ହକି ପଡ଼ିଆ ଭିତରକୁ କଏନ ଖୁଚୁରା ପଇସା ମନା: ଦର୍ଶକ ଅସନ୍ତୁଷ୍ଟ, ଦେଖନ୍ତୁ ଭିଡ଼ିଓ

Ordigital Desk
  • Published: Friday, 01 December 2017
  • , Updated: 01 December 2017, 06:06 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କମିଶନରେଟ୍&zwnj; ପୋଲିସକୁ କଏନ୍&zwnj; ଚିନ୍ତା ଘାରିଛି। କଏନ ନେଇ ଯାଉଥିବା ଦର୍ଶକଙ୍କୁ ପୋଲିସ ଗେଟ୍&zwnj; ପାଖରେ ଅଟକାଉଛି। ଯାହାଫଳରେ ବିଶ୍ୱ ହକି ଲିଗ୍&zwnj;ର ଉଦ୍&zwnj;ଘାଟନୀ ଉତ୍ସବ ଦେଖିବାକୁ ଯାଉଥିବା ଦର୍ଶକଙ୍କ ମଧ୍ୟରେ ଉଦ୍&zwnj;ବେଗ ପ୍ରକାଶ ପାଉଛି। ଏପରିକି କେତେକ ଦର୍ଶନ ନିଜ ପାଖରେ ରଖିଥିବା ଖୁଚୁରା ପଇସା ଫିଙ୍ଗି ଦେଉଥିବା ଦେଖିବାକୁ ମିଳିଛି। ତେବେ ଏହା ପଛରେ ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଏପରି କରାଯାଉଥିବା ଆଲୋଚନା ହେଉଛି।</p> <p>ଆଜିଠାରୁ ଭୁବନେଶ୍ୱର କଳିଙ୍ଗଷ୍ଟାଡ଼ିୟରେ ଆରମ୍ଭ ହେଉଛି ହକି ଲିଗ। ଏଥିପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସହ ଦେଖାଦେଇଛି। ଉଦ୍&zwnj;ଘାଟନୀ ଉତ୍ସବରେ ଯୋଗଦେବା ପାଇଁ ଗେଟ୍&zwnj; ସମ୍ମୁଖୀରେ ଲମ୍ୱା ଲାଇନ୍&zwnj; ଲାଗିଛି। ଏହି ଉତ୍ସହ ଭିତରେ ଦର୍ଶକଙ୍କ ମଧ୍ୟରେ ଏକ ନିରାଶା ଭାବ ଜାତ ହୋଇଛି। ଗେଟ୍&zwnj;ରେ ଚେକିଂ ବେଳେ ଦର୍ଶନଙ୍କ ପାଖରୁ କଏନ ନେବାକୁ ବାରଣ କରାଯାଇଛି। ଏଥିପାଇଁ କେତେକ ଦର୍ଶକଙ୍କୁ ଭିତରକୁ ଛଡ଼ା ଯାଉନି। ଏଥିରେ ବିରକ୍ତି ପ୍ରକାଶ କରି କେତେକ ଦର୍ଶକ କଏନ ବାହାରେ ଫିଙ୍ଗି ଦେଉଥିବା ଦେଖିବାକୁ ମିଳୁଛି। ପଡ଼ିଆ ଭିତରକୁ କଏନ ନଛଡ଼ାଯିବା ପଛରେ କାରଣ କଣ ରହିଛି ଜଣାପଡ଼ିନି। ତେବେ ସୁରକ୍ଷା ଦୃଷ୍ଟିରୁ ଖେଳାଳିଙ୍କ ଉପରକୁ କଏନ ଫିଙ୍ଗିବା ଭୟରେ ଏପରି କରାଯାଉଥିବା ଆଲୋଚନା ହେଉଛି।</p>

Related story