ବିଶ୍ୱକପ୍ ପରାଜୟର ସମୀକ୍ଷା ବୈଠକ କରିବ ସିଓଏ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ) ବିଶ୍ୱକପାର ଭାରତର ପ୍ରଦର୍ଶନକୁ ନେଇ କୋଚ୍ ରବି ଶାସ୍ତ୍ରୀ ଓ କ୍ୟାପଟେନ୍ ବିରାଟ କୋହଲିଙ୍କ ସହ ସମୀକ୍ଷା ବୈଠକ କରିବ। ଏହି ବୈଠକରେ ସେମିଫାଇନାଲରେ ମିଳିଥିବା ପରାଜୟର କାରଣ ଉପରେ ମଧ୍ୟ ଆଲୋଚନା କରାଯିବ। ଏହାଛଡ଼ା କୋଚ୍ ଓ କ୍ୟାପଟେନଙ୍କୁ କିଛି ପ୍ରମୁଖ ପ୍ରଶ୍ନ ପଚରାଯିବ। ବିନୋଦ ରାୟଙ୍କ ଅଧ୍ୟକ୍ଷତା ବିଶିଷ୍ଟ କମିଟି ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦଙ୍କ ସହ ମଧ୍ୟ ଆଲୋଚନା କରିବେ। ଏହି […]

coa

Hemant Lenka
  • Published: Friday, 12 July 2019
  • , Updated: 12 July 2019, 04:52 PM IST

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ) ବିଶ୍ୱକପାର ଭାରତର ପ୍ରଦର୍ଶନକୁ ନେଇ କୋଚ୍ ରବି ଶାସ୍ତ୍ରୀ ଓ କ୍ୟାପଟେନ୍ ବିରାଟ କୋହଲିଙ୍କ ସହ ସମୀକ୍ଷା ବୈଠକ କରିବ। ଏହି ବୈଠକରେ ସେମିଫାଇନାଲରେ ମିଳିଥିବା ପରାଜୟର କାରଣ ଉପରେ ମଧ୍ୟ ଆଲୋଚନା କରାଯିବ। ଏହାଛଡ଼ା କୋଚ୍ ଓ କ୍ୟାପଟେନଙ୍କୁ କିଛି ପ୍ରମୁଖ ପ୍ରଶ୍ନ ପଚରାଯିବ।

ବିନୋଦ ରାୟଙ୍କ ଅଧ୍ୟକ୍ଷତା ବିଶିଷ୍ଟ କମିଟି ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦଙ୍କ ସହ ମଧ୍ୟ ଆଲୋଚନା କରିବେ। ଏହି ବୈଠକରେ ଆସନ୍ତାବର୍ଷ ହେବାକୁଥିବା ଟି-୨୦ ବିଶ୍ୱକପ ପାଇଁ ମଧ୍ୟ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ। ବିନୋଦ ରାୟଙ୍କ ଅଧ୍ୟକ୍ଷତାରେ ସିଓଏରେ ଡାଏନା ଏଡୁଲଜୀ ଓ ଲେଫ୍ଟନାଣ୍ଟ ଜେନେରୋଲ୍ (ଅବସରପ୍ରାପ୍ତ) ରବି ଥୋଡଗେ ମଧ୍ୟ ଅଛନ୍ତି।

ବର୍ତ୍ତମାନ ସିଙ୍ଗାପୁରରେ ଥିବା ବିନୋଦ ରାୟ କହିଛନ୍ତି, ଭାରତ ଆସିବା ପରେ କ୍ୟାପଟେନ୍ ଓ କୋଚଙ୍କ ସହ ବୈଠକ ନିଶ୍ଚିତ ହେବ। ଏବେ ମୁଁ ସମୟ ଓ ତାରିଖ କହିପାରିବି ନାହିଁ, କିନ୍ତୁ ଆମେ ସେମାନଙ୍କ ସହ ନିଶ୍ଚିତ କଥା ହେବୁ। ଏହାଛଡ଼ା ଆମେ ଚୟନକମିଟି ସହ ମଧ୍ୟ କଥା ହେବୁ। ଭାରତର ବିଶ୍ୱକପ୍ ଅଭିଯାନ ଏବେ ଶେଷ ହୋଇଛି। ସେମାନେ ବର୍ତ୍ତମାନ ଇଂଲଣ୍ଡରେ ଅଛନ୍ତି। ଭାରତୀୟ ଟିମ୍ ସମ୍ବନ୍ଧିତ କୌଣସି ପ୍ରଶ୍ନର ଜବାବ ମୁଁ ଏବେ ଦେଇପାରିବି ନାହିଁ। ଯେବେ ବୈଠକ ହେବ, ସେତେବେଳେ ସମସ୍ତଙ୍କୁ ସୂଚନା ମିଳିଯିବ ବୋଲି ବିନୋଦ କହିଛନ୍ତି।

ପଚରାଯିବ ତିନି ପ୍ରମୁଖ ପ୍ରଶ୍ନ: ଏହି ସମୀକ୍ଷା ବୈଠକରେ ଶାସ୍ତ୍ରୀ, କୋହଲି ଓ ପ୍ରସାଦଙ୍କୁ କିଛି କଡ଼ା ପ୍ରଶ୍ନର ଜବାବ ଦେବାକୁ ପଡ଼ିପାରେ। ପ୍ରଥମତଃ, ଭାରତର ଶେଷ ସିରିଜ୍ ପର୍ଯ୍ୟନ୍ତ ଅମ୍ବାତି ରାୟୁଡୁଙ୍କ ଚୟନ ନିଶ୍ଚିତ ଥିଲା, କିନ୍ତୁ ହଠାତ୍ ସେ ଚତୁର୍ଥ ସ୍ଥାନ ଦୌଡ଼ରୁ କିପରି ବାଦ୍ ପଡ଼ିଲେ। ଦ୍ୱିତୀୟତ, ଟିମରେ ତିନିଜଣ ୱିକେଟକିପର କାହିଁକି ଥିଲେ। ବିଶେଷକରି ଦିନେଶ କାର୍ତ୍ତିକଙ୍କର କ'ଣ ଆବଶ୍ୟକତା ଥିଲା, ଯିଏ ଲମ୍ବା ସମୟ ଧରି ଫର୍ମରେ ନାହାନ୍ତି। ତୃତୀୟରେ, ସେମିଫାଇନାଲରେ ମହେନ୍ଦ୍ର ସିଂହ ଧୋନିଙ୍କୁ କାହିଁକି ସପ୍ତମ ସ୍ଥାନରେ ବ୍ୟାଟିଂ କରିବାକୁ ଦିଆଗଲା। ଧୋନିଙ୍କୁ ସପ୍ତମ ସ୍ଥାନରେ ପଠାଯିବା ନେଇ କିଛି ପୂର୍ବତନ କ୍ରିକେଟର୍ ମଧ୍ୟ ପ୍ରଶ୍ନ ଉଠାଇ ସାରିଛନ୍ତି।

ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ଭିଭିଏସ୍ ଲକ୍ଷ୍ମଣଙ୍କ ସମେତ କିଛି ପୂର୍ବତନ କ୍ରିକେଟର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ସେମିଫାଇନାଲରେ ଧୋନିଙ୍କୁ ସପ୍ତମ ସ୍ଥାନରେ ପଠାଯିବାର ରଣନୀତିକୁ ଭୁଲ୍ ବୋଲି କହିଛନ୍ତି। ଏଭଳି ଏକ ନିର୍ଣ୍ଣାୟକ ମ୍ୟାଚ୍, ଯେଉଁଠି ଶୀର୍ଷକ୍ରମ ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଛନ୍ତି, ସେହିଠାରେ ଧୋନିଙ୍କ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଦିନେଶ କାର୍ତ୍ତିକଙ୍କୁ ବ୍ୟାଟିଂ ପାଇଁ ପଠାଯିବା ନିଶ୍ଚିତ ଭାବେ ଖରାପ ରଣନୀତିର ବାର୍ତ୍ତା ଦେଇଛି।

ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ଓ ଓପନିଂ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କରଙ୍କ କହିବା ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମ୍ୟାଞ୍ଚେଷ୍ଟରରେ ଖେଳାଯାଇଥିବା ସେମିଫାଇନାଲ୍ ମୁକାବିଲାରେ ଯେତେବେଳେ ଭାରତ ତା'ର ଶୀର୍ଷ ତିନି ବ୍ୟାଟ୍ସମ୍ୟାନଙ୍କୁ ଶସ୍ତାରେ ହରାଇଥିଲା, ସେହି ସମୟରେ ଧୋନିଙ୍କୁ ବ୍ୟାଟିଂ ପାଇଁ ଶୀର୍ଷକ୍ରମରେ ଆସିବାର ଆବଶ୍ୟକତା ଥିଲା।

ତେବେ ଧୋନିଙ୍କୁ ସପ୍ତମ ସ୍ଥାନରେ ପଠାଇବାର ନିଷ୍ପତ୍ତି ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଥିଲା ବୋଲି ସୂଚନା ମିଳିଛି। କୋଚ୍ ଓ କ୍ୟାପଟେନଙ୍କୁ ପଚରାଯିବ ଯେ, ସହକାରୀ କୋଚଙ୍କ ଏହି ନିଷ୍ପତ୍ତିକୁ ମୁଖ୍ୟ କୋଚ୍ ବିରୋଧ କାହିଁକି କଲେ ନାହିଁ। ଏହାଛଡ଼ା ଚୟନକମିଟି ମୁଖ୍ୟ ପ୍ରସାଦଙ୍କୁ ଅଧିକ ସକ୍ରିୟ ରହିବାକୁ ପରାମର୍ଶ ଦିଆଯାଇପାରେ। ତେବେ ଅସଲ ସମସ୍ୟା ପ୍ରସାଦଙ୍କ ପାଖରେ ନୁହେଁ, ବରଂ ଶରନଦୀପ ସିଂହ ଓ ଦେବାଙ୍ଗ ଗାନ୍ଧିଙ୍କଠାରେ ରହିଛି। କିଛି ଲୋକଙ୍କ କହିବା ଅନୁଯାୟୀ, ଚୟନ କମିଟି ବୈଠକରେ ଶରନଦୀପ୍ ଓ ଦେବାଙ୍ଗଙ୍କ ଯୋଗଦାନ କିଛି ରହିନଥାଏ।

Related story