ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ: ୫୦୦ ପଦକ ଟପିବା ଲକ୍ଷ୍ୟରେ ଭାରତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୪ରୁ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟ ସହରରେ ଖେଳାଯିବ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ଏଥିପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ୍। ଭାରତର ପଦକ ଆଶାୟୀଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି। କିଏ ଜିତିବ ପଦକ, କିଏ ଦେଶ ପାଇଁ ଆଣିବ ଗୌରବ ସେ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଯାଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଇତିହାସ ୮୪ ବର୍ଷର। ୧୯୩୦ରୁ ଏହା ଆରମ୍ଭ ହୋଇଥିଲେ ବି ୧୯୩୪ ଦ୍ୱିତୀୟ ସଂସ୍କରଣରୁ ଭାଗ ନେଇଥିଲା ଭାରତ। ଗତ ୧୬ଟି […]

goldcoast

Rakesh Mallick
  • Published: Saturday, 31 March 2018
  • , Updated: 31 March 2018, 05:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୪ରୁ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟ ସହରରେ ଖେଳାଯିବ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ଏଥିପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ୍। ଭାରତର ପଦକ ଆଶାୟୀଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି। କିଏ ଜିତିବ ପଦକ, କିଏ ଦେଶ ପାଇଁ ଆଣିବ ଗୌରବ ସେ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଯାଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଇତିହାସ ୮୪ ବର୍ଷର। ୧୯୩୦ରୁ ଏହା ଆରମ୍ଭ ହୋଇଥିଲେ ବି ୧୯୩୪ ଦ୍ୱିତୀୟ ସଂସ୍କରଣରୁ ଭାଗ ନେଇଥିଲା ଭାରତ। ଗତ ୧୬ଟି ସଂସ୍କରଣରେ ଭାରତ ମୋଟ୍ ୪୩୮ଟି ପଦକ ବିଜୟୀ ହୋଇଛି, ଯେଉଁଥିରେ ଅଛି ୧୫୫ଟି ସ୍ୱର୍ଣ୍ଣ। ତେଣୁ ଏଥର ପାଞ୍ଚ ଶହ ପଦକ ଟପିବା ଲକ୍ଷ୍ୟରେ ଭାରତ।

୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଘରୋଇ ମାଟିରେ ୧୦୧ଟି ପଦକ ଜିତି ତାଲିକାର ଦ୍ୱିତୀୟ ସ୍ଥାନରେ ଥିଲା। ଆଗାମୀ ୪ ତାରିଖରୁ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଆରମ୍ଭ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ୩୨୫ ଜଣିଆ ଭାରତୀୟ ଦଳରେ ଭାଗ ନେବ ୨୨୧ ଜଣ ଆଥଲେଟ୍। ୧୭ଟି ଇଭେଣ୍ଟରେ ଏମାନେ ଅଂଶଗ୍ରହଣ କରିବେ। ଯଦି ପଦକ କଥା ଉଠେ ତେବେ ସବୁଠୁ ଆଗରେ ରହିବ ସୁଟିଂ। ସୁଟିଂରେ ହିଁ ଭାରତକୁ ସବୁଠୁ ଅଧିକ ପଦକ ମିଳିଥାଏ। ଶେଷ ୩ଟି ସଂସ୍କରଣରେ ସୁଟରମାନେ ଏହା ପ୍ରମାଣ କରି ଦେଖାଇଛନ୍ତି। ୨୦୦୬ ମେଲବୋର୍ଣ୍ଣରେ ଅନୁଷ୍ଠିତ ପ୍ରତିଯୋଗିତରେ ସୁଟିଂରେ ହିଁ ଭାରତକୁ ମିଳିଥିଲା ସର୍ବାଧିକ ୧୬ଟି ସ୍ୱର୍ଣ୍ଣ ସହ ୨୭ଟି ପଦକ। ଆଉ ଏହାପରେ ଦିଲ୍ଲୀରେ ବି ଦେଖିବାକୁ ମିଳିଥିଲା ସୁଟରଙ୍କ ଚମକ। ଘରୋଇ ମାଟିରେ ସର୍ବାଧିକ ୧୪ଟି ସ୍ୱର୍ଣ୍ଣ ସହ ଦେଶ ପାଇଁ ମୋଟ୍ ୩୦ଟି ପଦକ ଆଣିଥିଲେ। ସେହିପରି ୨୦୧୪ ଗ୍ଲାସଗୋରେ ଭାରତକୁ ସର୍ବାଧିକ ୧୭ଟି ପଦକ ସୁଟିଂରୁ ହିଁ ମିଳିଥିଲା। ଏଥର ଭାରତ ପାଇଁ ପଦକ ଆଶାୟୀ ସୁଟରମାନଙ୍କ ମଧ୍ୟରେ ଅଛନ୍ତି ଜିତୁ ରାୟ। ୨୦୧୪ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୫୦ ମିଟର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିଲେ ଜିତୁ। ତେଣୁ ଗ୍ଲାସଗୋ ପ୍ରଦର୍ଶନ ଗୋଲଡକୋଷ୍ଚରେ ଦୋହରାଇବା ଲକ୍ଷ୍ୟରେ ଜିତୁ।

ଅନ୍ୟପଟେ ଅଭିଜ୍ଞ ସୁଟର ଗଗନ ନାରଙ୍ଗଙ୍କ ଠାରୁ ପଦକ ଆଶା ରଖିଛି ଭାରତ। ଦିଲ୍ଲୀରେ ୪ଟି ସ୍ୱର୍ଣ୍ଣ, ଗ୍ଲାସଗୋରେ ଗୋଟିଏ ରୌପ୍ୟ ପଦକ ବିଜୟୀ ହେବା ପରେ ଏବେ ଗଗନଙ୍କ ନଜର ଗୋଲ୍ଡ କୋଷ୍ଟ ଉପରେ। ସେହିପରି ୨୫ ବର୍ଷୀୟ ଯୁବ ସୁଟର ଅଙ୍କୁର ମିତ୍ତଲ ବି ପଦକ ଦୌଡ଼ରେ ଅଛନ୍ତି। ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଳ୍ପକେ ପଦକରୁ ବର୍ତ୍ତିଥିଲେ ବି ଚଳିତ ବର୍ଷ ବିଶ୍ୱକପରେ ସ୍ୱର୍ଣ୍ଣ ଜିତିଥିଲେ ଅଙ୍କୁର। ସେହିପରି ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହୀନା ସିନ୍ଧୁ ଶ୍ରେଷ୍ଠ ପ୍ରଦର୍ଶନ କରି ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ପଦକ ହାସଲ କରିଥିଲେ। ଗ୍ଲାସଗୋରେ ଯଦିଓ ବିଫଳ ହୋଇଥିଲେ ହୀନା କିନ୍ତୁ ଏଥିରୁ ପାଇଥିବା ଅଭିଜ୍ଞତା ତାଙ୍କୁ ପଦକ ଜିତାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

Related story