ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟ: ଫାଇନାଲରେ ଶିବ ଓ ପୂଜା

ଟୋକିଓ: ଭାରତର ଷ୍ଟାର୍ ବକ୍ସର ଶିବ ଥାପା (୬୩ କେଜି), ପୂଜା ରାନୀ (୭୫ କେଜି) ଏବଂ ଆଶିଷ (୬୯ କେଜି) ଚଳିତ ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ଭାରତର ଚାରିଜଣ ବକ୍ସର ସେମିଫାଇନାଲରେ ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ପୂର୍ବତନ ବିଶ୍ୱ ବ୍ରୋଞ୍ଜ ପଦକ ବିଜେତା ଓ ଚାରିଥରର ଏସିଆନ୍ ପଦକ ବିଜେତା ଶିବ ନିଜର ସେମିଫାଇନାଲ୍ ମୁକାବିଲାରେ ଜାପାନର ଡାଇସୁକ୍ ନାରିମାତସୁଙ୍କୁ ହରାଇଛନ୍ତି। ସେହିପରି ପୂର୍ବତନ ଏସିଆନ୍ ଗେମ୍ସ […]

shiva

shiva

Ranjit Kumar Jena
  • Published: Wednesday, 30 October 2019
  • Updated: 30 October 2019, 09:11 PM IST

Sports

Latest News

ଟୋକିଓ: ଭାରତର ଷ୍ଟାର୍ ବକ୍ସର ଶିବ ଥାପା (୬୩ କେଜି), ପୂଜା ରାନୀ (୭୫ କେଜି) ଏବଂ ଆଶିଷ (୬୯ କେଜି) ଚଳିତ ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ଭାରତର ଚାରିଜଣ ବକ୍ସର ସେମିଫାଇନାଲରେ ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।

ପୂର୍ବତନ ବିଶ୍ୱ ବ୍ରୋଞ୍ଜ ପଦକ ବିଜେତା ଓ ଚାରିଥରର ଏସିଆନ୍ ପଦକ ବିଜେତା ଶିବ ନିଜର ସେମିଫାଇନାଲ୍ ମୁକାବିଲାରେ ଜାପାନର ଡାଇସୁକ୍ ନାରିମାତସୁଙ୍କୁ ହରାଇଛନ୍ତି। ସେହିପରି ପୂର୍ବତନ ଏସିଆନ୍ ଗେମ୍ସ ବ୍ରୋଞ୍ଜ ପଦକ ବିଜେତା ପୂଜା ସେମି ଲଢ଼େଇରେ ବ୍ରାଜିଲର ବିଟରିଜ୍ ସୋରେସଙ୍କୁ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି।

ଅନ୍ୟପକ୍ଷରେ ପୂର୍ବତନ ଜୁନିୟର ୱାର୍ଲ୍ଡ ଚାମ୍ପିୟନ୍ ନିଖତ ଜରୀନ୍ (୫୧ କେଜି), ସିମରନଜିତ୍ କୌର୍ (୬୦ କେଜି), ଏସିଆନ୍ ରୌପ୍ୟ ପଦକ ବିଜେତା ସୁମିତ୍ ସାଙ୍ଗୱାନ୍ (୯୧ କେଜି) ଓ ଭାଲିମ୍ପୁଇଆ (୭୫ କେଜି) ନିଜ ନିଜର ସେମିଫାଇନାଲ୍ ମୁକାବିଲା ହାରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos