ବ୍ରହ୍ମପୁର: ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବ୍ରହ୍ମପୁର: ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ତିନି ଦିନିଆ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ସିଙ୍ଗଲ୍ସରେ କନ୍ଧମାଳର ପ୍ରଶାନ୍ତ ମହାନ୍ତି ଚାମ୍ପିୟନ ହୋଇଛନ୍ତି। ସେହିପରି ଡବଲ୍ସରେ ଗଜପତିର ହରିକୃଷ୍ଣ ଏବଂ ବିଜୟ ଚନ୍ଦ୍ର ଶବର ଚାମ୍ପିଅନ ହୋଇଛନ୍ତି। ଭେଟେରାନ ଡବଲ୍ସରେ ଆଇଜି ଅମିତାଭ ଠାକୁର ଏବଂ ହୃଷିକେଶ ପଣ୍ଡାଙ୍କ ଯୋଡ଼ି ଚାମ୍ପିଅନ ହୋଇଛନ୍ତି। ଉଦ୍‌ଯାପନୀ ଉତ୍ସବରେ ଗଞ୍ଜାମ ଏସ୍‌ପି ଆଶିଷ ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ବ୍ରହ୍ମପୁର ରେଞ୍ଜ […]

sports

Rakesh Mallick
  • Published: Tuesday, 15 November 2016
  • , Updated: 15 November 2016, 09:30 PM IST

ବ୍ରହ୍ମପୁର: ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ତିନି ଦିନିଆ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ସିଙ୍ଗଲ୍ସରେ କନ୍ଧମାଳର ପ୍ରଶାନ୍ତ ମହାନ୍ତି ଚାମ୍ପିୟନ ହୋଇଛନ୍ତି। ସେହିପରି ଡବଲ୍ସରେ ଗଜପତିର ହରିକୃଷ୍ଣ ଏବଂ ବିଜୟ ଚନ୍ଦ୍ର ଶବର ଚାମ୍ପିଅନ ହୋଇଛନ୍ତି।

ଭେଟେରାନ ଡବଲ୍ସରେ ଆଇଜି ଅମିତାଭ ଠାକୁର ଏବଂ ହୃଷିକେଶ ପଣ୍ଡାଙ୍କ ଯୋଡ଼ି ଚାମ୍ପିଅନ ହୋଇଛନ୍ତି।

ଉଦ୍‌ଯାପନୀ ଉତ୍ସବରେ ଗଞ୍ଜାମ ଏସ୍‌ପି ଆଶିଷ ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରିଥିଲେ।

ବ୍ରହ୍ମପୁର ରେଞ୍ଜ ପୋଲିସ୍‌ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଗଞ୍ଜାମ, ଗଜପତି, ବ୍ରହ୍ମପୁର, କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସମେତ ୫ଟି ବାଟାଲିଅନର ୪୦ ଜଣ ଖେଳାଳି ଭାଗ ନେଇଥିଲେ।

Related story