ଅନ୍ତର୍ଜାତୀୟ କ୍ରିକେଟରୁ ଗେଲ୍‌ଙ୍କ ଅବସର ଘୋଷଣା

ମ୍ୟାଞ୍ଚେଷ୍ଟର୍: ୱେଷ୍ଟଇଣ୍ଡିଜର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଅଗଷ୍ଟ-ସେପ୍ଟେମ୍ବରରେ ଭାରତ ବିପକ୍ଷ ହେବାକୁଥିବା ଘରୋଇ ଦିନିକିଆ ଓ ଟେଷ୍ଟ ସିରିଜ୍ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ଗେଲ୍ ଚଳିତ ବର୍ଷ ଫେବୃଆରୀରେ କହିଥିଲେ ଯେ, ସେ ବିଶ୍ୱକପ୍ ପରେ ସନ୍ନ୍ୟାସ ନେବେ। କିନ୍ତୁ ଗୁରୁବାର ଭାରତ ବିପକ୍ଷ ହେବାକୁଥିବା ବିଶ୍ୱକପ୍ ମ୍ୟାଚ୍ ପୂର୍ବରୁ ଗେଲ୍ ନିଜ ମନ ପରିବର୍ତ୍ତନ କରିଛନ୍ତି। ଗେଲ୍ କହିଛନ୍ତି, ଏବେ କିଛି ଶେଷ ହୋଇନାହିଁ। ଏବେ ମୋତେ ଆଉ […]

gayle

Hemant Lenka
  • Published: Wednesday, 26 June 2019
  • , Updated: 26 June 2019, 06:33 PM IST

ମ୍ୟାଞ୍ଚେଷ୍ଟର୍: ୱେଷ୍ଟଇଣ୍ଡିଜର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଅଗଷ୍ଟ-ସେପ୍ଟେମ୍ବରରେ ଭାରତ ବିପକ୍ଷ ହେବାକୁଥିବା ଘରୋଇ ଦିନିକିଆ ଓ ଟେଷ୍ଟ ସିରିଜ୍ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ଗେଲ୍ ଚଳିତ ବର୍ଷ ଫେବୃଆରୀରେ କହିଥିଲେ ଯେ, ସେ ବିଶ୍ୱକପ୍ ପରେ ସନ୍ନ୍ୟାସ ନେବେ। କିନ୍ତୁ ଗୁରୁବାର ଭାରତ ବିପକ୍ଷ ହେବାକୁଥିବା ବିଶ୍ୱକପ୍ ମ୍ୟାଚ୍ ପୂର୍ବରୁ ଗେଲ୍ ନିଜ ମନ ପରିବର୍ତ୍ତନ କରିଛନ୍ତି।

ଗେଲ୍ କହିଛନ୍ତି, ଏବେ କିଛି ଶେଷ ହୋଇନାହିଁ। ଏବେ ମୋତେ ଆଉ କିଛି ମ୍ୟାଚ୍ ଖେଳିବାକୁ ଅଛି। ହୁଏତ ଆଉ ଏକ ସିରିଜ୍ ଖେଳିପାରେ। କିଏ ଜାଣିଛି, ଆଗକୁ କ'ଣ ହେବ। ମୋ ଯୋଜନା ବିଶ୍ୱକପ୍ ପରେ ଥିଲା। ମୁଁ ଭାରତ ବିପକ୍ଷ ଗୋଟିଏ ଟେଷ୍ଟ ବି ଖେଳିପାରେ ଏବଂ ନିଶ୍ଚିତ ଭାବେ ଭାରତ ବିପକ୍ଷ ଦିନିକିଆ ସିରିଜ୍ ମଧ୍ୟ ଖେଳିବି। ମୁଁ ଆଉ ଟି-୨୦ କ୍ରିକେଟ୍ ଖେଳିବି ନାହିଁ। ବିଶ୍ୱକପ୍ ପରେ ମୋର ଏହି ଯୋଜନା ହିଁ ରହିଛି ବୋଲି ଗେଲ୍ କହିଛନ୍ତି।

ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତ ତିନୋଟି, ତିନି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ। ଟି-୨୦ ସିରିଜ୍ ଖେଳି ଭାରତ ଗସ୍ତ ଶୁଭାରମ୍ଭ କରିବ। ଏହା ପରେ ଦିନିକିଆ ସିରିଜ୍ ଅଗଷ୍ଟ ୮ରୁ ଏବଂ ଟେଷ୍ଟ ସିରିଜ୍ ୨୨ ଅଗଷ୍ଟରୁ ସେପ୍ଟେମ୍ବ ୭ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଗେଲ୍ ୧୦୩ ଟେଷ୍ଟରେ ୪୨.୧୯ ହାରରେ ୭୨୧୫ ରନ୍, ଦିନିକିଆରେ ୨୯୪ ମ୍ୟାଚ୍ ଖେଳି ୧୦୩୪୫ ରନ୍ ଏବଂ ଟି-୨୦ରେ ୫୮ ମ୍ୟାଚ୍ ଖେଳି ୧୬୨୭ ରନ୍ କରିଛନ୍ତି।

Related story