୧୦୦ କରିପାରିଲାନି ଇଣ୍ଡିଜ୍‌, ଭାରତକୁ ୯୬ ରନ୍‌ର ଟାର୍ଗେଟ

ଫ୍ଲୋରିଡା: ଡେବ୍ୟୁଟାଣ୍ଟ ନଭଦୀପ ସାଇନ୍‌ଙ୍କ ଘାତକ ବୋଲିଂ ଯୋଗୁ ପ୍ରଥମ ଟି-୨୦ରେ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ଇଣ୍ଡିଜ୍‌ ଟିମ୍‌କୁ ୯୫ ରନ୍‌ରେରେ ସୀମିତ ରଖିଛି। ଅଭିଜ୍ଞ କାଏରନ୍‌ ପୋଲାର୍ଡ ଶେଷ ଯାଏ ଚେଷ୍ଟା କରିଥିଲେ ହେଁ ଦଳୀୟ ସ୍କୋରକୁ ୧୦୦ ପାର କରାଇବାରେ ବିଫଳ ହୋଇଛନ୍ତି। ଫଳରେ ଆମେରିକାର ଫ୍ଲୋରିଡାରେ ଚାଲିଥିବା ପ୍ରଥମ ଟି-୨୦ ମ୍ୟାଚ୍‌କୁ ଜିତିବା ପାଇଁ ଭାରତକୁ ୯୬ ରନ୍‌ର ଟାର୍ଗେଟ ମିଳିଛି।  ପୋଲାର୍ଡଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଇଣ୍ଡିଜ୍‌ ବ୍ୟାଟସ୍‌ମ୍ୟାନ୍‌ ଭାରତୀୟ ବୋଲରଙ୍କୁ […]

et

Hemant Lenka
  • Published: Saturday, 03 August 2019
  • , Updated: 03 August 2019, 09:40 PM IST

ଫ୍ଲୋରିଡା: ଡେବ୍ୟୁଟାଣ୍ଟ ନଭଦୀପ ସାଇନ୍‌ଙ୍କ ଘାତକ ବୋଲିଂ ଯୋଗୁ ପ୍ରଥମ ଟି-୨୦ରେ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ଇଣ୍ଡିଜ୍‌ ଟିମ୍‌କୁ ୯୫ ରନ୍‌ରେରେ ସୀମିତ ରଖିଛି। ଅଭିଜ୍ଞ କାଏରନ୍‌ ପୋଲାର୍ଡ ଶେଷ ଯାଏ ଚେଷ୍ଟା କରିଥିଲେ ହେଁ ଦଳୀୟ ସ୍କୋରକୁ ୧୦୦ ପାର କରାଇବାରେ ବିଫଳ ହୋଇଛନ୍ତି। ଫଳରେ ଆମେରିକାର ଫ୍ଲୋରିଡାରେ ଚାଲିଥିବା ପ୍ରଥମ ଟି-୨୦ ମ୍ୟାଚ୍‌କୁ ଜିତିବା ପାଇଁ ଭାରତକୁ ୯୬ ରନ୍‌ର ଟାର୍ଗେଟ ମିଳିଛି।  ପୋଲାର୍ଡଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଇଣ୍ଡିଜ୍‌ ବ୍ୟାଟସ୍‌ମ୍ୟାନ୍‌ ଭାରତୀୟ ବୋଲରଙ୍କୁ ସାମ୍ନା କରିପାରି ନଥିଲେ। ଇଣ୍ଡିଜ୍‌ ଟିମ୍‌ ନିର୍ଦ୍ଧାରିତ ୨୦ ଓଭର୍‌ରେ ୯ ୱିକେଟ୍‌ ହରାଇ ମାତ୍ର ୯୫ ରନ୍‌ କରିବାକୁ ସକ୍ଷମ ହୋଇଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା କାର୍ଲୋସ ବ୍ରାଥୱେଟ୍‌ଙ୍କ ଟିମ୍‌ ଦ୍ୱିତୀୟ ବଲ୍‌ରେ ଓପନର ଜନ୍‌ କ୍ୟାମ୍ପବେଲଙ୍କୁ ହରାଇଥିଲା। ସେ ଖାତା ଖୋଲିବା ପୂର୍ବରୁ ଭୁବନେଶ୍ୱର କୁମାରଙ୍କ ଶିକାର ବନିଥିଲେ। ଏହାପରେ ଅନ୍ୟତମ ଓପନର ଏଭିନ୍ ଲୁଇସଙ୍କୁ ସ୍ପିନର ୱାଶିଂଟନ୍‌ ସୁନ୍ଦର ପ୍ୟାଭିଲିୟନ ପଠାଇଥିଲେ।

୮ ରନ୍‌ରେ ଦଳ ଦୁଇଟି ୱିକେଟ୍‌ ହରାଇଥିଲା। ନିକୋଲାସ୍ ପୁରନ୍ କିଛି ଦର୍ଶନୀୟ ଶଟ୍‌ ଖେଳିଥିଲେ ହେଁ ଡେବ୍ୟୁଟାଣ୍ଟ ନଭଦୀପ ସାଇନ୍‌ ନିଜର ପ୍ରଥମ ଓଭର୍‌ରେ ହିଁ ତାଙ୍କୁ ଆଉଟ୍‌ କରିଦେଇଥିଲେ। ଏହାର ପରବର୍ତ୍ତୀ ବଲ୍‌ରେ ସାଇନି ବିସ୍ଫୋରକ ଶିମରନ୍ ହେଟମେୟରଙ୍କୁ କ୍ଲିନ୍‌ ବୋଲ୍ଡ କରିଦେଇଥିଲେ।

୪ ରନ୍‌ କରିଥିବା ରୋଭମ୍ୟାନ୍ ପୋୱେଲ ବାମହାତୀ ଦ୍ରୁତ ବୋଲର ଖଲୀଲ ଅହମ୍ମଦଙ୍କ ଶିକାର ହୋଇଥିଲେ। ଏକଦା ଇଣ୍ତିଜ୍‌ ଟିମ୍‌ ମାତ୍ର ୬ ଓଭର୍‌ରେ ୫ ୱିକେଟ୍‌ ହରାଇ ୩୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହାପରେ ଅଧିନାୟକ କାର୍ଲସ୍ ବ୍ରାଥୱେଟ୍ ଓ ଅଭିଜ୍ଞ କାଏରନ୍‌ ପୋଲାର୍ଡ ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ୫୦ ପାର କରାଇଥିଲେ।

ହେଲେ ୯ ରନ୍‌ କରିଥିବା ବ୍ରାଥୱେଟଙ୍କୁ ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା ଆଉଟ୍‌ କରି ଇଣ୍ଡିଜକୁ ୬ଷ୍ଠ ଝଟ୍‌କା ଦେଇଥିଲେ। ଏହାର ପରବର୍ତ୍ତୀ ଓଭର୍‌ରେ ରବୀନ୍ଦ୍ର ଜାଡେଜା ଇଣ୍ଡିଜ୍‌ ଅଲରାଉଣ୍ଡର ସୁନୀଲ ନାରନ୍‌(୨)ଙ୍କୁ ଆଉଟ୍‌ କରିଦେଇଥିଲେ। ଭୁବନେଶ୍ୱର କୁମାର ନିଜର ଶେଷ ଓଭର୍‌ରେ କୀମୋ ପଲ୍‌(୩)ଙ୍କ ୱିକେଟ ନେଇଥିଲେ।

ଶେଷ ଭାଗରେ ପୋଲାର୍ଡ କିଛି ବଡ଼ ଶଟ୍‌ ଖେଳିବାରୁ ଦଳୀୟ ସ୍କୋର ୯୦ ପାର ହୋଇଥିଲା। ପୋଲାର୍ଡ ୪୯ ରନ୍‌ କରି ସାଇନିଙ୍କ ବଲ୍‌ରେ ଏଲବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ।

ଭାରତ ପକ୍ଷରୁ ସାଇନି ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ଭୁବନେଶ୍ୱର କୁମାର ୨ଟି, ଖଲୀଲ ଅହମ୍ମଦ, ରବୀନ୍ଦ୍ର ଜାଡେଜା, ୱାଶିଂଟନ୍‌ ସୁନ୍ଦର ଓ କୃନାଲ ପାଣ୍ଡ୍ୟା ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।

Related story