ପୁଣି ବିରାଟ ଭାଙ୍ଗିଲେ ଗାଙ୍ଗୁଲିଙ୍କ ରେକର୍ଡ: ଏବେବି ଅଛନ୍ତି ସଚିନଙ୍କଠୁ ପଛରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍‌ର ବିରାଟ କୋହଲି ସାଉଥ ଆଫ୍ରିକା ବିପକ୍ଷ ୫ମ ଦିନିକିଆରେ ଯଦିଓ ବଡ଼ ଇଂନିସ ଖେଳିପାରିନଥିଲେ ତାଥାବି ସେ ଏକ ରେକର୍ଡ କରିବାରେ ସଫଳ ହୋଉଛନ୍ତି। ୬ଟିକିଆ ଦିନିକିଆରେ ୫ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ କୋହଲିଙ୍କ ପ୍ରଦର୍ଶନ ବେଶ ପ୍ରଶଂସନୀୟ ରହିଛି। ସେ ଏହି ସିରିଜରେ ୪୨୯ ରନ କରିଛନ୍ତି। ସେ ପ୍ରଥମ ଭାରତୟୀ ଖେଳାଳି ଭାବେ ଦକ୍ଷିଣ ଆଫ୍ରିକା ମାଟିରେ ୪୦୦ ରନରୁ ଉର୍ଦ୍ଧ ରନ କରିଛନ୍ତି। ବିରାଟ ଏହି ସିରିଜରେ […]

Ganguly

Rakesh Mallick
  • Published: Wednesday, 14 February 2018
  • , Updated: 14 February 2018, 11:27 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍‌ର ବିରାଟ କୋହଲି ସାଉଥ ଆଫ୍ରିକା ବିପକ୍ଷ ୫ମ ଦିନିକିଆରେ ଯଦିଓ ବଡ଼ ଇଂନିସ ଖେଳିପାରିନଥିଲେ ତାଥାବି ସେ ଏକ ରେକର୍ଡ କରିବାରେ ସଫଳ ହୋଉଛନ୍ତି। ୬ଟିକିଆ ଦିନିକିଆରେ ୫ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ କୋହଲିଙ୍କ ପ୍ରଦର୍ଶନ ବେଶ ପ୍ରଶଂସନୀୟ ରହିଛି। ସେ ଏହି ସିରିଜରେ ୪୨୯ ରନ କରିଛନ୍ତି। ସେ ପ୍ରଥମ ଭାରତୟୀ ଖେଳାଳି ଭାବେ ଦକ୍ଷିଣ ଆଫ୍ରିକା ମାଟିରେ ୪୦୦ ରନରୁ ଉର୍ଦ୍ଧ ରନ କରିଛନ୍ତି। ବିରାଟ ଏହି ସିରିଜରେ ଏପର୍ଯ୍ୟନ୍ତ ୨ଟି ଶତକ ହାସଲ କରିଛନ୍ତି। ପୋର୍ଟ ଏଲିଜାବେଥ୍‌ ମ୍ୟାଚରେ ବିରାଟ ମାତ୍ର ୩୬ ରନ କରି ରନ ଆଉଟ୍ ହୋଇଯାଇଥିଲେ।

ଏହା ପୂର୍ବରୁ ଗୋଟିଏ ସିରିଜରେ ସବୁଠୁ ଅଧିକ ରନ କରିବାର ରେକର୍ଡ ସୌରଭ ଗାଙ୍ଗୁଲିଙ୍କ ନାଁରେ ରହିଛି। ୧୯୯୯ରେ ଖେଳାଯାଇଥିବା ସିରିଜରେ ସେ ୨୮୫ ରନ କରିଥିଲେ। ଏହାପରେ କୌଣସି ଭାରତୀୟ ଏହି ଅଙ୍କ ଛୁଇଁପାରିନଥିଲେ।

ବିରାଟଙ୍କ ପାଖରେ ଆଉ ଏକ ରେକର୍ଡର ଅଧିକାରୀ ହେବା ପାଇଁ ସୁଯୋଗ ରହିଛି। ଭାରତର ପକ୍ଷରୁ ସଚିନ ତେନ୍ଦୁଲକର ଏପର୍ଯ୍ୟନ୍ତ ଗୋଟିଏ ସିରିଜରେ ୫୦୦ ରନ ପୂରଣ କରିଛନ୍ତି। ଭାରତୀୟ ଅଧିନାୟକ ବିରାଟଙ୍କ ନିକଟରେ ଚଳିତ ସିରିଜରେ ୫୦୦ ରନ କରିବାର ସୁଯୋଗ ରହିଛି। ଯିଦ ସେ ଏହା କରନ୍ତି  ତେବେ ସେ ଦ୍ୱିତୀୟ ଭାରତୀୟ ହେବେ। ସଚିନ ୨୦୦୩ ବିଶ୍ୱକପରେ ୬୭୩ ରନ୍‌ କରିଥିଲେ। ଏବଂ ୧୯୯୫-୯୬  ବିଶ୍ୱକପରେ ସଚିନ ୫୨୩ ରନ କରିଥିଲେ।  

Related story