କୋଲକାତାକୁ ୧୦୮ ରନରେ ରୋକିଲା ଚେନ୍ନାଇ

ଚେନ୍ନାଇ: ଦୁଇ ଭେଟେରାନ୍ ସ୍ପିନର୍ ହରଭଜନ ସିଂହ ଓ ଇମ୍ରାନ୍ ତାହିର୍ ଏବଂ ଯୁବ ପେସର ଦୀପକ ଚହରଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଏଠାରେ ଖେଳାଯାଉଥିବା ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୦୮ ରନ୍ କରିବାକୁ ସକ୍ଷମ ହୋଇଛି। କେକେଆର ପକ୍ଷରୁ ଆନ୍ଦ୍ରେ ରସେଲ୍ ସର୍ବାଧିକ ୫୦ (୪୪ ବଲ୍, ୫ ଚୌକା, ୩ ଛକା) ରନ୍ କରିଥିବା […]

chh

chh

Ranjit Kumar Jena
  • Published: Tuesday, 09 April 2019
  • Updated: 09 April 2019, 09:59 PM IST

Sports

Latest News

ଚେନ୍ନାଇ: ଦୁଇ ଭେଟେରାନ୍ ସ୍ପିନର୍ ହରଭଜନ ସିଂହ ଓ ଇମ୍ରାନ୍ ତାହିର୍ ଏବଂ ଯୁବ ପେସର ଦୀପକ ଚହରଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଏଠାରେ ଖେଳାଯାଉଥିବା ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୦୮ ରନ୍ କରିବାକୁ ସକ୍ଷମ ହୋଇଛି।

କେକେଆର ପକ୍ଷରୁ ଆନ୍ଦ୍ରେ ରସେଲ୍ ସର୍ବାଧିକ ୫୦ (୪୪ ବଲ୍, ୫ ଚୌକା, ୩ ଛକା) ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆଖିଦୃଶିଆ ପ୍ରଦର୍ଶନ କରିନାହାନ୍ତି। ପଏଣ୍ଟ ଟେବୁଲ ଶୀର୍ଷ ସ୍ଥାନକୁ ଉଠିବା ପାଇଁ ଚେନ୍ନାଇକୁ ୨୦ ଓଭରରେ ୧୦୯ ରନ୍ କରିବାକୁ ପଡ଼ିବ।

ସ୍ଥାନୀୟ ଏମ୍. ଚିଦାମ୍ବରମ୍ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ସିଏସକେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଧୋନିଙ୍କ ଏହି ନିଷ୍ପତ୍ତିକୁ ଦଳର ବୋଲରମାନେ ଉଚିତ୍ ପ୍ରମାଣିତ କରି କେକେଆର ବ୍ୟାଟିଂରେ ଅଙ୍କୁଶ ଲଗାଇଥିଲେ।

ପୂର୍ବ ମ୍ୟାଚରେ ଦ୍ରୁତ ଅର୍ଦ୍ଧଶତକ ମାରି ଫର୍ମକୁ ଫେରିଥିବା କେକେଆର ଓପ୍ନର କ୍ରିସ୍ ଲିନ୍ ଖାତା ଖୋଲିବା ପୂର୍ବରୁ ଚହରଙ୍କ ଶିକାର ହୋଇଥିଲେ। ଏହା ପରେ ଅନ୍ୟତମ ଓପ୍ନର ସୁନୀଲ୍ ନରିନ୍ (୬)ଙ୍କୁ ଅଭିଜ୍ଞ ସ୍ପିନର ହରଭଜନ ଆଉଟ୍ କରି କେକେଆରକୁ ଡବଲ୍ ଝଟକା ଦେଇଥିଲେ।

ଚହର୍ ନିଜର ଆକ୍ରମଣାତ୍ମକ ବୋଲିଂ ଜାରି ରଖି ରବିନ୍ ଉଥାପ୍ପା (୧୧) ଓ ନୀତୀଶ ରାଣା (୦) ମଧ୍ୟ ନିଜର ଶିକାର ବନାଇଥିଲେ। ଅଧିନାୟକ ଦିନେଶ କାର୍ତ୍ତିକ ପୁଣିଥରେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ସେ ୧୯ ରନ୍ କରିଥିବା ବେଳେ ଇମ୍ରାନ୍ ତାହିରଙ୍କ ବଲରେ ହରଭଜନଙ୍କ ଦ୍ୱାରା ଧରା ପଡ଼ିଥିଲେ।

ଯୁବ ବ୍ୟାଟ୍ସମ୍ୟାନ୍ ଶୁବମାନ୍ ଗିଲ୍ (୯) ମଧ୍ୟ କିଛି ଖାସ କରିପାରି ତାହିରଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଏହା ପରେ ଇନଫର୍ମ ବ୍ୟାଟ୍ସମ୍ୟାନ୍ ରସେଲ୍ ଗୋଟିଏ ପଟେ ଧୈର୍ଯ୍ୟର ସହ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ୱିକେଟ୍ ପତନ ହେବାରେ ଲାଗିଥିଲା। ରସେଲ୍ ଆଜି ନିଜର ଚିରାଚରିତ ଶୈଳୀର ସମ୍ପୂର୍ଣ୍ଣ ବିପରୀତ ବ୍ୟାଟିଂ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ।

ତାଙ୍କୁ ନନଷ୍ଟ୍ରାଇକର ଏଣ୍ଡରେ ହ୍ୟାରୀ ଗର୍ଣ୍ଣି (୧*) ଭରପୂର ସହଯୋଗ କରିଥିଲେ। ଦୁହେଁ ଅନ୍ତିମ ୱିକେଟ୍ ପାଇଁ ୨୯ ରନର ଉପଯୋଗୀ ଭାଗୀଦାରୀ କରିଥିଲେ। ଚେନ୍ନାଇ ପକ୍ଷରୁ ଚହର୍ ୧୪ ରନ୍ ଦେଇ ୩ଟି, ହରଭଜନ ଓ ତାହିର୍ ୨ଟି ଲେଖାଏ ୱିକେଟ୍ ହାସଲ କରିଛନ୍ତି। ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story