ଏକାଠି ଖେଳିଲେ ମହାନ୍ କ୍ରିକେଟର୍‌, ଦର୍ଶକଙ୍କୁ ମନୋରଞ୍ଜନ କଲେ ଲାରା

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ଜଙ୍ଗଲରେ ହୋଇଥିବା ଭୟାବହ ଅଗ୍ନିରେ ପ୍ରଭାବିତ ପୀଡ଼ିତଙ୍କ ପାଇଁ ଅର୍ଥ ସଂଗ୍ରହ ଉଦ୍ଦେଶ୍ୟରେ ରବିବାର ମହାନ କ୍ରିକେଟରଙ୍କୁ ନେଇ ବୁଶଫାୟର୍ ଚ୍ୟାରିଟି ମ୍ୟାଚର ଆୟୋଜନ କରାଯାଇଛି। ଏଥିରେ ରିକି ପଣ୍ଟିଂ ଏକାଦଶ ୧ ରନରେ ଆଡାମ ଗିଲଖ୍ରୀଷ୍ଟ ଏକାଦଶକୁ ପରାସ୍ତ କରିଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜର ମହାନ୍ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା ଜବରଦସ୍ତ ବ୍ୟାଟିଂ କରି ଅପରାଜିତ ୩୦ ରନ୍ (୧୧ ବଲ୍‌, ୩ ଚୌକା, ୨ ଛକା)ର ଇନିଂସ୍ ଖେଳିଛନ୍ତି। ଲାରା ନିଜର […]

bushafire

bushafire

Ranjit Kumar Jena
  • Published: Sunday, 09 February 2020
  • Updated: 09 February 2020, 06:16 PM IST

Sports

Latest News

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ଜଙ୍ଗଲରେ ହୋଇଥିବା ଭୟାବହ ଅଗ୍ନିରେ ପ୍ରଭାବିତ ପୀଡ଼ିତଙ୍କ ପାଇଁ ଅର୍ଥ ସଂଗ୍ରହ ଉଦ୍ଦେଶ୍ୟରେ ରବିବାର ମହାନ କ୍ରିକେଟରଙ୍କୁ ନେଇ ବୁଶଫାୟର୍ ଚ୍ୟାରିଟି ମ୍ୟାଚର ଆୟୋଜନ କରାଯାଇଛି। ଏଥିରେ ରିକି ପଣ୍ଟିଂ ଏକାଦଶ ୧ ରନରେ ଆଡାମ ଗିଲଖ୍ରୀଷ୍ଟ ଏକାଦଶକୁ ପରାସ୍ତ କରିଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜର ମହାନ୍ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା ଜବରଦସ୍ତ ବ୍ୟାଟିଂ କରି ଅପରାଜିତ ୩୦ ରନ୍ (୧୧ ବଲ୍‌, ୩ ଚୌକା, ୨ ଛକା)ର ଇନିଂସ୍ ଖେଳିଛନ୍ତି।

ଲାରା ନିଜର କଭର୍ ଡ୍ରାଇଭ୍ ଏବଂ ଷ୍ଟ୍ରେଟ୍ ଡ୍ରାଇଭ୍ ଦ୍ୱାରା ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ କରିଥିଲେ। ସେ ନିଜ ଇନିଂସରେ ୨ଟି ବିଶାଳ ଛକା ମାରିଛନ୍ତି। ତାଙ୍କର ଏହି ଇନିଂସ୍ ବଳରେ ପଣ୍ଟିଂ ଏକାଦଶ ୧୦ ଓଭରରେ ୫ ୱିକେଟ୍ ହରାଇ ୧୦୪ ରନ୍ କରିଥିଲା। ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ କ୍ୟାପଟେନ୍ ପଣ୍ଟିଂ ୨୬, ମାଥ୍ୟୁ ହେଡେନ୍ ୧୬, ଜଷ୍ଟିନ୍ ଲାଙ୍ଗର୍ ୬, ଫୋବି ଲିଚଫିଲ୍ଡ ୯ ରନ୍ କରିଥିଲେ। ଲୁକ୍ ହଜ୍ ୧୧ ଓ ଆଲେକ୍ସ ବ୍ଲାକୱେଲ୍ ୨ ରନ୍ କରି ଅପରାଜିତ ଥିଲେ।

ଗିଲଖ୍ରୀଷ୍ଟ ଏକାଦଶ ପକ୍ଷରୁ ଯୁବରାଜ ସିଂହ, କର୍ଟନୀ ୱାଲ୍ସ ଓ ଆଣ୍ଡ୍ର୍ୟୁ ସାଇମଣ୍ଡସ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ଜବାବରେ ଗିଲଖ୍ରୀଷ୍ଟ ଏକାଦଶ ୧୦ ଓଭରରେ ୬ ୱିକେଟ୍ ହରାଇ ୧୦୩ ରନ୍ କରିଥିଲା। ଦଳ ପକ୍ଷରୁ ଶେନ୍ ୱାଟସନ୍ ସର୍ବାଧିକ ୩୦ (୯ ବଲ୍‌, ୨ ଚୌକା, ୩ ଛକା) ରନ୍ ଓ ସାଇମଣ୍ଡସ୍ ୧୩ ବଲରେ ୩ ଚୌକା ଓ ୨ ଛକା ସହ ୨୯ ରନ୍ କରି ରିଟାୟର୍ଡ ଆଉଟ୍ ହୋଇଥିଲେ। କ୍ୟାପଟେନ୍ ଗିଲଖ୍ରୀଷ୍ଟ (୧୭) ପ୍ରଥମ ବଲରେ ବ୍ରେଟ୍ ଲି'ଙ୍କୁ ଛକା ମାରିଥିଲେ ହେଁ, ବେଶୀ ତିଷ୍ଠିପାରି ନଥିଲେ।

ମ୍ୟାଚ୍ ପରେ ପଣ୍ଟିଂ କହିଥିଲେ, ସବୁ ଖେଳାଳି ଖେଳିଲେ ଏବଂ ସମସ୍ତେ ଆହୁରି ଖେଳିବାକୁ ଚାହୁଁଥିବା କହିଥିଲେ। ତେବେ ସମସ୍ତଙ୍କ ସାମିଲ୍ ହେବା ନିଶ୍ଚିତ ଭାବେ ସ୍ମରଣୀୟ ମୁହୂର୍ତ୍ତ ଥିଲା। ଯେଉଁ ଖେଳାଳିଙ୍କ ସହ ୨୫ ବର୍ଷ ପର୍ଯ୍ୟନ୍ତ ଡ୍ରେସିଂ ରୁମ୍ ଶେଆର୍ କରିଛି, ସେମାନଙ୍କ ସହ ପୁଣି ଖେଳିବା ବହୁତ ଭଲ ଲାଗିଲା। ମ୍ୟାଚ୍ ପରେ କ୍ରିକେଟ୍ ଅଷ୍ଟ୍ରେଲିଆ ଟ୍ୱିଟ୍ କରି କହିଛି ଯେ ଅଷ୍ଟ୍ରେଲିଆ ଓ ବିଶ୍ୱର ସବୁ କ୍ରିକେଟରଙ୍କୁ ଧନ୍ୟବାଦ। ଆମେ ନିକଟରେ ଜଙ୍ଗଲରେ ଲାଗିଥିବା ନିଆଁରେ ପ୍ରଭାବିତ ପୀଡ଼ିତଙ୍କ ସହାୟତା ପାଇଁ ୭୭ଲକ୍ଷ ଅଷ୍ଟ୍ରେଲୀୟ ଡଲାର୍ ଅର୍ଥରାଶି ସଂଗ୍ରହ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story