ଯୁବରାଜଙ୍କ ନାଁରେ ବିଶ୍ୱକପ୍‌ରେ ଥିବା ରେକର୍ଡ ଭାଙ୍ଗିପାରିବେ କି ଚହଲ?

ନୂଆଦିଲ୍ଲୀ: ଚାରି ଦିନ ତଳେ ଅନ୍ତର୍ଜାତୀୟ କ୍ରିକେଟ୍ ସହିତ ଆଇପିଏଲ୍‌କୁ ଅଲ୍‌ବିଦା କହିଥିବା ଯୁବରାଜ ସିଂହଙ୍କ ନାଁରେ ବିଶ୍ୱକପ୍‌ରେ ଏକ ନିଆରା ରେକର୍ଡ ରହିଛି। ଏକମାତ୍ର ଭାରତୀୟ ସ୍ପିନର ଭାବେ ସେ ବିଶ୍ୱକପ୍‌ରେ ଦୁଇ ଥର ୪ ବା ତା’ଠାରୁ ଅଧିକ ୱିକେଟ୍ ନେଇଛନ୍ତି। ଏବେ ଆଲୋଚନା ଚାଲିଛି, ଚଳିତ ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ରେ ସ୍ଥାନ ପାଇଥିବା ସ୍ପିନ୍ ବୋଲର ୟୁଜବେନ୍ଦ୍ର ଚହଳ ତାଙ୍କ ରେକର୍ଡ କାଟି ପାରିବେ କି? କାରଣ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଚହଲ […]

YuvrajSingh

Jitendra Garnayak
  • Published: Friday, 14 June 2019
  • , Updated: 14 June 2019, 02:24 PM IST

ନୂଆଦିଲ୍ଲୀ: ଚାରି ଦିନ ତଳେ ଅନ୍ତର୍ଜାତୀୟ କ୍ରିକେଟ୍ ସହିତ ଆଇପିଏଲ୍‌କୁ ଅଲ୍‌ବିଦା କହିଥିବା ଯୁବରାଜ ସିଂହଙ୍କ ନାଁରେ ବିଶ୍ୱକପ୍‌ରେ ଏକ ନିଆରା ରେକର୍ଡ ରହିଛି। ଏକମାତ୍ର ଭାରତୀୟ ସ୍ପିନର ଭାବେ ସେ ବିଶ୍ୱକପ୍‌ରେ ଦୁଇ ଥର ୪ ବା ତା’ଠାରୁ ଅଧିକ ୱିକେଟ୍ ନେଇଛନ୍ତି।

ଏବେ ଆଲୋଚନା ଚାଲିଛି, ଚଳିତ ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ରେ ସ୍ଥାନ ପାଇଥିବା ସ୍ପିନ୍ ବୋଲର ୟୁଜବେନ୍ଦ୍ର ଚହଳ ତାଙ୍କ ରେକର୍ଡ କାଟି ପାରିବେ କି? କାରଣ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଚହଲ ତାଙ୍କ ବଲ୍‌ରେ ବ୍ୟାଟ୍ସମ୍ୟାନଙ୍କୁ ଚକ୍‌ମା ଦେବାରେ ସଫଳ ହୋଇଛନ୍ତି। ଏହା ସହିତ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୪ଟି ୱିକେଟ୍‌ ମଧ୍ୟ ନେଇଥିଲେ। ସେ ଯଦି ଆଉ ଏକ ମ୍ୟାଚ୍‌ରେ ୪ଟି ୱିକେଟ୍‌ ନେଇ ଯାଆନ୍ତି, ତା’ହେଲେ ଯୁବରାଜଙ୍କ ରେକର୍ଡର ସମକକ୍ଷ ହୋଇଯିବେ। ଚହଲଙ୍କ ବର୍ତ୍ତମାନର ଫର୍ମ ଯାହା, ଏହା ଆଦୌ ଅସମ୍ଭବ ନୁହେଁ।

ଯୁବରାଜ ବିଶ୍ୱକପ୍‌ରେ ଗୋଟିଏ ମ୍ୟାଚ୍‌ରେ ୪ଟି ୱିକେଟ୍ ନେଇଥିବା ବେଳେ ଆଉ ଗୋଟିଏ ମ୍ୟାଚ୍‌ରେ ୫ଟି ୱିକେଟ୍ ନେଇଥିଲେ। ୨୦୧୧ ବିଶ୍ୱକପ୍‌ରେ ସେ ଆୟରଲ୍ୟାଣ୍ଡ ବିପକ୍ଷରେ ୫ଟି ୱିକେଟ୍ ନେଇଥିବା ବେଳେ ୫୦ ରନ୍ ବି କରିଥିଲେ।

Related story