ବୁମ୍ରା ବିପଦମୁକ୍ତ: ବିସିସିଆଇ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ କାନ୍ଧରେ ଆଘାତ ପାଇଥିବା ଷ୍ଟାର ପେସ ବୋଲର ଜସପ୍ରୀତ ବୁମ୍ରା ଏବେ ବିପଦମୁକ୍ତ ଥିବା ବିସିସିଆଇ ପକ୍ଷରୁ କୁହାଯାଇଛି। ବିଶ୍ୱକପ୍ ପାଇଁ ବୁମ୍ରା ଭାରତର ମୁଖ୍ୟ ପେସ ଅସ୍ତ୍ର ଏବଂ ତାଙ୍କୁ ଫିଟ ରଖିବା ପାଇଁ ସବୁ ପ୍ରକାର ପ୍ରୟାସ କରାଯାଉଛି। ରବିବାର ୱାଙ୍ଖଡେରେ ଖେଳାଯାଇଥିବା ଦିଲ୍ଲୀ ବିପକ୍ଷ ମ୍ୟାଚରେ ବୋଲିଂ କରୁଥିବା ବେଳେ ବୁମ୍ରାଙ୍କ କାନ୍ଧରେ ଆଘାତ ଲାଗିଥିଲା ଏବଂ ପରେ ସେ ବ୍ୟାଟିଂ କରିବାକୁ […]

bum

bum

Ranjit Kumar Jena
  • Published: Monday, 25 March 2019
  • Updated: 25 March 2019, 10:30 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ କାନ୍ଧରେ ଆଘାତ ପାଇଥିବା ଷ୍ଟାର ପେସ ବୋଲର ଜସପ୍ରୀତ ବୁମ୍ରା ଏବେ ବିପଦମୁକ୍ତ ଥିବା ବିସିସିଆଇ ପକ୍ଷରୁ କୁହାଯାଇଛି। ବିଶ୍ୱକପ୍ ପାଇଁ ବୁମ୍ରା ଭାରତର ମୁଖ୍ୟ ପେସ ଅସ୍ତ୍ର ଏବଂ ତାଙ୍କୁ ଫିଟ ରଖିବା ପାଇଁ ସବୁ ପ୍ରକାର ପ୍ରୟାସ କରାଯାଉଛି।

ରବିବାର ୱାଙ୍ଖଡେରେ ଖେଳାଯାଇଥିବା ଦିଲ୍ଲୀ ବିପକ୍ଷ ମ୍ୟାଚରେ ବୋଲିଂ କରୁଥିବା ବେଳେ ବୁମ୍ରାଙ୍କ କାନ୍ଧରେ ଆଘାତ ଲାଗିଥିଲା ଏବଂ ପରେ ସେ ବ୍ୟାଟିଂ କରିବାକୁ ଆସିନଥିଲେ। ତାଙ୍କ ଆଘାତକୁ ନେଇ ଅନେକେ ଚିନ୍ତା ପ୍ରକଟ କରିଥିଲେ। କିନ୍ତୁ ସୋମବାର ବିସିସିଆଇ ପକ୍ଷରୁ ଭଲ ଖବର ମିଳିବା ପରେ ପ୍ରଶଂସକମାନେ ଆଶ୍ୱସ୍ତି ହୋଇଛନ୍ତି।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ବୁମ୍ରାଙ୍କ କାନ୍ଧର ସ୍କାନ ଶେଷ ହୋଇଛି ଏବଂ ତାଙ୍କ ରିପୋର୍ଟ ସବୁ ଠିକ ଅଛି। ଏବେ ଦେଖିବାକୁ ବାକି ରହିଲା ବୁମ୍ରା ମୁମ୍ବାଇ ପକ୍ଷରୁ ପରବର୍ତ୍ତୀ ମ୍ୟାଚ ଖେଳିବାକୁ ଓହ୍ଲାଉଛନ୍ତି କି ନାହିଁ। ସୂଚନାଯୋଗ୍ୟ, ଆସନ୍ତା ୨୮ ତାରିଖରେ ମୁମ୍ବାଇ ତା' ପରବର୍ତ୍ତୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos