ଶାର୍ଦ୍ଦୁଲ ଠାକୁରଙ୍କ ଚୟନ ନେଇ ଉଠିଲା ପ୍ରଶ୍ନ

ହାଇଦ୍ରାବାଦ: ମିଡିୟମ ପେସ୍ ବୋଲର୍‌ ଶାର୍ଦ୍ଦୁଲ ଠାକୁର ଆଜି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିଛନ୍ତି। ହେଲେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବା ନେଇ ଉଠିଛି ପ୍ରଶ୍ନ। କାରଣ ଶାର୍ଦ୍ଦୁଲ ଦ୍ୱିତୀୟ ଟେଷ୍ଟ୍‌ର ପ୍ରଥମ ଦିନରେ ମାତ୍ର ୧୦ଟି ବଲ୍‌ ପକାଇବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ଜଙ୍ଘରେ ସମସ୍ୟା ହେବାରୁ ପୂରା ଦିନ ଶାର୍ଦ୍ଦୁଲଙ୍କୁ ପ୍ୟାଭିଲିୟନ୍‌ରେ ବସିବାକୁ ପଡ଼ିଛି। ଏହି ଖବର ସାମ୍ନାକୁ ଆସିବା ପରେ ଅନେକ ଶାର୍ଦ୍ଦୁଲଙ୍କ ଚୟନକୁ […]

s

Hemant Lenka
  • Published: Friday, 12 October 2018
  • , Updated: 12 October 2018, 09:57 PM IST

ହାଇଦ୍ରାବାଦ: ମିଡିୟମ ପେସ୍ ବୋଲର୍‌ ଶାର୍ଦ୍ଦୁଲ ଠାକୁର ଆଜି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିଛନ୍ତି। ହେଲେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବା ନେଇ ଉଠିଛି ପ୍ରଶ୍ନ। କାରଣ ଶାର୍ଦ୍ଦୁଲ ଦ୍ୱିତୀୟ ଟେଷ୍ଟ୍‌ର ପ୍ରଥମ ଦିନରେ ମାତ୍ର ୧୦ଟି ବଲ୍‌ ପକାଇବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ଜଙ୍ଘରେ ସମସ୍ୟା ହେବାରୁ ପୂରା ଦିନ ଶାର୍ଦ୍ଦୁଲଙ୍କୁ ପ୍ୟାଭିଲିୟନ୍‌ରେ ବସିବାକୁ ପଡ଼ିଛି। ଏହି ଖବର ସାମ୍ନାକୁ ଆସିବା ପରେ ଅନେକ ଶାର୍ଦ୍ଦୁଲଙ୍କ ଚୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଯଦି ଶାର୍ଦ୍ଦୁଲ ଆହତ ଥିଲେ, ତା’ହେଲେ କାହିଁକି ତାଙ୍କୁ ମହମ୍ମଦ ଶାମିଙ୍କ ବଦଳରେ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଗଲା ବୋଲି ଅନେକ ପ୍ରଶ୍ନ କରିଛନ୍ତି। ଉମେଶ ଯାଦବଙ୍କ ସହ ଶାର୍ଦ୍ଦୁଲ ଆଜି ଭାରତ ପାଇଁ ବୋଲିଂ ଆରମ୍ଭ କରିଥିଲେ। ତେବେ ପ୍ରଥମ ଓଭର୍‌ରେ ହିଁ ସେ ବୋଲିଂ କରିବାରେ ସମସ୍ୟା ଭୋଗିଥିଲେ। ବହୁତ କଷ୍ଟରେ ସେ ପ୍ରଥମ ଓଭର୍‌ ବୋଲିଂ କରିପାରିଥିଲେ।

ନିଜର ଦ୍ୱିତୀୟ ଓଭର୍‌ରେ ମାତ୍ର ୪ଟି ବଲ୍‌ ପକାଇବା ପରେ ସେ ଆଉ ଦୌଡ଼ିବାକୁ ସକ୍ଷମ ହୋଇ ନଥିଲେ। ଫଳରେ ତାଙ୍କୁ ଟିମ୍‌ ଫିଜିଓ ପଡ଼ିଆ ବାହାରକୁ ଆଣିଥିଲେ। ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ବିସିସିଆଇ କହିଛି, ଶାର୍ଦ୍ଦୁଲଙ୍କ ଜଙ୍ଘର ସ୍କାନ କରାଯାଇଛି। ଦ୍ୱିତୀୟ ଟେଷ୍ଟ୍‌ର ପରବର୍ତ୍ତୀ ଦିନରେ ସେ ପଡ଼ିଆକୁ ଆସିବେ କି ନାହିଁ, ତାହା ଜଣାପଡ଼ିନି। ତଥାପି ଅନ୍ତିମ ସମୟରେ ଏନେଇ ନିଷ୍ପତ୍ତି ନିଆଯିବ।

ଯଦି ସେ ପଡ଼ିଆକୁ ନ ଆସନ୍ତି, ତା’ହେଲେ ତାଙ୍କୁ ଖେଳାଇବାର ଯଥାର୍ଥତା କ’ଣ ଥିଲା ବୋଲି ଜଣେ କ୍ରିକେଟପ୍ରେମୀ ପ୍ରଶ୍ନ କରିଛନ୍ତି। ଏଥିସହ ଅନେକ ଲୋକ ଆହତ ସମସ୍ୟା ଦେଇ ଖେଳାଳିଙ୍କୁ କେମିତି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳୁଛି, ତାକୁ ନେଇ ବିଭିନ୍ନ ଲୋକ ନାନା ପ୍ରଶ୍ନ ଉଠାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଆଜି ମ୍ୟାଚ୍‌ ଆରମ୍ଭରୁ ଟିମ୍‌ ଇଣ୍ଡିଆର କୋଚ୍‌ ରବି ଶାସ୍ତ୍ରୀ ଶାର୍ଦ୍ଦୁଲ ଠାକୁରଙ୍କୁ ଭାରତ ପାଇଁ ୨୯୪ ତମ ଟେଷ୍ଟ କ୍ୟାପ୍‌ ପିନ୍ଧାଇଥିଲେ।

Related story