ୍ଟ: ୩୧୮ରେ ଇଣ୍ଡିଜ୍‌ ଅଲଆଉଟ, ୯୯ ରନ୍‌ ପଛରେ ଇଂଲଣ୍ଡ

ବିଏମ୍‌ଡବ୍ଲ୍ୟୁ କାର୍‌ ବିକିବାକୁ ଚାହୁଁଛନ୍ତି ଦୂତୀ ଚାନ୍ଦ, ଜାଣନ୍ତୁ କାହିଁକି?

ଯଦି ସୁନୀଲ ଗାଭାସ୍କରଙ୍କ ବାମ କାନରେ ନଥା’ନ୍ତା ସେହି ଛୋଟ ଜାଇ…

ଗାବ୍ରିଏଲ ଓ ହୋଲ୍ଡରଙ୍କ ଚମକ, ବ୍ୟାକଫୁଟ୍‌ରେ ଇଂଲଣ୍ଡ

ଏସିଆ କପ୍ ସ୍ଥଗିତ

ଭୂତ ଦେଖିଥିଲେ ସୌରଭ ଗାଙ୍ଗୁଲି!

କାହିଁକି ୫ ବର୍ଷ ପାଇଁ ଦାଦାଙ୍କୁ ଟିମ୍‌ରୁ ବାଦ ଦେଇଥିଲା ବିସିସିଆଇ

ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏମିତି ଟ୍ୱିଟ୍ କଲେ ସେହୱାଗ୍ ଓ କୈଫ