ଏହି ଦିନଠାରୁ ଆଇପିଏଲ୍ ପ୍ରସ୍ତୁତି ଆରମ୍ଭ କରିବେ ଧୋନି

ଚେନ୍ନାଇ: ଚେନ୍ନାଇ ସୁପର୍ କିଙ୍ଗସ୍ (ସିଏସକେ)ର କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କୁ ଖୁବଶୀଘ୍ର କ୍ରିକେଟ୍ ଗ୍ରାଉଣ୍ଡରେ ବ୍ୟାଟ୍ ଚଲାଉଥିବାର ଦେଖିବାକୁ ମିଳିବ। ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୩ଶ ସଂସ୍କରଣ ପାଇଁ ସେ ମାର୍ଚ୍ଚ ୨ ତାରିଖରୁ ଟିମର ଅଭ୍ୟାସ ସେସନରେ ସାମିଲ୍ ହେବେ। ଗତବର୍ଷ ଜୁନ୍‌-ଜୁଲାଇରେ ଆଇସିସି ବିଶ୍ୱକପ୍ ପରଠାରୁ ୩୮ ବର୍ଷୀୟ ଧୋନିଙ୍କର ଭବିଷ୍ୟତକୁ ନେଇ ଲଗାତାର ଚର୍ଚ୍ଚା ଜାରି ରହିଛି। ଏପରିକି ସେ ଏହି ୭ମାସ ଭିତରେ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ମ୍ୟାଚ୍ […]

msd

msd

Ranjit Kumar Jena
  • Published: Tuesday, 25 February 2020
  • Updated: 25 February 2020, 06:30 PM IST

Sports

Latest News

ଚେନ୍ନାଇ: ଚେନ୍ନାଇ ସୁପର୍ କିଙ୍ଗସ୍ (ସିଏସକେ)ର କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କୁ ଖୁବଶୀଘ୍ର କ୍ରିକେଟ୍ ଗ୍ରାଉଣ୍ଡରେ ବ୍ୟାଟ୍ ଚଲାଉଥିବାର ଦେଖିବାକୁ ମିଳିବ। ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୩ଶ ସଂସ୍କରଣ ପାଇଁ ସେ ମାର୍ଚ୍ଚ ୨ ତାରିଖରୁ ଟିମର ଅଭ୍ୟାସ ସେସନରେ ସାମିଲ୍ ହେବେ। ଗତବର୍ଷ ଜୁନ୍‌-ଜୁଲାଇରେ ଆଇସିସି ବିଶ୍ୱକପ୍ ପରଠାରୁ ୩୮ ବର୍ଷୀୟ ଧୋନିଙ୍କର ଭବିଷ୍ୟତକୁ ନେଇ ଲଗାତାର ଚର୍ଚ୍ଚା ଜାରି ରହିଛି। ଏପରିକି ସେ ଏହି ୭ମାସ ଭିତରେ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ମ୍ୟାଚ୍ ମଧ୍ୟ ଖେଳିନାହାନ୍ତି। ତେବେ ଆଗାମୀ ଆଇପିଏଲ୍ ପାଇଁ ଏମ୍‌. ଚିଦାମ୍ବରମ୍ ଷ୍ଟାଡିୟମରେ ହେବାକୁଥିବା ଅଭ୍ୟାସ ସେସନରେ ତାଙ୍କର ଅଂଶଗ୍ରହଣ କରିବା ଏକପ୍ରକାର ନିଶ୍ଚିତ।

ଏ ନେଇ ସିଏସକେର ସିଇଓ କେଏସ୍ ବିଶ୍ୱନାଥନ କହିଛନ୍ତି, ଧୋନି ଖେଳାଳିମାନଙ୍କ ସହ ଟ୍ରେନିଂ କରିବେ। କିନ୍ତୁ ଟିମର ପୂର୍ଣ୍ଣ ପ୍ରସ୍ତୁତି ଶିବିର ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେବ। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଭାରତର ପୂର୍ବତନ କ୍ୟାପଟେନ୍ ଧୋନି ସୁରେଶ ରାଇନା ଓ ଅମ୍ବାତି ରାୟୁଡୁଙ୍କ ସହ ଦୁଇ ସପ୍ତାହ ଅଭ୍ୟାସ କରିପାରନ୍ତି। ଏହା ପରେ ସେ କିଛି ଦିନ ବ୍ରେକ୍ ନେବେ ଏବଂ ପୁଣିଥରେ ଅଭ୍ୟାସ ସେସନକୁ ଫେରିବେ। ରାଇନା ଓ ରାୟୁଡୁ ଚେନ୍ନାଇରେ ଗତ ତିନି ସପ୍ତାହ ହେବ ଟ୍ରେନିଂ କରିଆସୁଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଆରମ୍ଭରୁ ବିସିସିଆଇ ଧୋନିଙ୍କୁ ବାର୍ଷିକ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ଦେଇଥିଲା। ଧୋନି ନିଜର ଭବିଷ୍ୟତକୁ ନେଇ ଏପର୍ଯ୍ୟନ୍ତ କିଛି ବି ସ୍ପଷ୍ଟ କରିନାହାନ୍ତି। ଧୋନି ଆଗାମୀ ଦିନରେ ଅନ୍ତର୍ଜାତୀୟ କ୍ରିକେଟକୁ ଆଉ କମବ୍ୟାକ୍ କରିବେ କି ନାହିଁ, ତାହା କେହି ଜାଣିନାହାନ୍ତି। କିନ୍ତୁ ସେ ଘରୋଇ ଟିମ୍ ଝାରଖଣ୍ଡ ସହ ଅଭ୍ୟାସ ସେସନରେ ଭାଗ ନେଇ ନିଜକୁ ଆଇପିଏଲ୍ ପାଇଁ ପ୍ରସ୍ତୁତ କରିବାର ସଙ୍କେତ ଦେଇସାରିଛନ୍ତି।

ତିନିଥରର ଆଇପିଏଲ୍ ଚାମ୍ପିୟନ୍ ଚେନ୍ନାଇ ଟିମରେ ଅଭିଜ୍ଞ ଲେଗ୍ ସ୍ପିନର୍ ପୀୟୂଷ ଚାୱଲା, ଅଷ୍ଟ୍ରେଲୀୟ ପେସ୍ ବୋଲର ଜୋଶ ହେଜଲଉଡ୍‌, ଇଂଲଣ୍ଡ ଅଲରାଉଣ୍ଡର ସାମ୍ କୁରାନ୍ ଓ ତାମିଲନାଡୁର ବାମହାତୀ ସ୍ପିନର ଆର୍‌. ସାଇ କିଶୋର ଭଳି ଷ୍ଟାର୍ ଖେଳାଳି ସାମିଲ୍ ଅଛନ୍ତି। ଆଇପିଏଲର ପରବର୍ତ୍ତୀ ସଂସ୍କରଣ ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବ ଏବଂ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମଧ୍ୟରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story