ବୁଶଫାୟର୍ ରିଲିଫ୍ ମ୍ୟାଚ୍ ଖେଳିବେ ବ୍ରାଏନ୍ ଲାରା

ସିଡନୀ: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଓ କର୍ଟନୀ ୱାଲ୍ସଙ୍କ ପରେ ୱେଷ୍ଟଇଣ୍ଡିଜର ସର୍ବକାଳୀନ ମହାନ୍ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା ଅଷ୍ଟ୍ରେଲିଆର ଜଙ୍ଗଲରେ ଲାଗିଥିବା ନିଆଁରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଚ୍ୟାରିଟି ମ୍ୟାଚରେ ଭାଗ ନେବେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ୧୩୧ ଟେଷ୍ଟରେ ୧୧,୯୫୩ ରନ୍ ଏବଂ ୨୯୯ ଦିନିକିଆରେ ୧୦,୪୦୫ ରନ୍ କରିଥିବା ବାମହାତୀ ବ୍ୟାଟ୍ସମ୍ୟାନ୍ ଲାରାଙ୍କ ବ୍ୟତୀତ ୨୦୧୧ ବିଶ୍ୱକପ୍ ହିରୋ ଯୁବରାଜ ସିଂହ ଏବଂ ପାକିସ୍ତାନର କିମ୍ବଦନ୍ତୀ ପେସ୍ ବୋଲର ୱାସିମ୍ […]

lara

lara

Ranjit Kumar Jena
  • Published: Friday, 31 January 2020
  • Updated: 31 January 2020, 06:46 PM IST

Sports

Latest News

ସିଡନୀ: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଓ କର୍ଟନୀ ୱାଲ୍ସଙ୍କ ପରେ ୱେଷ୍ଟଇଣ୍ଡିଜର ସର୍ବକାଳୀନ ମହାନ୍ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା ଅଷ୍ଟ୍ରେଲିଆର ଜଙ୍ଗଲରେ ଲାଗିଥିବା ନିଆଁରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଚ୍ୟାରିଟି ମ୍ୟାଚରେ ଭାଗ ନେବେ।

ୱେଷ୍ଟଇଣ୍ଡିଜ୍ ପକ୍ଷରୁ ୧୩୧ ଟେଷ୍ଟରେ ୧୧,୯୫୩ ରନ୍ ଏବଂ ୨୯୯ ଦିନିକିଆରେ ୧୦,୪୦୫ ରନ୍ କରିଥିବା ବାମହାତୀ ବ୍ୟାଟ୍ସମ୍ୟାନ୍ ଲାରାଙ୍କ ବ୍ୟତୀତ ୨୦୧୧ ବିଶ୍ୱକପ୍ ହିରୋ ଯୁବରାଜ ସିଂହ ଏବଂ ପାକିସ୍ତାନର କିମ୍ବଦନ୍ତୀ ପେସ୍ ବୋଲର ୱାସିମ୍ ଆକ୍ରାମ ମଧ୍ୟ ଏହି ଚ୍ୟାରିଟି ମ୍ୟାଚରେ ଭାଗ ନେଇପାରନ୍ତି। ଫେବୃଆରୀ ୮ ତାରିଖରେ ରିକି ପଣ୍ଟିଂ ଏକାଦଶ ଓ ଶେନ୍ ୱାର୍ଣ୍ଣ ଏକାଦଶ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ପାଇଁ ସଚିନ ତେନ୍ଦୁଲକର ଓ ୱାଲ୍ସଙ୍କୁ କୋଚ୍ ଭାବେ ନିଯୁକ୍ତ କରାଯାଇଛି।

ଏହି ମ୍ୟାଚରେ ଅଷ୍ଟ୍ରେଲିଆର କିଛି ପୂର୍ବତନ ଖେଳାଳି ଯଥା ମାଥ୍ୟୁ ହେଡେନ୍‌, ଆଣ୍ଡ୍ର୍ୟୁତ ସାଇମଣ୍ଡସ୍‌, ବ୍ରାଡ୍ ହାଡିନ୍‌, ମାଇକ୍ ହସି, ଆଡାମ୍ ଗିଲଖ୍ରୀଷ୍ଟ, ଜଷ୍ଟିନ୍ ଲାଙ୍ଗର, ମାଇକେଲ୍ କ୍ଲାର୍କ, ଶେନ୍ ୱାଟସନ୍ ଏବଂ ଆଲେକ୍ସ ବ୍ଲାକୱେଲ୍ ଖେଳିବେ। ଏହି ମୁକାବିଲାରୁ ହେବାକୁଥିବା ସମସ୍ତ ଆୟ ଅଷ୍ଟ୍ରେଲୀୟ ରେଡ୍ କ୍ରସକୁ ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆର ଜଙ୍ଗଲରେ ଲାଗିଥିବା ଏହି ଭୟଙ୍କର ନିଆଁରେ ଏପର୍ଯ୍ୟନ୍ତ ୩୦ରୁ ଅଧିକ ଜଣ ପ୍ରାଣ ହରାଇଛନ୍ତି ଏବଂ ୨ହଜାରରୁ ଊର୍ଦ୍ଧ୍ୱ ଘର ନଷ୍ଟ ମଧ୍ୟ ହୋଇଛି। ୱାର୍ଣ୍ଣ, କ୍ରିସ୍ ଲେଲିନ୍‌, ଗ୍ଲେନ୍ ମ୍ୟାକ୍ସୱେଲ୍‌, ଆମେରିକାର ଟେନିସ୍ ଖେଳାଳି ସେରେନା ୱିଲିୟମ୍ସ ଏବଂ ନିକ୍ କିର୍ଗିଅସଙ୍କ ଭଳି ଖେଳାଳି ଏହି ବୁଶ୍ ଫାୟାର୍ ପୀଡ଼ିତଙ୍କ ପାଇଁ ସହାୟତା ରାଶି ପ୍ରଦାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos