କ୍ରୀଡା ଦିବସରେ ରାଜ୍ୟ ପାଇଁ ଗୌରବ ଆଣିଲେ ବ୍ରଜଭୂଷଣ: ରାଷ୍ଟ୍ରପତିଙ୍କ ହାତରୁ ଗ୍ରହଣ କଲେ ଦ୍ରୋଣାଚାର୍ଯ୍ୟ ପୁରସ୍କାର

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂ ଓ ପାରା ଆଥଲେଟ୍ ଦେବେନ୍ଦ୍ର ଝାଝାରିଆଙ୍କୁ ଚଳିତବର୍ଷର ସମ୍ମାନଜନକ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ମିଳିଛି। ୨୦୧୫ରେ ପଦ୍ମଶ୍ରୀ ସମ୍ମାନ ପାଇଥିବା ସର୍ଦ୍ଦାର ସିଂଙ୍କ ନେତୃତ୍ୱରେ ଭାରତୀୟ ହକି ଦଳ ୨୦୧୪ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣପଦକ ଜିତିଥିଲା ସେହିପରି  ପାରା ଅଲିମ୍ପିକ୍ ଜାଭଲିନ ଥ୍ରୋରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିବା ଦେବେନ୍ଦ୍ର ଝାଝାରିଆ ମଧ୍ୟ ପ୍ରଥମ ଦିବ୍ୟାଙ୍ଗ ଖେଳାଳି ଭାବେ ଏହି ସର୍ବୋଚ୍ଚ […]

Rakesh Mallick
  • Published: Tuesday, 29 August 2017
  • , Updated: 29 August 2017, 04:58 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂ ଓ ପାରା ଆଥଲେଟ୍ ଦେବେନ୍ଦ୍ର ଝାଝାରିଆଙ୍କୁ ଚଳିତବର୍ଷର ସମ୍ମାନଜନକ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ମିଳିଛି। ୨୦୧୫ରେ ପଦ୍ମଶ୍ରୀ ସମ୍ମାନ ପାଇଥିବା ସର୍ଦ୍ଦାର ସିଂଙ୍କ ନେତୃତ୍ୱରେ ଭାରତୀୟ ହକି ଦଳ ୨୦୧୪ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣପଦକ ଜିତିଥିଲା ସେହିପରି  ପାରା ଅଲିମ୍ପିକ୍ ଜାଭଲିନ ଥ୍ରୋରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିବା ଦେବେନ୍ଦ୍ର ଝାଝାରିଆ ମଧ୍ୟ ପ୍ରଥମ ଦିବ୍ୟାଙ୍ଗ ଖେଳାଳି ଭାବେ ଏହି ସର୍ବୋଚ୍ଚ କ୍ରୀଡା ସମ୍ମାନ ପାଇଛନ୍ତି। ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା, ମହିଳା ବିଶ୍ୱକପ ଫାଇନାଲିଷ୍ଟ ଟିମ୍ ଇଣ୍ଡିଆର ସଦସ୍ୟ ହରମନପ୍ରୀତ କୌରଙ୍କ ସମେତ ୧୭ ଖେଳାଳିଙ୍କୁ ମିଳିଛି ଅର୍ଜୁନ ପୁରସ୍କାର। ଏହାଛଡ଼ା କୋଚିଂ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୭ଜଣ କୋଚଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଦିଆଯାଉଛି। କ୍ରୀଡା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ତିନିଜଣଙ୍କୁ  ଧ୍ୟାନଚାନ୍ଦ ପୁରସ୍କାର ଦିଆଯାଉଛି। ଏହାସହ ଏହି ଅବସରରେ ଓଡ଼ିଆ ପ୍ରଶିକ୍ଷକ ବ୍ରଜଭୂଷଣ ମହାନ୍ତିଙ୍କୁ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ଯାହା ରାଜ୍ୟ ପାଇଁ ଆଣିଦେଇଛି ଆଉ ଏକ ଗୌରବ।

Related story