ଇଣ୍ଡିଆନ‍ ସୁପର ଲିଗ୍‌ ଖେଳିବେ ଶବର ସାହିର କୁନି ଫୁଟବଲର‍ ଚନ୍ଦନ ନାୟକ

ଭୁବନେଶ୍ୱର(ଶ୍ରୀକାନ୍ତ ସାହୁ): “କୁନି ଫୁଟବଲର ଚନ୍ଦନ ନାୟକ ଜଣେ ମିଡ‌ ଫିଲ୍ଡର ଭାବେ ଉତ୍ତମ ପାସିଂ ସ୍କିଲ, ଚିତ୍ତାକର୍ଷକ ଡ୍ରିବ୍ଲିଂ ଆଉ ୱେଲ‍ ଫ୍ରି’ କିକ୍‌ ପରି ଏକାଧିକ ଫୁଟବଲ ଶୈଳୀରେ ମାହିର। ଏହି ଗୁଣ ହିଁ ତାଙ୍କୁ ଜର୍ମାନୀର ବୟେର୍ଣ୍ଣ ମ୍ୟୁନିକ‌ ପରେ ଇଣ୍ଡିଆନ‍ ସୁପର ଲିଗ‍ (ଆଇଏସ୍‌ଏଲ) ଖେଳିବାକୁ ସୁଯୋଗ ଦେଇଛି। ବୟେର୍ଣ୍ଣ ମ୍ୟୁନିକ‌ରୁ ଫେରିବା ପରେ ଚନ୍ଦନଙ୍କୁ ଚେନ୍ନାଇୟାନ ଏଫସି ଓ ପୁଣେ ସିଟି ଏଫସି ପକ୍ଷରୁ ଖେଳିବାକୁ ଡାକରା ଆସିଛି।’’ ଓଡ଼ିଶା […]

chandan-nayak2

chandan-nayak2

Rakesh Mallick
  • Published: Saturday, 17 September 2016
  • Updated: 17 September 2016, 06:31 PM IST

Sports

Latest News

[caption id="attachment_102095" align="aligncenter" width="500"]chandan nayak (କୋଚ୍‌ ଜୟଦେବ ମହାପାତ୍ରଙ୍କ ସହ କୁନି ଫୁଟବଲର ଚନ୍ଦନ ନାୟକ)[/caption]

ଭୁବନେଶ୍ୱର(ଶ୍ରୀକାନ୍ତ ସାହୁ): “କୁନି ଫୁଟବଲର ଚନ୍ଦନ ନାୟକ ଜଣେ ମିଡ‌ ଫିଲ୍ଡର ଭାବେ ଉତ୍ତମ ପାସିଂ ସ୍କିଲ, ଚିତ୍ତାକର୍ଷକ ଡ୍ରିବ୍ଲିଂ ଆଉ ୱେଲ‍ ଫ୍ରି’ କିକ୍‌ ପରି ଏକାଧିକ ଫୁଟବଲ ଶୈଳୀରେ ମାହିର। ଏହି ଗୁଣ ହିଁ ତାଙ୍କୁ ଜର୍ମାନୀର ବୟେର୍ଣ୍ଣ ମ୍ୟୁନିକ‌ ପରେ ଇଣ୍ଡିଆନ‍ ସୁପର ଲିଗ‍ (ଆଇଏସ୍‌ଏଲ) ଖେଳିବାକୁ ସୁଯୋଗ ଦେଇଛି। ବୟେର୍ଣ୍ଣ ମ୍ୟୁନିକ‌ରୁ ଫେରିବା ପରେ ଚନ୍ଦନଙ୍କୁ ଚେନ୍ନାଇୟାନ ଏଫସି ଓ ପୁଣେ ସିଟି ଏଫସି ପକ୍ଷରୁ ଖେଳିବାକୁ ଡାକରା ଆସିଛି।’’ ଓଡ଼ିଶା ରିପୋର୍ଟର ସହ ସ୍ୱତନ୍ତ୍ର ସାକ୍ଷାତକାର ବେଳେ ଏହା କହିଛନ୍ତି ଚନ୍ଦନ ନାୟକଙ୍କ କୋଚ‍ ଜୟଦେବ ମହାପାତ୍ର (ଜେଡି)।

ସେ କହିଛନ୍ତି “ଖାଲି ଚନ୍ଦନ ନୁହେଁ ତାଙ୍କ ସହ ପୁନେ ସିଲେକ୍ସନକୁ ଯାଇଥିବା ସମ୍ୱିତକୁ ମଧ୍ୟ ଡାକରା ଆସିଛି। ଅଡୋର କ୍ଲବ (ଭୁବନେଶ୍ୱରର ଏକ ଫୁଟବଲ କ୍ଲବ ଯାହାର ମୁଖ୍ୟ କୋଚ‍ ଅଛନ୍ତି ଜୟଦେବ ମହାପାତ୍ର)ରେ ଏହି ଦୁଇ ପ୍ରତିଭାଶାଳୀ ଫୁଟବଲର ହେଉଛନ୍ତି ସମ୍ୱିତ ଓ ଚନ୍ଦନ। ଏହି ଦୁଇ ପ୍ରଶିକ୍ଷିତ ଖେଳାଳିଙ୍କ ପରି ଖେଳୁଥିବା ଦେଖି ଆଇଏସ‌‍ଏଲର ଦୁଇ ଫ୍ରାଞ୍ଚାଇଜ୍‌ ସେମାନଙ୍କୁ ଖେଳିବାକୁ ପ୍ରସ୍ତାବ ଦେଇଛନ୍ତି। ଚନ୍ଦନ ଓ ସମ୍ବିତଙ୍କ ଚମତ୍କାର କ୍ରୀଡ଼ା କୌଶଳ ଦେଖି ଚେନ୍ନାଇୟାନ‍ ଏଫସି ଓ ପୁଣେ ସିଟି ଏଫସିର କର୍ମକର୍ତ୍ତାମାନେ ସେମାନଙ୍କୁ ସୁଯୋଗ ଦିଆଯିବା ଉଚିତ ବୋଲି କହିଥିଲେ।’’

ଚନ୍ଦନଙ୍କ ମା’ ଦୁହିତା ନାୟକ କହିଛନ୍ତି,“ଚନ୍ଦନ ପରି ପୁଅ ପାଇ ମୁଁ ନିଜକୁ ଗର୍ବ ଅନୁଭବ କରୁଛି। ଏହା ନିଶ୍ଚିତ ଭାବେ ତା’ କ୍ରୀଡା ଜୀବନର ଉନ୍ନତି ପାଇଁ ସହାୟକ ହେବ। ଏଥିପାଇଁ ମୁଁ ସବୁ ବେଳେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି। ଅର୍ଥାଭାବ ଯୋଗୁଁ ମୁଁ ତାକୁ ଆବଶ୍ୟକ ପୌଷ୍ଟିକ ଖାଦ୍ୟ ଦେଇପାରୁ ନାହିଁ। ତାକୁ ଯଦି ଆର୍ଥିକ ସହଯୋଗ ମିଳନ୍ତା ତେବେ ସେ ଆହୁରି ଆଗକୁ ଯାଇପାରନ୍ତା।’’

[caption id="attachment_102093" align="aligncenter" width="500"]chandan-nayak (ସାଥୀ ଖେଳାଳିଙ୍କ ସହ କୁନି ଫୁଟ‍ବଲର ଚନ୍ଦନ ନାୟକ)[/caption]

ଜର୍ମାନ ଗସ୍ତର ଅଧାରୁ ଫେରିବା ନେଇ ଚନ୍ଦନର କୋଚ‍ ଜୟଦେବ ମହାପାତ୍ର କହିଛନ୍ତି,“କେଉଁ କାରଣ ପାଇଁ ଜର୍ମାନର ବୟେର୍ଣ୍ଣ ମ୍ୟୁନିକ୍‌ କ୍ଲବ ପକ୍ଷରୁ ବିଶ୍ୱର ୮୦ ଜଣ ପ୍ରତିଯୋଗୀଙ୍କୁ ନିଜ ନିଜ ଦେଶକୁ ଫେରାଇ ଦିଆଯିବାକୁ କୁହାଗଲା ତାହା ଆମେ ଭଲ ଭାବେ ଜାଣି ନାହୁଁ। ୨ ମାସର ଟ୍ରେନିଂ ପାଇଁ ଆମେ ଯାଇଥିଲୁ। କିନ୍ତୁ ୬ ଦିନ ଟ୍ରେନିଂ କରିବା ପରେ ସେଣ୍ଟର ଛାଡିବାକୁ କୁହାଗଲା। ‘ଜିକା’ ଭାଇରସ କିମ୍ୱା ସେହିପରି ଅନ୍ୟ କିଛି କାରଣ ଯୋଗୁଁ ଆମକୁ  ଛାଡିବାକୁ କୁହାଯାଇଛି ବୋଲି ମୁଁ ଆଶା କରୁଛି। ସେପରି କିଛି ଗୁରୁତ୍ୱପୂର୍ଣ୍ଣ କାରଣ ଯୋଗୁଁ ଏପରି କରାଯାଇଥିବା ଆମେ ଅନୁମାନ କରୁଛୁ, କିନ୍ତୁ ଆମକୁ ପ୍ରକୃତ କାରଣ ଏପର୍ଯ୍ୟନ୍ତ ଆୟୋଜକଙ୍କ ପକ୍ଷରୁ କୁହାଯାଇନାହିଁ। ଆୟୋଜକଙ୍କ ପକ୍ଷରୁ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର କରି ଆମକୁ ଡାକାଇବେ ବୋଲି ମୁଁ ଆଶା କରୁଛି।’’

ଟ୍ରେନିଂ ନେଇ ଶ୍ରୀ ମହାପାତ୍ର କହିଛନ୍ତି,“ବୟେର୍ଣ୍ଣ ମ୍ୟୁନିକ ଦଳର ଦ୍ୱିତୀୟ ବର୍ଗର କୋଚ‍ ବିଶ୍ୱର କୋଣ ଅନୁକୋଣରୁ ଆସିଥିବା ୮୦ ଜଣ କୁନି ଫୁଟବଲରଙ୍କୁ ପ୍ରଶିକ୍ଷଣ ଦେଉଥିଲେ। ତାଙ୍କ ପ୍ରଶିକ୍ଷଣ ଶୈଳୀ ଅତ୍ୟନ୍ତ ଉଚ୍ଚକୋଟିର ଥିଲା। ମୁଁ ଭାବୁଛି ଏହା ନିଶ୍ଚିତ ଚନ୍ଦନ ସହ ଅନ୍ୟ ଭାରତୀୟ ଯୁବ ଫୁଟବଲରଙ୍କ ପାଇଁ ଅତ୍ୟନ୍ତ ସହାୟକ ହୋଇଥିବ।’’

କ୍ୟାମ୍ପକୁ ପ୍ରତ୍ୟାବର୍ତ୍ତନ ନେଇ ସେ କହିଛନ୍ତି,“କ୍ୟାମ୍ପର ପୁନଃନିର୍ଦ୍ଧାରଣ ନେଇ ଆୟୋଜକମାନେ କୌଣସି ସୂଚନା ଦେଇ ନାହାନ୍ତି। ମୁଁ ଭାବୁଛି ସେମାନେ ଖୁବଶୀଘ୍ର ଆମକୁ ଡକାଇବେ।’’

ଚନ୍ଦନ କହିଛନ୍ତି,“କ୍ୟାମ୍ପ ପରେ ମୋର ବହୁତ ଉନ୍ନତି ପରିଲକ୍ଷିତ କରିପାରୁଛି। ମତେ ଖୁସି ମଧ୍ୟ ଲାଗୁଛି ଯେ ମୁଁ ବାୟାର୍ଣ୍ଣ ମ୍ୟୁନିକ୍‍ ପରି ବିଶ୍ୱସ୍ତରୀୟ କ୍ଲବର ଅଧୀନରେ ପ୍ରଶିକ୍ଷଣ ନେଇଛି। ମୁଁ  ସେଠି ଭଲ ପ୍ରଦର୍ଶନ କରିଛି। ଏହି ଅବସରରେ ସେ ଆର୍ଜେନ ରୋବେନ୍‌‍ ଓ ଫିଲିଫ ଲାହମ‌‍ ପରି ବିଶ୍ୱସ୍ତରୀୟ ଖେଳାଳିଙ୍କ ସହ ମିଶିବାର ସୁଯୋଗ ମିଳିଛି। ଲାହାମ‌‍ଙ୍କ ଦସ୍ତଖତ ଥିବା ଏକ ଫୁଟବଲ‌ ମଧ୍ୟ ମତେ ସେ ଦେଇଛନ୍ତି।’’

[caption id="attachment_102096" align="aligncenter" width="500"]chandan-nayak2 (ବିଦେଶୀ ପ୍ରତିଯୋଗୀଙ୍କ ସହ କୁନି ଫୁଟବଲର ଚନ୍ଦନ ନାୟକ)[/caption]

ଜମାର୍ନର ଖାଦ୍ୟପେୟ ନେଇ ଚନ୍ଦନ ଓ ତାଙ୍କ କୋଚ୍‌ କହିଛନ୍ତି,“ ଜମାର୍ନରେ ପ୍ରବଳ ଥଣ୍ଡା ଯୋଗୁଁ ଟ୍ରେନିଂ କରିବା ଅତି କଷ୍ଟସାଧ୍ୟ ଥିଲା। କିନ୍ତୁ ଆମକୁ ୨୪ ଘଣ୍ଟା ମନ ମୁତାବକ ଖାଇବା ମିଳୁ ଥିଲା କିନ୍ତୁ ସବୁ ଜର୍ମାନ ଖାଦ୍ୟ ଥିବାରୁ ଟିକେ ଅସୁବିଧା ହୋଇଥିଲେ ମଧ୍ୟ ଆମେ ପରିସ୍ଥିତି ସହ ଖାପଖୁଆଇ ପାରିଥିଲୁ।’’

ଅଡୋର କ୍ଲବର ମୁଖ୍ୟ କୋଚ୍‌‍ଙ୍କ ତତ୍ତ୍ୱାବଧାନରେ  ଚନ୍ଦନ ପ୍ରଶିକ୍ଷଣ ନେଉଛି।

ଚନ୍ଦନଙ୍କ ଜର୍ମାନ ଯାତ୍ରା କିପରି ଥିଲା ନେଇ ତାଙ୍କ କୋଚ କହିଛନ୍ତି,“ଜର୍ମାନୀକୁ ଯିବା ନେଇ ଗତ ଜୁଲାଇ ୨୩-୨୪ ମନୋନୟନ ପକ୍ରିୟା କଳିଙ୍ଗ ଷ୍ଟାଡିୟମରେ ଚାଲିଥିଲା। ମୁଁ ଚନ୍ଦନ ଓ ସମ୍ବିତକୁ ଧରି ମନୋନୟନର ଶେଷ ଦିନ ଏହିଠାରେ ପହଞ୍ଚି ଥିଲୁ। ମନୋନୟନ ଟିମ ଚନ୍ଦନ ଓ ସମ୍ବିତଙ୍କୁ ଶେଷ ମୂହୂର୍ତ୍ତରେ ସୁଯୋଗ ଦଲେ। ଚନ୍ଦନକୁ ମିଶାଇ ୫ ଜଣଙ୍କ ମଧ୍ୟରୁ ୪ ଜଣ ଓଡ଼ିଶାରୁ ପୁଣେ ଚୟନ ଶିବିରକୁ ମନୋନୀତ ହୋଇଥିଲେ। ବଜାଜ‌ ଆଲିଆନ୍ସର ସହଯୋଗରେ ସେମାନେ ପୁଣେକୁ ଯାଇଥିଲେ। ଏହା ପରେ ସେମାନେ ପୁଣେ ଭଲ ପ୍ରଦର୍ଶନ କରିଥିଲେ। ଏଥିରେ ଚନ୍ଦନ ସହ ସମ୍ବିତ ମଧ୍ୟ ଥିଲା। ଏହିଠାରୁ ଚନ୍ଦନ ମନୋନୀତ ହୋଇଥିବା ବେଳେ ସମ୍ୱିତ ଷଷ୍ଠ ସ୍ଥାନରେ ରହି ଅଳ୍ପକେ ଜର୍ମାନୀକୁ ଯିବାରୁ ବଞ୍ଚିତ ହୋଇଥିଲା। ଏଥିରେ ଓଡ଼ିଶାରୁ ଚନ୍ଦନକୁ ମିଶାଇ ଦୁଇ ଜଣ ଲେଖାଏଁ କେରଳ ଓ ପୁଣେରୁ ଥିଲେ।”

ଦେଖିବା କଥା କୁନି ଫୁଟବଲର ଚନ୍ଦନ ସରକାରଙ୍କ ଠାରୁ କେଉଁ ପ୍ରକାର ସହଯୋଗ ପାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos