ନୂଆଦିଲ୍ଲୀ: ଏସିଆ କପ୍ ଟି-ଟ୍ୱେଣ୍ଟି ଓ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ପାକିସ୍ତାନର ଦୟନୀୟ ପ୍ରଦର୍ଶନ ପରେ ଅଧିନାୟକ ପଦରୁ ଶାହିଦ ଆଫ୍ରିଦି ଓ କୋଚ୍ ପଦରୁ ୱକାର ୟୁନିସ୍ ଇସ୍ଥଫା ଦେଇସାରିଛନ୍ତି। ସରଫରାଜ ଅହମ୍ମଦଙ୍କୁ ବୋର୍ଡ ଅଧିନାୟକ ଭାବେ ନିଯୁକ୍ତି ଦେଇଛି। ହେଲେ ଏବେ ବି କୋଚ୍ ପଦ ଖାଲି ପଡିଛି। ଏହି ପଦବୀ ପାଇଁ ଟ୍ୱିଟ୍ଟରରେ ପାକିସ୍ତାନ କ୍ରିକେଟ ବୋର୍ଡ ବିଜ୍ଞାପନ ଦେବା ପରେ ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ଏଥିପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।
ବିନୋଦ କାମ୍ବଲି ପାକିସ୍ତାନୀ ସାମ୍ବାଦିକା ଆସମା ଶିରାଜିଙ୍କୁ ଟ୍ୱିଟ୍ଟରରେ କହିଛନ୍ତି, “ୱାକାର ୟୁନିସ୍ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେବା ଦୁଃଖର ବିଷୟ। ମୁଁ ଜାଣିଛି, ୱକାର ଜଣେ ଭଲ ଖେଳାଳି ଓ ଭଲ ପ୍ରଶିକ୍ଷକ ମଧ୍ୟ।”ସେ ଆସମାଙ୍କ ସହ ଟ୍ୱିଟ୍ଟରରେ କଥୋପକଥନ କରିବା ସହ ପାକିସ୍ତାନର କୋଚ୍ ହେବା ପାଇଁ ଆଗ୍ରହୀ ବୋଲି କହିଛନ୍ତି।
ସୂଚନାଯୋଗ୍ୟ,ଆସନ୍ତା ଜୁଲାଇରୁ ପାକିସ୍ତାନ ଇଂଲଣ୍ଡ ବିପକ୍ଷରେ ୪ଟି ଟେଷ୍ଟ, ୫ଟି ଦିନିକିଆ ଓ ଗୋଟିଏ ଟି-୨୦ ଖେଳିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପତ୍ନୀଙ୍କ ସହ ପାଟିତୁଣ୍ଡ କରି ଘରେ ଲଗାଇ ଦେଲେ ନିଆଁ, ପାଉଁଶ ହେବା ଛିଡ଼ା ହୋଇ ରହିଲେ
ପତ୍ନୀଙ୍କ ସହ ପାଟିତୁଣ୍ଡ କରି ସେ ଘରର ଜିନିଷ ଭଙ୍ଗା ରୁଜା କରିବା ସହ ସେଥିରେ ନିଆଁ ଲଗାଇ ଦେଇଛନ୍ତି।
National
ଅଡୁଆରେ ମହାୟୁତି! ଶିବସେନା କହିଲା ଉପମୁଖ୍ୟମନ୍ତ୍ରୀ ପଦ ସ୍ୱୀକାର କରିବେନି ଏକନାଥ
ମହାରାଷ୍ଟ୍ରରେ ମହାୟୁତିର ବଡ଼ ବିଜୟ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଛି ଛକାପଞ୍ଝା।
National
ଲାଞ୍ଚ ଅଭିଯୋଗକୁ ଆଦାନୀ ଗ୍ରୁପ୍ର ଖଣ୍ଡନ, କହିଲା- ଏହା ସମ୍ପୂର୍ଣ୍ଣ ମିଥ୍ୟା
ଆଦାନୀ ଗ୍ରୀନ ଏନର୍ଜୀ ଏକ ବୟାନ ଜାରି ଲାଞ୍ଚ ଅଭିଯୋଗକୁ ନେଇ ନିଜ ସ୍ପଷ୍ଟୀକରଣ ରଖିଛି।
National
ଟ୍ରକ୍କୁ ଧକ୍କା ଦେଲା କାର୍, ଚାଲିଗଲା ୫ ଡାକ୍ତରଙ୍କ ଜୀବନ
ଏହି ଦୁର୍ଘଟଣାରେ ୫ ଡାକ୍ତରଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
National
ମୁମ୍ବାଇ ୨୬/୧୧ ହମଲାକୁ ପୂରିଲା ୧୬ ବର୍ଷ: ଆତଙ୍କୀଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି
ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।