ଏହି ଖେଳାଳିଙ୍କ ଭିତରେ ସେହ୍ୱାଗଙ୍କ ଝଲକ ଦେଖୁଛନ୍ତି ବ୍ରାଏନ୍ ଲାରା

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ୍ ବ୍ରାଏଲ୍ ଲାରାଙ୍କ ପ୍ରତିଭା ସମ୍ପର୍କରେ ସମସ୍ତେ ଅବଗତ। ୯୦ ଦଶକର ସବୁଠାରୁ ବିପଜ୍ଜନକ ଖେଳାଳି ଭାବେ ପରିଚିତ ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ଭାରତର ଯୁବ ପ୍ରତିଭା ପୃଥ୍ୱୀ ଶ’ଙ୍କୁ ପ୍ରଶଂସା କରିଛନ୍ତି। ଲାରା ଏହି ଯୁବ କ୍ରିକେଟରଙ୍କ ଭିତରେ ବୀରେନ୍ଦ୍ର ସେହ୍ୱାଗଙ୍କ ଝଲକ ଦେଖିବାକୁ ମିଳୁଥିବା କହିଛନ୍ତି। ଲାରା କହିଛନ୍ତି, ‘ସେହ୍ୱାଗଙ୍କ ଭଳି ପୃଥ୍ୱୀ ମଧ୍ୟ ବଲକୁ କଟ୍ କରିବାରେ ମାହିର୍ ଏବଂ ତାଙ୍କ ଶର୍ଟ-ଆର୍ମ ପୁଲରେ ସମ୍ପୂର୍ଣ୍ଣ ଭାବେ “ନଜଫଗଡ଼ର […]

lara

lara

Ranjit Kumar Jena
  • Published: Tuesday, 09 April 2019
  • Updated: 09 April 2019, 06:23 PM IST

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ୍ ବ୍ରାଏଲ୍ ଲାରାଙ୍କ ପ୍ରତିଭା ସମ୍ପର୍କରେ ସମସ୍ତେ ଅବଗତ। ୯୦ ଦଶକର ସବୁଠାରୁ ବିପଜ୍ଜନକ ଖେଳାଳି ଭାବେ ପରିଚିତ ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ଭାରତର ଯୁବ ପ୍ରତିଭା ପୃଥ୍ୱୀ ଶ'ଙ୍କୁ ପ୍ରଶଂସା କରିଛନ୍ତି।

ଲାରା ଏହି ଯୁବ କ୍ରିକେଟରଙ୍କ ଭିତରେ ବୀରେନ୍ଦ୍ର ସେହ୍ୱାଗଙ୍କ ଝଲକ ଦେଖିବାକୁ ମିଳୁଥିବା କହିଛନ୍ତି। ଲାରା କହିଛନ୍ତି, 'ସେହ୍ୱାଗଙ୍କ ଭଳି ପୃଥ୍ୱୀ ମଧ୍ୟ ବଲକୁ କଟ୍ କରିବାରେ ମାହିର୍ ଏବଂ ତାଙ୍କ ଶର୍ଟ-ଆର୍ମ ପୁଲରେ ସମ୍ପୂର୍ଣ୍ଣ ଭାବେ "ନଜଫଗଡ଼ର ନବାବ'ଙ୍କ ଛବି ନଜର ଆସୁଛି।'

ଏହି ଖେଳର ମହାନ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ଲାରା ଷ୍ଟାର ସ୍ପୋର୍ଟ୍ସ ସିଲେକ୍ଟ ଡଗଆଉଟରେ ଯୋଗଦେବା ଅବସରରେ କହିଛନ୍ତି, 'ପୃଥ୍ୱୀଙ୍କ ବ୍ୟାଟିଂ ଶୈଳୀରେ ମୋତେ ସେହ୍ୱାଗଙ୍କ ଝଲକ ନଜର ଆସୁଛି। ବ୍ୟାଟିଂରେ ପୃଥ୍ୱୀଙ୍କ ପରିପକ୍ୱତା ମଧ୍ୟ ଜବରଦସ୍ତ ରହିଛି। ଗତବର୍ଷ ଅକ୍ଟୋବରରେ ପୃଥ୍ୱୀ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପଦାର୍ପଣ ଟେଷ୍ଟରେ ଖୁବ୍ ରନ୍ କରିଥିଲେ ଏବଂ ଶତକୀୟ ଇନିଂସ୍ ମଧ୍ୟ ଖେଳିଥିଲେ।

ଭାରତୀୟ ମାଟିରେ ଜଣେ ଯୁବ ଖେଳାଳିଙ୍କୁ ଏଭଳି ଭଲ ପ୍ରଦର୍ଶନ କରିବା ଦେଖି ମୋତେ ବହୁତ ଖୁସି ଲାଗିଲା। ପୃଥ୍ୱୀ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ଆହତ କାରଣରୁ ସେ ଖେଳପାରିନଥିଲେ।' ଲାରାଙ୍କ ମତରେ ପୃଥ୍ୱୀଙ୍କୁ ବର୍ତ୍ତମାନ ମାତ୍ର ୧୯ ବର୍ଷ, କିନ୍ତୁ ଆଇପିଏଲର ଦୁଇଟି ସଂସ୍କରଣ ଖେଳି ସେ ଜଣେ 'ସିନିୟର ଖେଳାଳି' ହୋଇସାରିଛନ୍ତି। ଆଗାମୀ ଦିନରେ ସେ ଜଣେ ସଫଳ କ୍ରିକେଟର ହୋଇ ବାହାରିବେ ବୋଲି ଲାରା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos