ଅଷ୍ଟ୍ରେଲିଆର ନେଟ ପ୍ରାକ୍ଟିସ୍‌ରେ ଅଘଟଣ, ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ବୋଲର୍‌

ଓଭାଲ୍‌: ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଅଷ୍ଟ୍ରେଲିଆର ନେଟ୍‌ ପ୍ରାକ୍ଟିସ୍‌ ବେଳେ ଏକ ବଡ଼ଧରଣ ଅଘଟଣ ଘଟିଛି। ଅଷ୍ଟ୍ରେଲିଆ ବ୍ୟାଟସ୍‌ମ୍ୟାନ୍‌ ଡେଭିଡ୍‌ ୱାର୍ଣ୍ଣରଙ୍କ ଏକ ଶଟ ମାଡ଼ରେ ଜଣେ ବୋଲର ଆହତ ହୋଇଛନ୍ତି। ତାଙ୍କ ନାଁ ଜୟ କିଷନ। ସେ ଜଣେ ଭାରତୀୟ ବଂଶୋଦ୍ଭବ। ଆସନ୍ତାକାଲିର ମ୍ୟାଚ୍‌ ପାଇଁ ଅଷ୍ଟ୍ରେଲୀୟ ଖେଳାଳିମାନେ ଜୋରଦାର ଅଭ୍ୟାସ କରୁଥିଲେ। ତେବେ ଅଭ୍ୟାସର ଶେଷ ଭାଗରେ ୱାର୍ଣ୍ଣର ଏକ ବଲ୍‌କୁ ବେଶ ଜୋରରେ ପ୍ରହାର କରିଥିଲେ। ଏହା ସିଧା ଯାଇ ଜୟ […]

uu

Hemant Lenka
  • Published: Saturday, 08 June 2019
  • , Updated: 08 June 2019, 08:21 PM IST

ଓଭାଲ୍‌: ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଅଷ୍ଟ୍ରେଲିଆର ନେଟ୍‌ ପ୍ରାକ୍ଟିସ୍‌ ବେଳେ ଏକ ବଡ଼ଧରଣ ଅଘଟଣ ଘଟିଛି। ଅଷ୍ଟ୍ରେଲିଆ ବ୍ୟାଟସ୍‌ମ୍ୟାନ୍‌ ଡେଭିଡ୍‌ ୱାର୍ଣ୍ଣରଙ୍କ ଏକ ଶଟ ମାଡ଼ରେ ଜଣେ ବୋଲର ଆହତ ହୋଇଛନ୍ତି। ତାଙ୍କ ନାଁ ଜୟ କିଷନ। ସେ ଜଣେ ଭାରତୀୟ ବଂଶୋଦ୍ଭବ।

ଆସନ୍ତାକାଲିର ମ୍ୟାଚ୍‌ ପାଇଁ ଅଷ୍ଟ୍ରେଲୀୟ ଖେଳାଳିମାନେ ଜୋରଦାର ଅଭ୍ୟାସ କରୁଥିଲେ। ତେବେ ଅଭ୍ୟାସର ଶେଷ ଭାଗରେ ୱାର୍ଣ୍ଣର ଏକ ବଲ୍‌କୁ ବେଶ ଜୋରରେ ପ୍ରହାର କରିଥିଲେ। ଏହା ସିଧା ଯାଇ ଜୟ କିଷନଙ୍କ ମୁଣ୍ଡରେ ମାଡ଼ ହୋଇଥିଲା। ବଲ ମାଡ଼ ହେବା କ୍ଷଣି ସେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏହି ଘଟଣା ପରେ ପୂରେ ଅଭ୍ୟାସ୍‌ ଶିବରରେ ଶୋକର ଛାୟା ଖେଳି ଯାଇଥିଲା। ଘଟଣା ପରେ ନେଟରେ ଅଭ୍ୟାସକୁ ବନ୍ଦ କରିଦିଆଯାଇଥିଲା। ୱାର୍ଣ୍ଣର ନିଜେ ଜୟ କିଷନଙ୍କ ପାଖକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଥିଲେ।

Related story